ଜୀଅନ୍ତା କୁମ୍ଭୀରକୁ ଗିଳିଲା ଅଜଗର,ହଜମ ହେବାକୁ ଲାଗି ପାରେ ୧ ବର୍ଷ
Khabar Odisha:huge-python-swallows-large-crocodile
ଅଷ୍ଟ୍ରେଲିଆ,ମେ ୬(ଖବର ଓଡିଶା): ଅଷ୍ଟ୍ରେଲିଆର ହ୍ରଦ ମୋଣ୍ଡରାରେ ଏକ ଅଜଗର ଜୀଅନ୍ତା କୁମ୍ଭୀରକୁ ନିଜର ଶିକାର କରିଛି। ଅଜଗର କୁମ୍ଭୀରଟିକୁ ସମ୍ପୂର୍ଣ୍ଣ ଭାବରେ ଗିଳି ଦେଇଛି । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଫଟୋଗ୍ରାଫର୍‌ ମାର୍ବିନ ମୁଲର ଏହି ସବୁ ଦୃଶ୍ୟର ଫଟୋ ଉଠାଇଥିଲେ । ଅଜଗର କୁମ୍ଭୀରକୁ ଖାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହୋଇଛି ।
 
କୁମ୍ଭୀରଟି ହ୍ରଦକୂଳକୁ ଆସି ବିଶ୍ରାମ ନେଉଥିଲା । ସେହି ସମୟରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଅଜଗର କୁମ୍ଭୀର ଉପରେ ଆକ୍ରମଣ କରି ତାକୁ ଗିଳିଥିଲା । କୁମ୍ଭୀରଟିକୁ ସମ୍ପୂର୍ଣ୍ଣ ଗିଳି ସାରିବା ପରେ ଅଜଗରଟି ଭିଡି ମୋଡି ମଧ୍ୟ ହୋଇ ପାରିନଥିଲା ।
 
ଅଜଗରର ସାପର ଲମ୍ବା ଶରୀର ଏତେ ବଡ ବଡ ଶିକାରକୁ ଗିଳିବାରେ ସାହାଯ୍ୟ କରେ । କୁମ୍ଭୀରଟିର ମୁଣ୍ଡ ପଟୁ ଅଜଗର ଗିଳିବା ଆରମ୍ଭ କରିଥିଲା । ବେଳେ ବେଳେ ଅଜଗର ମଣିଷ, ବାଛୁରୀ, ହରିଣ ଆଦି ଜନ୍ତୁଙ୍କୁ ମଧ୍ୟ ଗିଳିଥିବାର ଘଟଣା ଶୁଣିବାକୁ ମିଳିଛି । ପଶୁ ବିଶେଷଜ୍ଞମାନେ କହୁଛନ୍ତି ଏହି ବିଶାଳକାୟ କୁମ୍ଭୀରଟିକୁ ହଜମ କରିବା ପାଇଁ ଅଜଗରକୁ ଏକ ବର୍ଷ ସମୟ ଲାଗି ପାରେ ।
  • Tags:

Subscribe

National International State Sports Entertainment