୧୦୮ ଥର ଧକ୍କା ମାରିଲେ ଚାଲେ ୧୦୮ ଆମ୍ବୁଲାନ୍ସ
Khabar Odisha:108-Ambulance
ଭୁବନେଶ୍ୱର, ୦୬ ମାର୍ଚ (ଖବର ଓଡିଶା)  କେନ୍ଦୁଝର ଜିଲ୍ଲାରେ ଚାଲୁଥିବା ୧୦୮ ଆମ୍ବୁଲାନ୍ସ କିପରି ଚାଲିଛି ସେ ସମ୍ପର୍କରେ ଏକ ଫଟୋ ସୋସିଆଲ ମିଡିଆରେ ବହୁଳ ଭାବେ ଆଦୃତ ହୋଇଛି । କେନ୍ଦୁଝର ଜିଲ୍ଲାର ଚମ୍ପୁଆର ଜଣ ସାମ୍ବାଦିକ ରଞ୍ଜନ ପ୍ରଧାନ ଏହି ଫଟୋକୁ ସୋସିଆଲ ମିଡିଆରେ ଛାଡିଛନ୍ତି ।

ଏହି ଫଟୋ ବହୁଳ ଭାବେ ଆଦୃତ ହୋଇଥିବା ବେଳେ ଏହାକୁ ନେଇ ଅନେକ କମେଂଟ ମଧ୍ୟ ଆସିଛି । କେହି କେହି ଏହାକୁ ନବୀନ ପଟ୍ଟନାୟକ ସରକାରରେ ସ୍ୱାସ୍ଥ୍ୟ ବିଭାଗର ବାସ୍ତବିକତା କହିଥିବା ବେଳେ କେହି କେହି ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏପରି ହେଲେ ରୋଗୀ ହସପିଟାଲ ପହଂଚିବା ପୂର୍ବରୁ ମୃତ୍ୟୁ ବରଣ କରିବ କି ନାହିଁ ।

  • Tags:

Subscribe

National International State Sports Entertainment