ଆପଲ୍‌ର ୫ ବିଲିୟନ ଡଲାର୍‌ରେ ନିର୍ମିତ ଅଟ୍ଟାଳିକା ପ୍ରସ୍ତୁତ,ଏକସଙ୍ଗରେ ବସିବେ ୧୩ ହଜାର କର୍ମଚାରୀ
Khabar Odisha:apple-new-office-in-america
ଆମେରିକା,ମଇ୧(ଖବର ଓଡିଶା): ଆର୍ନ୍ତଜାତୀୟ କମ୍ପାନୀ ଆପଲ୍‌ର ଆମେରିକା ସ୍ଥିତ ନୂଆ କାର୍ଯ୍ୟାଳୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। କାର୍ଲିଫୋର୍ଣ୍ଣିଆର କ୍ୟୁପରଟିନୋ ଠାରେ ତିଆରି ହେଉଥିବା ଏହି ନୂଆ ଅଟ୍ଟାଳିକାର ନିର୍ମାଣ ପାଖାପାଖି ସମ୍ପୂର୍ଣ୍ଣ ହୋଇ ସାରିଲାଣି। ଏହାର ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି କି ଯଥାଶୀଘ୍ର ଏହାର କାମ ଶେଷ ହୋଇଯିବ ଓ କାର୍ଯ୍ୟ ଆରମ୍ଭ ହେବ । 
 
ଏହି ନୂଆ ଅଟ୍ଟାଳିକାକୁ ଆପଲ୍‌ ପାର୍କର ନାମ ଦିଆଯାଇଛି । ପାଖାପାଖି ୧୭୫ ଏକର ଜାଗାରେ ନୂଆ ଆପଲ୍‌ କାର୍ଯ୍ୟାଳୟ ନିର୍ମାଣ ହେଉଛି । ଏହା ଦୁନିଆର ସବୁଠାରୁ ବଡ ପରିବେଶକୁ ସୁରକ୍ଷିତ ରଖିବାର କାର୍ଯ୍ୟାଳୟ ହେବ । କେବଳ ଅଟ୍ଟାଳିକା ବାହାରେ ନୁହେଁ ଭିତରେ ମଧ୍ୟ ସବୁଜ ବନାନୀର ପରିବେଶ ରହିଛି । ଏହି ଅଟ୍ଟାଳିକାରେ ପ୍ରାକୃତିକ ପବନ ଓ ଆଲୁଅ ପ୍ରବେଶ ପାଇଁ ପୁରା ଧ୍ୟାନ ଦିଆଯାଇଛି । ଯାହାଫଳରେ ବର୍ଷର ୯ ମାସ ଏସି ଦରକାର ପଡିନପାରେ । 
 
ଏହି ଅଟ୍ଟାଳିକାରେ ମୂଳଦୁଆକୁ ଏପରି ବୈଜ୍ଞାନିକ ପ୍ରଣାଳୀରେ କରାଯାଇଛି କି ଭୂମିକମ୍ପ ଆସିଲେ ମଧ୍ୟ ଏହାର କିଛି କ୍ଷତି ହେବନାହିଁ । କାର୍ଯ୍ୟାଳୟ କ୍ୟାମ୍ପସ୍‌ ମଧ୍ୟରେ ଡାକ୍ତରଖାନା, ପୋଲିସ ଷ୍ଟେସନ୍‌, ଦମକଳ କାର୍ଯ୍ୟାଳୟ ଆଦି ରହିଛି  । ଏହି ଅଟ୍ଟାଳିକା ନିର୍ମାଣରେ ୫ ବିଲିୟନ ଡଲାର୍‌ ଅର୍ଥାତ ୩୩୪୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏକ ହଜାର ଲୋକଙ୍କ ବସିବା ପାଇଁ  ଏକ ଅଡିଟୋରିୟମ୍‌ କରାଯାଇଛି । ଯେଉଁଠାରେ କମ୍ପାନୀ ସମ୍ବନ୍ଧୀୟ ଚର୍ଚ୍ଚା କରାଯିବ । ଏହି ନୂତନ ଆପଲ୍‌ କାର୍ଯ୍ୟାଳୟରେ ୧୩ ହଜାର କର୍ମଚାରୀ ଏକା ସହିତ ବସିପାରିବେ ।
 
  • Tags:

Subscribe

National International State Sports Entertainment