ବିବାହ ବିଚ୍ଛେଦ ପାଇଁ ଟ୍ରିପଲ୍‌ ତଲାକ୍‌ ସବୁଠାରୁ ଖରାପ ପ୍ରକ୍ରିୟା : ସୁପ୍ରିମକୋର୍ଟ
Khabar Odisha:sc-says-triple-talaq-is-worst-form-of-marriage-dissolution
ନୂଆଦିଲ୍ଲୀ, ମେ ୧୨(ଖବର ଓଡିଶା): ସୁପ୍ରିମକୋର୍ଟ କହିଛନ୍ତି ମୁସଲ୍‌ମାନ ସମ୍ପ୍ରଦାୟରେ ବିବାହ ବିଚ୍ଛେଦର ସବୁଠାରୁ ଖରାପ ମାଧ୍ୟମ ହେଲା ତିନ୍‌ ତଲାକ୍‌ । ଏହି ପ୍ରକ୍ରିୟାକୁ ବୋଧହୁଏ ଖୁବ୍‌ କମ୍‌ ଲୋକ ଇଛା କରୁଥିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଟ୍ରିପଲ୍‌ ତଲାକ୍‌ ମାମଲାର ଶୁଣାଣୀ କରୁଛି ।
 
ଟ୍ରିପଲ୍‌ ତଲାକ୍‌ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଦ୍ୱିତୀୟ ଦିନର ଶୁଣାଣୀ ହୋଇଛି । ପୂର୍ବ ଆଇନ ମନ୍ତ୍ରୀ ଓ ବରିଷ୍ଠ ଓକିଲ ସଲମାନ ଖୁର୍ଶିଦ କହିଛନ୍ତି ଏହା ଏପରି ଏକ ମାମଲା ନୁହେଁ ଯେଉଁଥିରେ କି ଅଦାଲତ ସମ୍ପୃକ୍ତ ହେବା ଦରକାର । ନିକାହ୍‌ନାମା ଆଧାରରେ ମୁସଲ୍‌ମାନ ମହିଳାମାନେ ଏହି ତିନ୍‌ ତଲାକ୍‌କୁ ମନା କରି ପାରିବେ । ଟ୍ରିପଲ୍‌ ତଲାକ୍‌ ଉପରେ ପ୍ରତିବନ୍ଧକ ଲାଗିଥିବା ଇସ୍‌ଲାମିକ୍‌ ଓ ଅଣ ଇସ୍‌ଲାମିକ ଦେଶମାନଙ୍କର ତାଲିକା କାଢ଼ିବାକୁ କୋର୍ଟ ଖୁର୍ଶିଦଙ୍କୁ କହିଛନ୍ତି ।
 
ଗଠିତ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି କି ପାକିସ୍ତାନ, ଆଫଗାନିସ୍ତାନ, ମୋର୍‌କ୍କୋ ଓ ସାଉଦି ଆରବ ଭଳି ଦେଶମାନଙ୍କରେ ବିବାହ ବିଚ୍ଛେଦ ପାଇଁ ଟ୍ରିପଲ୍‌ ତଲାକ୍‌କୁ ମାନ୍ୟତା ଦିଆଯାଇନି । ମୁସଲ୍‌ମାନ ମହିଳାମାନେ ଏହି ତିନ୍‌ ତଲାକ୍‌ରୁ ମୁକ୍ତି ହେଲା ପରେ ହିଁ ନିଜ ଅଧିକାର ପାଇପାରିବେ ବୋଲି ଖଣ୍ଡପୀଠ କହିଛନ୍ତି ।
 
  • Tags:

Subscribe

National International State Sports Entertainment