କ୍ରାଇମବ୍ରାଂଚ ଦଙ୍ଗାର ମୁଳ ପୋଷ୍ଟଉପରେ ତଦନ୍ତ ନକରିବାକୁ ନେଇ ପ୍ରଶ୍ନ ଉଠାଇଲେ ପୁର୍ବତନ ଆଇଏଏସ୍ ଅଫିସର
Khabar Odisha:Crime-Branch-Bhadrak-Riot-Sudarsna-Nayak

ଅପ୍ରେଲ ୦୯, (ଖବର ଓଡିଶା ) ଭଦ୍ରକ ଦଙ୍ଗା ପରେ କ୍ରାଇମବ୍ରାଂଚର ସୋସିଆଲ ମେଡିଆରେ ଗୁଜବ ପୋଷ୍ଟ ଉପରେ ତଦନ୍ତ ଘୋଷଣାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ  ।  ସେ କହିଛନ୍ତି ହିନ୍ଦୁ ଦେବାଦେବୀ ଙ୍କ ଉପରେ ଦିଆଯାଇଥିବା ପ୍ରଥମ ଅଶ୍ଲିଳ ପୋଷ୍ଟ କିଏ ଲେଖିଥିଲା କିଏ  ଲେଖେଇଥିଲା ଆଉ କିଏ କିଏ ସେଥିରେ ସମ୍ପୃକ୍ତ ଥିଲେ ତାର ତଦନ୍ତ ନକରି କ୍ରାଇମବ୍ରାଂଚ ମୁଳ ବିଷୟରୁ ବାହାରି ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି  । ଯାହା ପାଇଁ ଦଙ୍ଗା ଆରମ୍ଭ ହେଲା ତାକୁ ନଧରି କ୍ରାଇମବ୍ରାଂଚ ଅଯଥା କଥା କହି ଲୋକଙ୍କ ଧ୍ୟାନକୁ ମୁଳ ଅପରାଧୀ ଠାରୁ ଦୁରେଇ ନେଇଯାଉଛି  । 

ଏହା ନିହାତି ଭାବରେ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଏହି ପୋଷ୍ଟ ଉପରେ ଅନକେ ତିପଣି ମଧ୍ୟ ଆସିଛି । 

ଏଠାରେ ସୁଚନା ଯୋଗ୍ୟ ଯେ, କିଛି ହିନ୍ଦୁ ଯୁବକ ରାମନବମୀର କିଛି ଫଟୋକୁ ସୋସିଆଲ୍‌ ମିଡିଆରେ ଅପଲୋଡ଼ କରିଥିଲେ । ତା ଉପରେ କେତେକ ଅସାମାଜିକ ଯୁବକ ଦେବାଦେବୀଙ୍କ ଫଟୋରେ ଅଶ୍ଳୀଳ ମନ୍ତବ୍ୟ ମାନ ପୋଷ୍ଟ କରିଥିଲେ। ଏହାକୁ ନେଇ ଭଦ୍ରକରେ ଉତ୍ତେଜନାର ସୁତ୍ରପାତ ହୋଇଥିଲା । ଧିରେଧିରେ ଏହି ଘଟଣା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଉଭୟ ପକ୍ଷରୁ ୩ଟି ମାମଲା ରୁଜୁ କରାଯାଇଥିବାବେଳେ ୪୧ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ୧୦ରୁ ଉର୍ଦ୍ଧ୍ୱ ବାଇକ ମଧ୍ୟ ଜବତ କରାଯାଇଛି । 

 

  • Tags:

Subscribe

National International State Sports Entertainment