ଭିକ୍ଷାବୃତି : କାହା ପାଇଁ ବାଧ୍ୟତାମୂଳକ ତ କାହା ପାଇଁ ରୋଜଗାର କରିବାର ଏକ ସହଜ ଉପାୟ
Khabar Odisha:
ଭୁବନେଶ୍ୱର,ଜାନୁଆରୀ ୦୪ : ପୁରାଣ ଯୁଗ ହେଉ ଅବା ଆଦିମ ଯୁଗ କିମ୍ବା ଆଜିର ଏ ଆଧୁନିକ ଯୁଗ। ବର୍ତ୍ତମାନ ଭିକ୍ଷାବୃତି ଆମ ସମାଜର ଏକ ପ୍ରଚଳିତ ଧାରା ଭାବେ ଚାଲିଆସିଛି । ପୁରାଣରେ ବର୍ଣ୍ଣିତ ହୋଇଛି ସାଧାରଣତଃ ଯୋଗୀ ମୁନି ମାନେ ଭିକ୍ଷାବୃତି କରିଥାନ୍ତି । ହେଲେ ଆଜିର ଏ ଆଧୁନିକ ଯୁଗରେ ଯୋଗୀ ମୁନି ମାନଙ୍କ ଅପେକ୍ଷା ଗରିବ ଅସହାୟ ଓ ସାଧାରଣ ଲୋକମାନଙ୍କୁ ଭିକ୍ଷା ବୃତି କରୁଥିବାର ଦେଖିବାକୁ ମିଳୁଛି । ଏସବୁର କାରଣ ଖୋଜି ବସିଲେ ଏହା ହିଁ ସାମ୍ନାକୁ ଆସୁଛି ଯେ ସମାଜରେ ବଢୁଥିବା ଅନାହାର ଓ ବେକାରୀ ସମସ୍ୟା ଯୋଗୁଁ ଭିକ୍ଷାବୃତି କରୁଥିବା ଲୋକମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 
           କିନ୍ତୁ କିଛି ଆଳସ୍ୟପରାୟଣ ଲୋକ ଭିକ୍ଷାବୃତି କୁ ସେମାନଙ୍କର ପଇସା ରୋଜଗାର କରିବାର  ଏକ ସହଜ ଉପାୟ ଭାବେ ବାଛି ନେଇଛନ୍ତି । ଯେଉଁଥିପାଇଁ ଭିକ୍ଷାବୃତି କରୁଥିବା ଲୋକମାନଙ୍କର ପରିଚୟ ଧୀରେ ଧୀରେ କଳଙ୍କିତ ହେବାରେ ଲାଗିଛି । 
        ସତ୍ୟନଗରର ଦିନନାଥ ଓଝାଙ୍କ  କହିବା ଅନୁସାରେ ସେ ରାମ ମନ୍ଦିରକୁ ପ୍ରାୟ ସବୁବେଳେ ଆସିଥାନ୍ତି ହେଲେ ଦିନେ ତାଙ୍କୁ ୩ ରୁ ୪ ଜଣ ଛୋଟ ପିଲା ଘେରିଯାଇ ଭିକ ମାଗିଲେ ସେ ସେମାନଙ୍କୁ ଖାଇବାପାଇଁ କହିବାରୁ ସେ ମନା କରି କେବଳ ଟଙ୍କା ନେବେ ବୋଲି କହିଥିଲେ । ଆଉ ଦିନନାଥ ଟଙ୍କା ନଦେବାରୁ ସେମାନେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରଠୁ ସେ ଆଉ କେବେ କେଉଁ ଭିକାରୀଟିକୁ ବି ପଇସା ଦେବାକୁ ପସନ୍ଦ କରନ୍ତିନି । 
           ସେହିପରି ମନ୍ଦିର ସମ୍ନାରେ ଭିକ୍ଷାବୃତି କରୁଥିବା ହାରାମଣି ବେୱା କୁହନ୍ତି ଦୀର୍ଘ ୯ ବର୍ଷ ହେବ ରାମ ମନ୍ଦିର ଆଗରେ ଭିକ୍ଷାବୃତି କରିଆସୁଛନ୍ତି । ଆଗ ଅପେକ୍ଷା ଏବେ ଲୋକମାନେ ଆଉ ଅଧିକ ଭିକ ଦେବାକୁ ପସନ୍ଦ କରୁନାହାନ୍ତି । କେବଳ ମନ୍ଦିର ବାର ଦିନକୁ ଛାଡି ଦେଲେ ଅଲଗା ଦିନରେ ଦିମୁଠା ଦିଓଳି ଖାଇବାକୁ ବି ମିଳେନି । 
କଥାରେ ଅଛି ଭେକ ଥିଲେ ଭିକ ମିଳେ । ହେଲେ ଆଜି ଏହିପରି କିଛି ଆଳସ୍ୟପରାୟଣ ଲୋକମାନଙ୍କ ଯୋଗୁଁ ଯେଉଁମାନେ ଅସଲରେ ପେଟର ଭୋକ ପାଇଁ ଲୋକ ଲଜ୍ଜ୍ୟା ଭିତରେ ବି  ଭିକ୍ଷାବୃତି କରୁଛନ୍ତି ସେମାନଙ୍କୁ ଭିକ ଗଣ୍ଡେ ମିଳିବା କଷ୍ଟକର ହେଲାଣି । 

 
  • Tags:

Subscribe

National International State Sports Entertainment