ମାଷ୍ଟର ବ୍ଲାଷ୍ଟରଙ୍କ ୪୪ ତମ ଜନ୍ମଦିନ: ସଚିନଙ୍କୁ ବିରୁ ପାଜିଙ୍କ ନିଆରା ଜନ୍ମଦିନର ଶୁଭେଚ୍ଛା
Khabar Odisha:Viru-paji-wishes-Sachin-happy-birthday-in-a-different-way
ନୂଆଦିଲ୍ଲୀ, ଏପ୍ରିଲ୨୪(ଖବର ଓଡ଼ିଶା): ଆଜି ହେଉଛି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ୪୪ତମ ଜନ୍ମଦିନ। କହିବାକୁ ଗଲେ ସୋମବାରକୁ ସୋସିଆଲ ମିଡ଼ିଆରେ ସଚିନ୍‌ଙ୍କ ଦିନ ବୋଲି କହିଲେ ଭୁଲ ହେବ ନାହିଁ।  ସଚିନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଟ୍ୱିଟର ଠାରୁ ଆରମ୍ଭ କରି ଅନ୍ୟ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଏହି ଅବସରରେ ଟ୍ୱିଟରରେ ଲୋକପ୍ରୀୟ ବିରେନ୍ଦ୍ର ସେହୱାଗ ବା ପଛରେ ରହିଥାନ୍ତେ କିପରି।
 
ସର୍ବଦା ଟ୍ୱିଟରରେ ନିଜର ମଜାଳିଆ ଟ୍ୱିଟ ଏବଂ ଜନ୍ମଦିନର ମିଠା ମିଠା ସନ୍ଦେଶ ଦେବାକୁ ନେଇ ବେଶ ପରିଚିତ ସେହୱାଗ। ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବାକୁ ଯାଇ ସେହୱାଗ ଏକ ଟ୍ୱିଟ କରିଛନ୍ତି। ନିଜ ଶୁଭେଚ୍ଛାରେ ସେହୱାଗ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ଯେତେବେଳେ ଭଗବାନ ଶୋଇଥାନ୍ତି ସେତେବେଳେ ହିଁ କ୍ରାଇମ୍‌ କରିବା ପାଇଁ ଉପଯୁକ୍ତ ସମୟ। ଭାରତର ସମୟ ରୋକି ଦେଉଥିବା ମଣିଷଙ୍କୁ ଜନ୍ମଦିନର ଶୁଭେଚ୍ଛା।ଯାହାକୁ ନେଇ ଭିରୁଙ୍କ ପ୍ରଶଂସକମାନେ ବେଶ ଖୁସି ଥିବା ସହ ବେଶ ଭାବପ୍ରବଣ ହୋଇପଡ଼ୁଥିବା ଦେଖାଦେଇଛି ।
 
ତେବେ ସଚିନ୍‌ଙ୍କୁ ଅନୀଲ କୁମ୍ୱଲେ, ବିସିସିଆଇ, ଭିଜେନ୍ଦର ସିଂହ, ଅଶ୍ୱିନ ରବିଚନ୍ଦ୍ରନ, ସୁରେଶ ରାଇନା, ଆର ପି ସିଂହ, ସୁଶାନ୍ତ ସିଂହ ରାଜପୁତ ପ୍ରମୁଖ ଶୁଭେଚ୍ଛାର ବାର୍ତ୍ତା ନିଜ ନିଜ ସୋସିଆଲ ସାଇଟରେ ଦେଇଛନ୍ତି।
  • Tags:

Subscribe

National International State Sports Entertainment