ଭୟଙ୍କର ସେଲ୍ଫି ନେଇଥିବା ରଷିଆନ୍‌ ମଡେଲ୍‌ଙ୍କୁ ଦୁବାଇ ପୋଲିସ ସମନ ଜାରି କଲା
Khabar Odisha:russian-model-viktoria-odintcova-summoned-by-dubai-police-for-taking-dangerous-selfie
ଦୁବାଇ,ମାର୍ଚ୍ଚ-୦୨(ଖବରଓଡିଶା): ଜଣେ ୨୩ ବର୍ଷୀୟ ରଷିଆନ ମଡେଲ ବିକ୍ଟୋରିଆ ଓଦିକ୍ନୋବାଙ୍କ ଷ୍ଟଣ୍ଟ ଭିଡିଓ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବିକ୍ଟୋରିଆ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର୍‌ କରିଛନ୍ତି ଯେଉଁଥିରେ କି ସେ ଜଣେ ପୁରୁଷଙ୍କ ସହାୟତାରେ ୧୦୦୪ ଫୁଟ ଉଚ୍ଚର ଏକ ଅଟ୍ଟାଳିକାରୁ ବିନା କିଛି ସୁରକ୍ଷାରେ ତଳକୁ ଝୁଲିକି ଅଛନ୍ତି । 
 
ଭିଡିଓରେ ଦେଖାଯାଇଛି କି ସେ ଜଣଙ୍କ ସହାୟତାରେ ଭୟଙ୍କର ଶୈଳୀରେ ତଳକୁ ଝୁଲିକି ରହିଥିଲେ । ଏହି ଭିଡିଓ ଦୁବାଇର କାୟନ ଟାଓ୍ୱାରରେ ଶୁଟିଂ କରାଯାଇଛି । ଯେଉଁଥିରେ ମଡେଲ ଜଣକ ପବନରେ ଝୁଲିକି ରହିଛନ୍ତି । ଏବେ ଶୁଣାଯାଉଛି କି ମଡେଲ୍‌ଙ୍କର ଏହି କାର୍ଯ୍ୟ ପାଇଁ ଦୁବାଇ ପୋଲିସ ତାଙ୍କୁ ସମନ ଜାରି କରିଛି । ଏକ ରିପୋର୍ଟ ଅନୁଯାୟୀ ପୋଲିସର ପ୍ରମୁଖ ସହାୟକ ମେଜର ଜନରଲ୍‌ ଖଲିଲ ଇବ୍ରାହିମ ଅଲ୍‌ ମଂସରୁୀ କହିଛନ୍ତି ଏହି କାର୍ଯ୍ୟରେ ରଷିଆନ ଯୁବତୀଙ୍କ ଜୀବନକୁ ବିପଦ ଥିଲା । ମଡେଲ୍‌ ଜଣକ ଦୁବାଇରେ ନିଜ ଜୀବନକୁ ବିପଦକୁ ଠେଲି ବାରମ୍ବାର ଭୟଙ୍କର ଷ୍ଟଣ୍ଟ ସବୁ କରୁଛନ୍ତି । ସେଥିପାଇଁ ତାଙ୍କୁ ସମନ ପଠାଯାଇଛି । 
 
ଏଠାରେ କହି ରଖୁଛୁ ଋଷ୍‌ର ଏହି ପ୍ରସିଦ୍ଧି ସେଲ୍ଫି କୁଇନ୍‌ ମଡେଲ୍‌ଙ୍କର ଇଂଷ୍ଟାଗ୍ରାମରେ ୩୦ ଲକ୍ଷରୁ ଅଧିକ ଫଲୋଅର୍‌ ଅଛନ୍ତି । ବିକ୍ଟୋରିଆ ୩ ଫେବୃଆରୀରେ ଏହି ଭିଡିଓ ଅପ୍‌ଲୋଡ୍‌ କରିବା ପରେ ୧୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି । 
 

 

 

  • Tags:

Subscribe

National International State Sports Entertainment