ବାପ୍‌ରେ ଶାଢ଼ି, ବର୍ଗରରେ ବି ବାହୁବଲୀ କ୍ରେଜ !
Khabar Odisha:Bahuballi-Craze-in-Sarees-and-burger
ମୁମ୍ୱାଇ, ଏପ୍ରିଲ୩୦(ଖବର ଓଡ଼ିଶା): ଚାରିଆଡ଼େ ବାହୁବଲୀର ଫିଭର। ବାହୁବଲୀକୁ ନେଇ କ୍ରେଜ। ଯଦି ଆପଣ ଭାବୁଛନ୍ତି ସିନେମାଘର ଗୁଡ଼ିକରେ କେବଳ ଏହାକୁ ନେଇ କ୍ରେଜ ରହିଛି ତାହାହେଲେ କହିବୁ ଯେ ଆପଣଙ୍କର ଭାବିବା ଭୁଲ। ବାହୁବଲୀର କ୍ରେଜ ଏତେ ଯେ ଏବେ ବ୍ୟବସାୟୀମାନେ ନିଜ ନିଜର ଉତ୍ପାଦଗୁଡ଼ିକରେ ବାହୁବଲୀର ଛାପ ଦେବାକୁ ପଛାଉନାହାନ୍ତି। ଯାହାଫଳରେ ଏବେ ହୋଟେଲରେ ବାହୁବଲୀ ନାମରେ ସ୍ପେଶାଲ ଥାଳି ପରଶା ଯାଉଛି ତ କେଉଁଆଡ଼େ ସ୍ପେଶାଲ ବର୍ଗର ଦିଆଯାଉଛି। ଏସବୁକୁ ପଛରେ ପକାଇ ଏବେ ବାହୁବଲୀର ଶାଢ଼ି ବଜାରରେ ଉପଲବ୍ଧ ହେବାରେ ଲାଗିଛି। ଏହାକୁ କିଣିବାକୁ ମଧ୍ୟ ମହିଳାମାନେ ବେଶ ପସନ୍ଦ କରିବା ସହ ଏହାକୁ ପିନ୍ଧି ଫଟୋ ପାଇଁ ପୋଜ ମଧ୍ୟ ଦେଉଛନ୍ତି।
 
ବଜାରରେ ଆସିଥିବା ବାହୁବଲୀ ଶାଢ଼ିରେ ଅମରେନ୍ଦ୍ର ବାହୁବଲୀ ଏବଂ ଦେବସେନାଙ୍କ ଫଟୋକୁ ବହୁ ସୁନ୍ଦର ଭାବେ କାନିରେ ସଜାଯାଇଛି। ଏହା ସହ ବିଏଫଏକ୍ସର ରଙ୍ଗକୁ ଶାଢ଼ିରେ ସଜାଯାଇ ଏହାକୁ ଅଧିକ ରଙ୍ଗୀନ ବନାଯାଇଛି । ଏହି ଶାଢ଼ି ଗୁଡ଼ିକ ଅନଲାଇନ୍‌ର ଅଲଗା ଅଲଗା ୱେବସାଇଟରେ ଉପଲବ୍ଧ ହେଉଅଛି। ଆମାଜନରେ ଏହା ୨୪୯୯ଟଙ୍କାରେ ମିଳୁଥିବା ବେଳେ ଜବଙ୍ଗ ୨୫୦୦ଟଙ୍କାରେ ମିଳୁଛି। ଲାଇମ୍‌ରୋଡ଼ରେ ଏହା ୨୬୫୭ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ଇବେରେ ଏହା ୨୦୯୯ଟଙ୍କାରେ ଆପଣମାନେ କିଣିପାରୁଛି।
 
ଏହା ଛଡ଼ା ଯଦି ଆମେ ବାହୁବଲୀ- ବର୍ଗର ବିଷୟରେ କଥା ହେବା ତେବେ ଏକ ଫାଷ୍ଟଫୁଡ଼ ବ୍ୟବସାୟୀ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ବାହୁବଲୀ-ବର୍ଗର ବଜାରକୁ ଆଣିଛନ୍ତି। ଏହାର ମୂଲ୍ୟ ୨୫୦ଟଙ୍କା ରଖାଯାଇଛି। ଏହାକୁ ପ୍ରଭାସଙ୍କ ଫଟୋ ସହ ଯୋଡ଼ା ଯାଇ ଦର୍ଶକଙ୍କ ସାମ୍ନାରେ ରଖାଯାଇଛି। ଏହା ସିନେମାଘର ଗୁଡ଼ିକରେ ଦର୍ଶକଙ୍କୁ ନିଜ ଆଡ଼କୁ ଟାଣିବ ବୋଲି ମଧ୍ୟ କୁହାଯାଉଛି।
 
ଫିଲ୍ମଟି ଇତିମଧ୍ୟରେ ବକ୍ସ ଅଫିସ୍‌ରେ ସୁପରହିଟ ହୋଇସାରିଥିବା ବେଳେ ପ୍ରଥମ ଦିନରେ ହିଁ ଭାରତରେ ଏହା ୧୨୧ କୋଟି ରୋଜଗାର କରିଛି। ଫିଲ୍ମରେ ପ୍ରଭାସ, ଦୁଗ୍ଗୁବାଇ, ଅନୁଷ୍କା, ତମନ୍ନା ଏବଂ ସତ୍ୟରାଜ ପ୍ରମୁଖ କଳାକାରମାନେ ବେଶ ଭୁରୁତ୍ୱପୂର୍ଣ୍ଣ ଭୁମିକାରେ ନଜର ଆସିଛନ୍ତି।
  • Tags:

Subscribe

National International State Sports Entertainment