ସାପ ବି କରିପାରେ ଆତ୍ମହତ୍ୟା, ଭିଡ଼ିଓ ଭାଇରାଲ
Khabar Odisha:Snake-can-suicide-video-viral
ଭୁବନେଶ୍ୱର, ମଇ୦୨(ଖବର ଓଡ଼ିଶା): ମଣିଷଟିଏ ନିଜର ଦୁଃଖ ଗ୍ଲାନି ନିକଟରେ ହାର ମାନି ଆତ୍ମହତ୍ୟା କରିବା ଏକ ସାଧାରଣ କଥା। ଏହା ନିତ ପ୍ରତିଦିନ ଖବର କାଗଜ ପୃଷ୍ଠା ମଧ୍ୟ ମଣ୍ଡନ କରିଥାଏ। ତେବେ କେବେ ଆପଣ ଗୋଟିଏ ସାପ ଆତ୍ମହତ୍ୟା କରିବାର ଘଟଣା ବିଷୟରେ ଶୁଣିଛନ୍ତି । ହୁଏତ ନାଁ । କାରଣ ଏପରି କଥା କେବେ ବି ନଜରକୁ ଆସିନଥାଏ ବା କହିବାକୁ ଗଲେ ଏପରି ହେବା ମୁସ୍କିଲ। ଏହି ଭାବନାକୁ ଭୁଲ ପ୍ରମାଣିତ କରିପାରେ ୟୁଟ୍ୟୁବ୍‌ରେ ଭାଇରାଲ ହୋଇଥିବା ଏକ ଭିଡ଼ିଓ।
 
ଭାଇରାଲ ହୋଇଥିବା ଭିଡ଼ିଓରେ କଳାରଙ୍ଗର ବିଷଧର ସାପଟିଏ ଦେଖିବାକୁ ମିଳୁଛି । ସାପଟି କିଛି ସମୟ ଧରି ଏପଟ ସେପଟ ହେବା ପରେ ଜୋର ଜୋରରେ ମୁଣ୍ଡ ପିଟିବାରେ ଲାଗିଛି। ପରେ ମୋଡ଼ି ମାଡ଼ି ହେବା ପରେ ସାପଟି ମରିଯାଉଛି। ହଠାତ୍‌ କିଛି ବୁଝି ନହେଲେ ବି ଟିକିଏ ସମୟ ପରେ ସେ ବାସ୍ତବରେ ମରିଯାଇଥିବା ଜଣାପଡ଼ିବ। ଭିଡ଼ିଓଟିକୁ ଦେଖି ଯେ କେହି ବି ସାପଟି ଆତ୍ମହତ୍ୟା କରୁଥିବାର ଜାଣିନପାରିଲେ ମଧ୍ୟ ଏହାକୁ ସତ ବୋଲି କୁହାଯାଉଛି।
 
ତେବେ ସାପ ପରି ଜନ୍ତୁ କଣ ପାଇଁ ଏପରି କରିବାର ନିଷ୍ପତି ନେଇଛି ତାହା କହିବା ଅସମ୍ଭବ। ମାତ୍ର ଜନ୍ତୁଟିଏ ବି ବିଷାଦଗ୍ରସ୍ତ ହୋଇ ଏପରି କରିବାକୁ ମଧ୍ୟ ପଛାଏନାହିଁ ଏହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।
  • Tags:

Subscribe

National International State Sports Entertainment