ସୋସିଆଲ ମିଡିଆରେ ଦାବି: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ନାବାଳକଙ୍କୁ ଦଣ୍ଡ ମିଳୁ
Khabar Odisha:Juvenile-rapist-of-Nirbhaya-is-woking-restaurant-South-India
ନୂଆଦିଲ୍ଳୀ, ମେ ୬(ଖବର ଓଡ଼ିଶା): ବହୁ ଚଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବସ୍ତ୍ୟ ୪ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଶୁଣାଯାଇଥିବା ଫାଶୀ ଦଣ୍ଡାଦେଶକୁ ଗତକାଲି ସୁପ୍ରିମ କୋର୍ଟ କାଏମ ରଖିଛନ୍ତି । ଏହି ଲୋମ ହର୍ଷଣକାରୀ ଘଟଣାରେ ଜଡ଼ିତ ଥିବା ଅନ୍ୟ ନାବାକକଙ୍କୁ ମଧ୍ୟ ଦଣ୍ଡ ମିଳୁ ବୋଲି ଏବେ ସୋସିଆଲ ମିଡ଼ିଆରେ ଦାବି ହୋଇଛି । ଗତ ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଚଳନ୍ତା ବସରେ ନିର୍ଭୟାଙ୍କ ସହିତ ସବୁଠାରୁ ଅଧିକ ଅମାନୁଷିକ କାର୍ୟ୍ୟ କରିଥିବା ଅଭିଯୁକ୍ତ ଖୁସିରେ ତା ଦିନ ବିତାଉଛି ବୋଲି ସୋସିଆଲ ମିଡିଆରେ ଅଭିଯୋଗ ହୋଇଛି । ଆରମରେ ଜୀବନ ବିତାଇବା ତାର କୌଣସି ଅଧିକାର ନାହିଁ । ତେଣୁ ତାକୁ ବି ଫାଶୀ ଦିଆଯିବା ଦରକାର ବୋଲି ଦାବି ରଖାଯାଉଛି ।  
 
ସୂଚନା ଅନୁସାରେ ଘଟଣାରେ ୬ଜଣ ଅଭିଯୁକ୍ତ ସଂପୃକ୍ତ ଥିବା ବେଳେ, ଏଥିରୁ ରାମ ସିଂହ ନାମକ ଜଣେ ଅଭିଯୁକ୍ତ ଜେଲରେ ଫାଶୀ ଲଗାଇ ପୂର୍ବରୁ ଆତ୍ମହତ୍ୟା କରିସାରିଛି । ସେହିଭଳି ନାବାଳକ ଅଭିଯୁକ୍ତ ଜାତୀୟ ରାଜଧାନୀ ଦିଲ୍ଲୀଠାରୁ ହଜାର କିଲୋମିଟର ଦୂରରେ ଦକ୍ଷିଣ ଭାରତର ଏକ ରେଷ୍ଟୁରାଣ୍ଟରେ କାମ କରି ଜୀବନ ବିତାଉଛି । ବହୁ ପ୍ରତିକ୍ଷିତ ସୁପ୍ରିମ କୋର୍ଟର ଶୁଣାଣୀକୁ ନେଇ ନିର୍ଭୟାର ପରିବାର ଲୋକେ ଖୁସି ଥିବା ବେଳେ, ପୂରା ଦେଶ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତିକୁ ସ୍ୱାଗତ କରିଛି ।
 
ନିର୍ଭୟାର ନାବାଳକ ଦୁଷ୍କର୍ମୀ ଏବେ ୨୩ ବର୍ଷର ଯୁବକ । ୩ ବର୍ଷ ଦଣ୍ଡ ପରେ ତାକୁ ଗତ ୨୦୧୫ ଡିସେମ୍ବର ୨୦ରେ ବାଲସୁଧାର ଗୃହରୁ ମୁକ୍ତି ମିଳିଛି। ମିଳିଥିବା ସୂଚନା ଅନୁସାରେ ନାବାଳକକୁ ଯେଉଁ ଦିନ ବାଲସୁଧାର ଗୃହରୁ ଛାଡି ଦିଆଗଲା । ତାକୁ କଡା ସୁରକ୍ଷା ମଧ୍ୟରେ କୌଣସି ଏକ ଗୋପନୀୟ ସ୍ଥାନରେ ଲୁଚାଇ ରଖି ଦିଆଯାଇଥିଲା । ପରେ ଏକ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଉକ୍ତ ନାବାଳକ ଅଭିଯୁକ୍ତକୁ ଦକ୍ଷିଣ ଭାରତର ଏକ ରେଷ୍ଟୁରାଣ୍ଟରେ ରୋଷେୟା ଭାବରେ ରଖାଯାଇଛି । ରେଷ୍ଟୁରାଣ୍ଟର ମାଲିକ ବି ଜୁଭେନାଇଲର ଅତୀତ ବିଷୟରେ ଜାଣି ନାହାନ୍ତି । ଜଣେ ଅଧିକାରୀ କହିଛନ୍ତି ଅଭିଯୁକ୍ତ ଉତ୍ତର ପ୍ରଦେଶ ନିବାସୀ ହୋଇଥିବାବେଳେ, ରୋଜଗାର ପାଇଁ ଦିଲ୍ଲୀ ଆସିଥିଲା ।
 
  • Tags:

Subscribe

National International State Sports Entertainment