ମୋବାଇଲ ପାଣିରେ ପଡ଼ିଗଲେ କଣ କରିବେ ?
Khabar Odisha:
ମେ (ଖବର ଓଡିଶା):  ଆଜିକାଲି ଦୈନନ୍ଦିନ ଜୀବନରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ପାଇଁ ପାଗଳ । ତେବେ ମୋବାଇଲଟି ପାଣିରେ ପଡିଯିବା ଏବଂ ନଷ୍ଟ ହୋଇଯିବା ଏକ ନିତିଦିନିଆ ଘଟଣା । କିନ୍ତୁ ମୋବାଇଲଟି ପାଣିରେ ପଡିଗଲେ କିଛି ପଦ୍ଧତିକୁ ଅନୁସରଣ କଲେ ଆପଣ ନିଜ ମୋବାଇଲକୁ ନିରାପଦ ରଖିପାରିବେ । ମୋବାଇଲଟି ପାଣିରେ ପଡିଗଲା ପରେ ତାକୁ ସୁରକ୍ଷିତ ରଖିବା ପାଇଁ କଣ କରିବେ ସେହି ସମ୍ପର୍କିତ ନେଇ କିଛି ଟିପ୍ସ  -
 
୧. ସଙ୍ଗେ ସଙ୍ଗେ ମୋବାଇଲକୁ ପାଣିରୁ ଉଠାଇ ନେଇ ଏକ ଶୁଖିଲା ଜାଗାରେ ରଖନ୍ତୁ । ମୋବାଇଲକୁ ଅଫ୍ ଲାଇନ ମୋଡରେ ରଖନ୍ତୁ । ମୋବାଇଲର କି ପ୍ୟାଡକୁ
ପ୍ରେସ କରନ୍ତୁ ନାହିଁ । ମୋବାଇଲର ବ୍ୟାଟେରିକୁ ତୁରନ୍ତ ବାହାର କରିଦିଅନ୍ତୁ ।
 
୨. ଭୁଲବଶତଃ ମୋବାଇଲକୁ ଚାର୍ଜରେ ବସାନ୍ତୁ ନାହିଁ, ଏହା ଫୋନଟିକୁ ପୋଡିଦେବାର ସମ୍ଭାବନାଥାଏ ।
 
୩. ଯଦି ଆପଣ ବାହାରେ ଅଛନ୍ତି, ତେବେ ମୋବାଇଲର ବାହାର ପାର୍ଟକୁ ଅଲଗା କରି ତତକ୍ଷଣାତ୍ ଶୁଖିଲା ଜାଗାରେ ରଖନ୍ତୁ।  ଫୋନର ମେମୋରି ଏବଂ ସିମ୍
କାର୍ଡକୁ ଅଲଗା କାଢି ରଖିଦିଅନ୍ତୁ ।
 
୪. ମୋବାଇଲର ବାହାର ପାର୍ଶ୍ୱକୁ ଶୁଖିଲା କପଡା କିମ୍ବା ଟାୱେଲ୍ ସାହାଯ୍ୟରେ ପୋଛିଦିଅନ୍ତୁ । ମୋବାଇଲର ଯାନ୍ତ୍ରିକ ଜିନିଷକୁ ଓଠ ସାହାଯ୍ୟରେ ନ ଫୁଙ୍କି କିଛି
ସମୟ ପାଇଁ ରଖିଦିଅନ୍ତୁ । କାରଣ ଏହା ମୋବାଇଲକୁ ନଷ୍ଟ କରେଇଦେବାର ଅଧିକ ସମ୍ଭାବନା ଥାଏ।
 
୫. ପେଚକସ୍ କିମ୍ବା କୌଣସି ଯନ୍ତ୍ର ସହାଯ୍ୟରେ ମୋବାଇଲର ଭିତର ପାର୍ଟକୁ ଖୋଲନ୍ତୁ ନାହିଁ । କାରଣ ଏହାର ଲିକ୍ୱୁଇଡ ଡ୍ୟାମେଜ୍ ଇଣ୍ଡିକେଟର (ଏଲଡିଆଇ)
କଟିଯିବାର ସମ୍ଭାବନା ଥାଏ ।
 
୬. ଯଦି ଫୋନଟି ସମୁଦ୍ର କିମ୍ବା ଲୁଣି ପାଣିରେ ପଡିଯାଇଛି ତେବେ ଫୋନଟି ଖରାପ ହେବାର ସମ୍ଭାବନା ରହିଥାଏ । ଲୁଣି ପାଣିରେ କ୍ଲୋରିନର ପରିମାଣ ଅଧିକାଂଶ
ରହୁଥିବାରୁ ଫୋନର ଭିତର ଅଂଶଟି ବହୁତ ଶୀଘ୍ର ନଷ୍ଟ ହେଇଯାଏ । କିଛି ଲୋକ ମୋବାଇଲକୁ ଲୁଣି ପାଣିଟି ବୁଡିବାପରେ ପୁଣିଥରେ ସାଧାରଣ ପାଣିରେ ବୁଡାଇ
ଦିଅନ୍ତି । କିନ୍ତୁ ଏପରି ନକରି  ଫୋନକୁ ଶୁଖିଲା କପଡାରେ ପୋଛି ଦିଅନ୍ତୁ ।
 
ମୋବାଇଲକୁ ଶୀଘ୍ର ଶୁଖାଇବା ପାଇଁ କଣ କରିବା ଉଚିତ -
 
୧. ଭାକ୍ୟୁମର ବ୍ୟବହାର - ମୋବାଇଲକୁ ଶୀଘ୍ର ଶୁଖାଇବା ପାଇଁ ଭାକ୍ୟୁମ କିମ୍ବା ଉତ୍ତାପ ଜନିତ ଯନ୍ତ୍ରର ସାହାଯ୍ୟ ନେଇପାରିବେ । ଭାକ୍ୟୁମ ଦ୍ୱାରା ମୋବାଇଲରେ
ଥିବା ଜଳୀୟ ଅଂଶ ବହୁତ ଶୀଘ୍ର ଶୁଖିଯାଇଥାଏ ।
 
୨. ଚାଉଳର ବ୍ୟବହାର - ମୋବାଇଲକୁ ଶୁଖାଇବା ପାଇଁ ଚାଉଳର ସାହାଯ୍ୟ ମଧ୍ୟ ନେଇପାରିବେ । ପ୍ରଥମେ ମୋବାଇଲକୁ ଏକ ପବନ ପାଶ୍ ପାରୁଥିବା
ପଲଥିନରେ ଗୁଡାଇ ଭଲ ଭାବରେ ବାନ୍ଧିଦିଅନ୍ତୁ ପରେ ଏହାକୁ ଚାଉଳ ଭିତରେ କିଛି ଘଣ୍ଟାଧରି ରଖିଦିଅନ୍ତୁ କାରଣ ମୋବାଇଲରେ ଥିବା ଜଳୀୟ ଅଂଶକୁ ଚାଉଳ
ଶୋଷି ନେଇଥାଏ ।  
 
୩. ଫୋନ ଡ୍ରାଇଙ୍ଗ ପ୍ୟାକେଟ୍ - ଫୋନକୁ ଶୁଖାଇବା ପାଇଁ ବଜାରରେ ବା ଅନଲାଇନରେ ବିକ୍ରିହେଉଥିବା ପକେଟର ମଧ୍ୟ ସାହାଯ୍ୟ ନେଇପାରିବେ । ଫୋନକୁ
ସେହି ପ୍ୟାକେଟ ଭିତରେ ପୁରାଇ ତାକୁ ୨୪ରୁ ୪୮ ଘଣ୍ଟା ପର୍ୟ୍ୟନ୍ତ ରଖନ୍ତୁ ।
 
ଫୋନଟି ଭଲରେ ନ ଶୁଖିବା ପର୍ୟ୍ୟନ୍ତ ଫୋନର ସିମ୍ କିମ୍ବା ବ୍ୟାଟ୍ରିକୁ ଭର୍ତ୍ତି କରନ୍ତୁ ନାହିଁ । ଶେଷରେ ଫୋନଟି ଭଲରେ ଶୁଖି ସାରିବା ପରେ ବିନା ବ୍ୟାଟ୍ରୀ ଲଗାଇ ଚାର୍ଜ
କରନ୍ତୁ କାରଣ ଏହା ଫୋନରେ ଥିବା ଚାର୍ଜର ପିନକୁ ଶୁଖାଇ ଦେଇଥାଏ । ପରେ ଫୋନରେ ସିମ୍ , ବ୍ୟାଟ୍ରି, ମେମୋରି ଫୋନରେ ଭର୍ତ୍ତି କରନ୍ତୁ ଏବଂ ମୋବାଇଲକୁ
ଅନ୍ କରନ୍ତୁ ।
 
  • Tags:

Subscribe

National International State Sports Entertainment