Home >
ଶ୍ରୀମନ୍ଦିର ରୋଷଶାଳା ପରିଦର୍ଶନ କଲେ କମିଟି
Khabar Odisha:Committee-visits-Shree-Mandir-kitchen
ପୁରୀ, ମେ ୧୫(ଖବର ଓଡ଼ିଶା): ଜଷ୍ଟିସ୍  ବି ପି ଦାସ କମିଶନଙ୍କ ଦ୍ୱାରା ଗଢାଯାଇଥିବା ପାଂଚ ଜଣିଆ କମିଟି ଶ୍ରୀମନ୍ଦିର ରୋଷଶାଳା ଓ ଏହାର ପାରିପାଶ୍ୱିର୍କ ସ୍ଥିତି ବୁଲି ଦେଖିଛନ୍ତି ।
 
ଚନ୍ଦ୍ରଶେଖର ମଙ୍ଗରାଜ, ଗୋପୀନାଥ ସୁଆର,ଫକିର ମହାସୁଆର ଏବଂ ଆର୍ ମହାପାତ୍ର ଶ୍ରୀ ମନ୍ଦିର ପାକଶାଳାର ସଫାସୁତୁରା, ଭିତିଭୂମି ଅନୁଧ୍ୟାନ କରିବା ସହ ସୁଆର ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି । ମହାପ୍ରସାଦ ପ୍ରସ୍ତୁତି ଦାୟିତ୍ୱରେ ଥିବା ସୁପକାର ସେବାୟତ ମାନେ କମିଟି ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେବା ସହ ପରିଦର୍ଶନରେ ସହଯୋଗ କରିଛନ୍ତି । ମହାପ୍ରସାଦ ପ୍ରସ୍ତୁତି ପାଇଁ ସୁପକାରମାନେ ଯେଉଁ ଗଙ୍ଗାଯମୁନା କୂଅରୁ ଜଳ ଆଣୁଛନ୍ତି ତାର ଜଳସ୍ତର ଦେଖିଛନ୍ତି କମିଟି । ଦ୍ୱାଦଶ ଶତାବ୍ଦୀର ଏହି ପ୍ରସିଦ୍ଧ ଧର୍ମପୀଠରୁ ଜଳ ନିର୍ଗମନ ପଥ ଗୁଡ଼ିକର ସ୍ଥିତିକୁ ତନଖି କରାଯାଇଥିବା ଜଣାଯାଇଛି ।
 
କମିଟିର ସଦସ୍ୟମାନେ ପାଂଚ ଘଂଟା ଧରି ପାକଶାଳା ଓ ପାରିପାର୍ଶ୍ୱିକ ସ୍ଥିତି ଦେଖିବା ସହ ସୁଆର, ମହାସୁଆର, ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟାନ ଅଂଶୀଦାରମାନଙ୍କୁ ପର୍ୟ୍ୟାୟକ୍ରମେ ଭେଟିବେ ବୋଲି କହିଥିଲେ । ଆଗାମୀ ୧ ମାସ ମଧ୍ୟରେ କମିଟି ସରକାରଙ୍କୁ ପାକଶାଳାର ସ୍ଥିତି, ଜଳଯୋଗାଣ ବ୍ୟବସ୍ଥା, ପରିମଳ ବାବଦରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରାପ୍ତ ସୂଚନାରୁ ଜଣାଯାଇଛି ।
  • Tags:

Subscribe

National International State Sports Entertainment