Home >
ଏପଟେ ବନୀକରଣ ସେପଟେ ଚ୍ଛେଦନ
Khabar Odisha:
ଭୁବନେଶ୍ୱର, ମେ ୧୫(ଖବର ଓଡ଼ିଶା): ରାଜ୍ୟରେ ସବୁଜିମା ଆଚ୍ଛାଦନ ପାଇଁ ବ୍ୟାପକ ବୃକ୍ଷରୋପଣ ହେବ । ୨୦୧୭-୧୮ ଆର୍ଥିକ ବର୍ଷରେ ଏଥିପାଇଁ ୨୪୯.୧୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ବିଭିନ୍ନ ଯୋଜନାରେ ଭିନ୍ନ ଭିନ୍ନ ପ୍ରଜାତିର ଚାରା ଚୟନ କରାଯାଇ ଲଗାଯିବାର ନିଷ୍ପତି ହୋଇଛି । ତେଣେ କିନ୍ତୁ  ରାଜ୍ୟର ୧୯ଟି ଅଭୟାରଣ୍ୟ ସମେତ ବ୍ୟାପକ ସଂରକ୍ଷିତ ଜଙ୍ଗଲ ଜମି ପଦା ହେବାରେ ଲାଗିଛି ।
 
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ବନ ନିଯୁକ୍ତି ଯୋଜନାରେ ୨୧୬.୫୬ କୋଟି ଓ ଅନ୍ୟାନ୍ୟ ଯୋଜନାରେ ୩୧.୬୧ କୋଟି ଟଙ୍କା ବନୀକରଣ କାମ ପାଇଁ ବିନିଯୋଗ କରାଯିବ । ୧୫୦-୧୭ କୋଟି ଟଙ୍କା ମଜୁରୀ ବାବଦକୁ ଖର୍ଚ୍ଚ ହେଉଥିବା ବେଳେ ୯୯କୋଟି ଚାରା କିଣା ଓ ଅନ୍ୟାନ୍ୟ ଦ୍ରବ୍ୟ କିଣିବାରେ ଖର୍ଚ୍ଚ ହେବ । ଏହି ପରିମାଣର ଅର୍ଥ ଖର୍ଚ୍ଚ କରାଯିବାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ୧୪,୫୦୦ ହେକ୍ଟର ଅଂଚଳକୁ ସବୁଜିମାମୟ କରିବା । ଏମ୍ନରେଗା ଅନ୍ତର୍ଗତ ୪୯୯୬ ହେକ୍ଟର ଜମିରେ ବନୀକରଣ ହେଉଥିବାବେଳେ ଅନ୍ୟାନ୍ୟ ଯୋଜନାରୁ ୯୬୨୩ ହେକ୍ଟର ବନୀକରଣ କରାଯିବ । ଗତ ଆର୍ଥିକ ବର୍ଷରେ ୨୦.୮୦୦ ହେକ୍ଟର ଜମିରେ ଚାରାରୋପଣ କରାଯାଇଛି । ଚଳିତ ଥର ଚାରା ରୋପଣ ଲକ୍ଷ୍ୟକୁ ମିଶାଇ ରାଜ୍ୟରେ ୩୫,୩୨୦ ହେକ୍ଟର ବନୀକରଣ ଅଂଚଳ ଥିବା କୁହାଯାଇଛି । କିନ୍ତୁ ପ୍ରକୃତରେ ବନୀକରଣ କରାଯାଉଛି କି ନାହିଁ ତାହା ତଦାରଖ କରିବା ରୋପଣ ଦାୟିତ୍ୱରେ ଥିବା ବିଭାଗ ହାତରେ ରହିଥିବାରୁ ପ୍ରକୃତ ସ୍ଥିତି ଜଣାପଡ଼ୁନାହିଁ ।
 
କ୍ଷତିପୂରକ ବନୀକରଣ ଯୋଜନା, ଆମ ଜଙ୍ଗଲ ଯୋଜନା ମୂର୍ତ୍ତିକା ସଂରକ୍ଷଣ, ଏମନରେଗା ଓ ଆହୁରି ଅନେକ ଯୋଜନାରେ ସରକାର ଗଛ ଲଗାଉଛନ୍ତି । ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ବି ବନୀକରଣ ହେଉଛି । ଯଦି ସବୁ ଚାରା ବଂଚୁଥାନ୍ତା ତେବେ ଆମ ଚାରିପଟ କଂକ୍ରିଟ ବଦଳରେ ସବୁଜିମା ହିଁ ଥାଆନ୍ତା । ଚାରା ରୋପଣ ବେଳେ ବିଭାଗ ଯେପରି ତତ୍ପରତା ଦେଖାଉଛି ତାର ତଦାରଖ ଦିଗରେ ତାର ୧ଭାଗ ତତ୍ପରତା ନଥିବାରୁ ଏପଟେ ବନୀକରଣ ସେପଟେ ଚ୍ଛେଦନ ପ୍ରକ୍ରିୟା ଚାଲିଛି । ଚାରାରୋପଣ ପୂର୍ବରୁ ଏହାର ସ୍ଥାୟିତ୍ୱ ପ୍ରତି ଅଧିକ ଚିନ୍ତା କରିବା ଆବଶ୍ୟକ । ତଦାରଖ ପାଇଁ ବଜେଟ୍ରେ ସାମାନ୍ୟ ବ୍ୟବସ୍ଥା ରହୁଥିବାରୁ ଏହା ବାସ୍ତବଧର୍ମୀ ରୂପାୟନରେ ସମସ୍ୟା ସୃଷ୍ଟି କରିଚାଲିଛି ।
  • Tags:

Subscribe

National International State Sports Entertainment