ସଡକରେ ରଙ୍ଗିନ୍ ମାଛର ବଜାର
Khabar Odisha:Aquarium-Business-in-smart-city-road-side
ସ୍ମାର୍ଟ ସହର ଭୁବନେଶ୍ୱର । ଏଠି ଟ୍ରାଫିକ୍ ଛକରେ ବି ଚାଲିଛି କିଣାବିକା। ରେଡ୍ ସିଗ୍‌ନାଲରେ ଅଟକି ଥିବା ଯାନବାହାନର ଯାତ୍ରୀ ମାନଙ୍କୁ କିଛି ମିନିଟ୍‌ରେ କିଣିବା ପାଇଁ ପ୍ରଭାବିତ କରିପାରୁଛି ବେପାରି । ଫୁଟ୍‌ପାଥରେ ବି ଚାଲିଛି ଧୁମ୍‌ଧାମ୍ କିଣାବିକା। ଖାଦ୍ୟଠୁ ପ୍ରସାଧାନିକ ଦ୍ରବ୍ୟଯାଏ ସବୁକିଛି ରାସ୍ତା କଡରେ ବିକ୍ରି ହେଉଥିବାବେଳେ ସେଥିରେ ଯୋଡି ହୋଇଛି ଆଉ ଏକ ନୂଆ ବେପାର ରଙ୍ଗିନ୍ ମାଛ କାରବାର । ଯାହିତାହି ମାଛ ନୁହେଁ ଘର ସଜେଇବା ପାଇଁ  ଆକ୍ୱାରିୟମ୍‌ର ମାଛ ।
 
ଲୋକମାନଙ୍କୁ ଆକୃଷ୍ଟ କଳା ଭଳି କାଚ ଭିତରେ ଭଳିକି ଭଳି ରଙ୍ଗିନ୍ ମାଛ, ପଥର, ପ୍ଲାଷ୍ଟିକ୍ ଫୁଲ ସଜା ହୋଇଛି। ଏପରିସଜା ହୋଇଛି ଯେ ପଥଚାରୀମାନେ ପଛରୁ ଫେରି ଦେଖିବାକୁ ବାଧ୍ୟ ହେଉଛନ୍ତି। ଏପରି ଆକ୍ୱାରିୟମ ସାମଗ୍ରୀର ବିକ୍ରେତା ଦାନିସ ଖାନ୍ ନିକଟରେ ହରିୟାଣାରୁ ଓଡିଶା ଆସି ଜମେଇ ଦେଲେଣି ଆସ୍ଥାନ।
 
 
ଅଶୋକ ନଗର ଠାରୁ ଏସବୁ ଦ୍ରବ୍ୟ କିଣି ୟୁନିଟ୍ -୪ ଅଞ୍ଚଳରେ ବିକ୍ରିବ୍ୟବସ୍ଥା କରୁଛନ୍ତି ଦାନିସ । ତାଙ୍କ ନିଜ ଗର ଆମ୍ବାଲା କାଣ୍ଟ ଅଞ୍ଚଳରେ । ମାତ୍ର ୨୧ ଦିନ ତଳେ ଓଡିଶା ଆସି ଦିନକୁ ୯ଘଣ୍ଟା ପରିଶ୍ରମ କରି ୧ହଜାରରୁ ୨ହଜାର ଟଙ୍କା କମାଉ ଥିବା କୁହନ୍ତି।
 
 
ରାଜଧାନୀ ବାସୀଙ୍କ ଆକ୍ୱାରିୟମ ପ୍ରତି ଆକର୍ଷଣ କିଛି କମ୍‌ ନୁହେଁ । ଭଲବ୍ୟବହାର ଓ ଗ୍ରାହକଙ୍କୁ ସନ୍ତୁଷ୍ଟି କରିପାରିଲେ ରାସ୍ତା କଡରେ ସବୁ ପ୍ରକାର ବେପାର ଚାଲିପାରିବ ବୋଲି ତାଙ୍କର ମତ ।
 
  • Tags:

Subscribe

National International State Sports Entertainment