ଫେସବୁକ୍‌ ସାଇଟ୍‌ରେ ନଜର ଆସିପାରେ ‘ରକେଟ’ ଅପ୍‌ସନ୍‌!
Khabar Odisha:Rocket-option-in-Facebook
ଭୁବନେଶ୍ୱର, ଏପ୍ରିଲ୦୪(ଖବର ଓଡ଼ିଶା): ଯଦି ଆପଣ ଫେସବୁକ ଉପଭୋକ୍ତା ତେବେ ଆପଣଙ୍କ ପାଇଁ ଏକ ନୂଆ ଖବର। ସୋସିଆଲ ମିଡ଼ିଆର ଏହି ୱେବସାଇଟରେ ଉପଲବ୍ଧ ହେଉଥିବା ନ୍ୟୁଜ ଫିଡ଼ ସ୍ଥାନରେ ଏକ ନୁଆ ବିକଳ୍ପ ‘ରକେଟ୍‌’ ନଜର ଆସିପାରେ। କିଛି ଉପଭୋକ୍ତାଙ୍କ ହୋମ ସ୍କ୍ରିନ ଉପରେ ଉପଲବ୍ଧ ହେଉଛି। ଏହା କେଉଁଭଳି କାମ କରିବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନଥିଲେ ସୁଦ୍ଧା ଫେସବୁକ୍‌ ଏ ବିଷୟରେ ସୁଚନା ଦେଇଛି।

 

ଏଥିରେ କ୍ଲିକ୍‌ କରିବା ମାତ୍ରେ ଏକ ନୂଆ ନ୍ୟୁଜ ଫିଡ଼ ଖୋଲୁଛି। ପୂର୍ବରୁ ଥିବା ନ୍ୟୁଜ ଫିଡ଼ ଠାରୁ ଏହା ବହୁତ ଅଲଗା ଅଟେ। ତେବେ ଏଥିରେ ପୂର୍ବର ନ୍ୟୁଜ ଫିଡ଼ ମଧ୍ୟ ରହୁଛି ବୋଲି କିଛି ବ୍ୟବହାରକାରୀ ପ୍ରକାଶ କରିଛନ୍ତି।
 
ତେବେ ରିପୋର୍ଟ ମୁତାବକ, ରକେର୍ଟ ନ୍ୟୁଜ ଫିଡ଼ ଅପସନ୍‌ ତଥା ବିକଳ୍ପକୁ କ୍ଲିକ କରିବା ଦ୍ୱାରା ଉପଭୋକ୍ତା ଲାଇକ୍‌ ନକରିଥିବା ପେଜକୁ ମଧ୍ୟ ଦେଖିପାରିବେ। ଯାହାକି ଏବେ ଉପଲବ୍ଧ ସୁବିଧାରେ ମିଳୁନାହିଁ। ଏହା ଆଇଓଏସ୍‌ ଏବଂ ଆଣ୍ଡ୍ରୋଏଡ଼ ଦୁଇଟି ଯାକ ସ୍ମାଟଫୋନ୍‌ରେ କିଛି ବଛାବଛା ଉପଭୋକ୍ତାମାନଙ୍କୁ ମିଳୁଛି। ଏହା ନ୍ୟୁଜ ଫିଡ଼ ଏବଂ ଫ୍ରେଣ୍ଡ ବିକଳ୍ପ ମଝିରେ ନଜର ଆସୁଛି।
 
ଏଠାରେ ସୁଚନା ଯୋଗ୍ୟ ଯେ, ପୂର୍ବରୁ ଫେସବୁକ୍‌ କିଛି ଉପଭୋକ୍ତାମାନଙ୍କୁ ପରିବର୍ତ୍ତିତ ଫିଚର ଭେଟି କରିବା ନଜିର ରହିଛି। ଯଦି ଏହା ସଫଳ ପ୍ରମାଣିତ ହୁଏ ତେବେ କମ୍ପାନୀ ଏହାକୁ ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ଲାଗୁ କରିଥାଏ। ତେବେ ଆଗାମୀ ଦିନରେ ଏହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
 
 
  • Tags:

Subscribe

National International State Sports Entertainment