ବିମୁଦ୍ରୀକରଣରେ ସାଧାରଣଲୋକଙ୍କ ପ୍ରଥମ ପସନ୍ଦ:ପେଟିଏମ୍
Khabar Odisha:bhubaneswar-people-useing-paytm-after-demonitisation
ଭୁବନେଶ୍ୱର,  ଜାନୁଆରୀ ୦୩: ନଭେମ୍ବର ୮ତାରିଖ ରାତି୮ଟା ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରୀକରଣ ଘୋଷଣା ପୁରା ଭାରତବାସୀଙ୍କୁ  ସ୍ତବ୍ଧ କରିଦେଇଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାର ଆଜି ୫୩ଦିନ ପୁରିଛି, ତଥାପି ନୋଟ୍‌ର ଅଭାବ ଏଟିଏମ୍ ମାନଙ୍କରେ ଦେଖିବାକୁ ମିଳୁଛି। ସେଥିପାଇଁ ସାଧାରଣ ଲୋକମାନେ ଅନ୍‌ଲାଇନ ପେମେଂଟକୁ ଆପଣାଉଛନ୍ତି। ବିମୁଦ୍ରୀକରଣରକୁ ସାରା ଦେଶ ସାମ୍ନା କରୁଥିବାବେଳେ, ସ୍ମାର୍ଟ ସିଟିର ପ୍ରତ୍ୟେକ ଛୋଟବଡ ବ୍ୟବସାୟୀମାନେ ଡିଜିଟାଲ ପେମେଂଟ୍ ବ୍ୟବସ୍ଥାକୁ ଉପଭୋକ୍ତା ମାନଙ୍କୁ ଭେଟି ଦେଇଛନ୍ତି।
                                                                                   
କେଶରୀ ହଲ୍ ନିକଟରେ ଥିବା ପାନଦୋକାନୀ କେଦାର ସାହୁ, ଡିଜିଟାଲ ପେମେଂଟ୍‌କୁ ଗୁରୁତ୍ୱ ଦେଇ କିଣାବିକା ପାଇଁ ପେଟିଏମ୍ ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି। ୫୦୦ ଓ ୧୦୦୦ ଟଙ୍କା ନୋଟ ଅଚଳ ଏବଂ ଏଟିଏମ୍‌ରେ କ୍ୟାସ୍ ଅଭାବ ପାଇଁ ଶ୍ରୀ ସାହୁ ଗଲା ୧୯ ତାରିଖରୁ ପେଟିଏମ୍ ଦ୍ୱାରା ଟଙ୍କା ନେଣଦେଣ ଆରମ୍ଭ କରିଛନ୍ତି। ସେ ତାଙ୍କ ପେଟିଏମ୍ ଆକାଉଂଟ୍‌କୁ ତାଙ୍କ ବ୍ୟାଙ୍କ ଆକାଉଂଟ ସହିତ ଯୋଡିଛନ୍ତି। ତା’ପରେ ସେ ତାଙ୍କ ପେଟିଏମ୍ ଆକାଉଂଟ୍‌ରୁ ବ୍ୟାଙ୍କ ଆକାଉଂଟକୁ କେତେବେଳେ ବି ଟଙ୍କା ଟ୍ରାନ୍ସଫର କରିପାରୁଛନ୍ତି । ତାଙ୍କ କହିବା ଅନୁସାରେ  କଲେଜ ପଢୁଆ ଏବଂ ଯୁବପିଢ଼ିଙ୍କ ଦ୍ୱାରା ଏହି ଡିଜିଟାଲ ପେମେଂଟ ଖୁବ୍ ଆଦୃତ ହୋଇଛି। ସ୍ମାର୍ଟଫୋନ ଏବଂ  ଇଂଟରନେଟ୍‌ର ବହୁଳ ବ୍ୟବହାର ଯୋଗୁଁ ପେଟିଏମ୍  ବ୍ୟବହାରରେ କିଛି ଅସୁବିଧା ହେଉ ନଥିବା ବୋଲି ସେ କହିଥିଲେ।
 
ସେହିପରି ପ୍ରତାପ ମହାରଣା ଜଣେ ଗ୍ରାହକ ହିସାବରେ କହିଥଲେ ବିମୁଦ୍ରୀକରଣ ପାଇଁ ପେଟିଏମ୍ ଦ୍ୱାରା ଦେଣନେଣ ଗୋଟିଏ ଭଲ ଉପାୟ  । ଶ୍ରୀ ମହାରଣା କହିବା ଅନୁସାରେ  ସ୍ମାର୍ଟଫୋନ ଯୁଗରେ  ଅନ୍‌ଲାଇନ ପେମେଂଟ କରିବା କିଛି ବଡ ଡିଲ୍ ନୁହେଁ  । ଏବଂ ମୋଦିଙ୍କ ଏହି ଘୋଷଣା ପରେ ଦେଶ କ୍ୟାସ୍‌ଲେସ ଆଡକୁ ଗତି କରିବା ଗୋଟିଏ ଭଲ ପଦକ୍ଷେପ ବୋଲି କହିଥଲେ  ।

ଅନ୍ୟପକ୍ଷରେ ୪ନମ୍ବର ମାର୍କେଟର ବ୍ରଏଲର୍ ଦୋକାନୀ ସୁରେଶ ସାହୁ ୧୦ଦିନ ହେଲା ପେଟିଏମ୍ ବ୍ୟବହାର ଆରମ୍ଭ କରିଛନ୍ତି। ସେ କହିଥିଲେ ଯେ ଟଙ୍କା ଅଚଳାବସ୍ଥା ସମୟରେ ଗ୍ରାହକଙ୍କୁ କ୍ୟାସ ଲେନଦେନ୍ ରେ ଅସୁବିଧା ହେଉଥିବାବେଳେ ପେଟିଏମ୍ ର ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି। ପେଟିଏମ୍ ରେ କେବଳ ଯୁବପିଢି ଗ୍ରାହକ ବ୍ୟବହାର କରୁଥିବାବେଳେ ଅଧିକାଂଶ ଲୋକ କ୍ୟାସ୍ ରେ ନେଣଦେଣ କରୁଛନ୍ତି।
 
ପେଟିଏମ୍  ଯେ କେବଳ ବ୍ୟବସାୟୀ ମାନଙ୍କ ପାଇଁ, ତାହାନୁହେଁ  ଉଭୟ ଗ୍ରାହକ ଓ ବ୍ୟବସାୟୀ ମାନଙ୍କ ପାଇଁ ଏକ ଟଙ୍କା ଦେଣନେଣର ବଳିଷ୍ଠ ମାଧ୍ୟମ ପାଲଟିଛି ।
  • Tags:

Subscribe

National International State Sports Entertainment