ଇରମକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ଦାବୀ
Khabar Odisha:National-tourist-place-status-to-Eram-demanded
ବାସୁଦେବପୁର, ୧୪ ମେ ( ଖବର ଓଡ଼ିଶା): ରକ୍ତତୀର୍ଥ ଇରମ । ଏହାକୁ ଦ୍ୱିତୀୟ ଜାଲିୱନାବାଲାବାଗ୍ କୁହାଯାଏ । ୧୯୪୨ ମସିହା ସେପ୍ଟେମ୍ବର ୨୮ ଦିନ ୨୯ ଜଣ ସଂଗ୍ରାମୀଙ୍କ ରକ୍ତରେ  ଭିଜିଥିଲା ଇରମ୍‌ର ମାଟି । ପ୍ରତିବର୍ଷ ଏହି ଦିନରେ ସହିଦ ସ୍ମୃତି ସ୍ତମ୍ଭ ନିକଟରେ ସ୍ମୃତିଚାରଣ ହୁଏ ।
 
ବଳିଦାନର ଅମରଗାଥା ମନେ ପକାଯାଏ । ଅତିଥିମାନେ ଯେ ଯାହାର  ନିଜ ନିଜ ଘରକୁ ଫେରନ୍ତି । ଇରମ୍ ପୁଣି ଏକ ବର୍ଷକ ଅପେକ୍ଷା କରେ ।  ପବିତ୍ର ଏହି ଲାଲମାଟିକୁ ରାଜ୍ୟ ସରକାର  ପର୍ୟ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି ସତ ! କିନ୍ତୁ ଏଠାକାର ପରିସ୍ଥିତିରେ କୌଣସି ଉନ୍ନତି ପରିଦର୍ଶନ ହୋଇନାହିଁ ।  ଇତିହାସରେ ଇରମ୍ ଗୁଳିକାଣ୍ଡ ଘଟଣା  ଜାତୀୟ ସ୍ତରକୁ ଆନ୍ଦୋଳିତ କରି ରଖିଥିଲେ ସୁଦ୍ଧା  ଏହାକୁ ଜାତୀୟ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ମଳିପାରି ନାହିଁ ।  ଇରମକୁ ଜାତୀୟ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଅଂଚଳବାସୀଙ୍କ ତରଫରୁ ଦୃଢ଼ ଦାବୀ ହେଉଛି ।
  • Tags:

Subscribe

National International State Sports Entertainment