କନ୍ଧମାଳରେ ପାଣି ବେପାର : ପାଣି ନେବ ପାଣି, ଭାର ୨୦ ଟଙ୍କା
Khabar Odisha:Drinking-water-business-at-Phiringia-in-Kandhamal
ଫୁଲବାଣୀ, ମେ ୧୧(ଖବର ଓଡ଼ିଶା): କନ୍ଧମାଳ ଜିଲ୍ଲାର ପାହାଡ଼ ଜଙ୍ଗଲ ଘେରା ଫିରିଙ୍ଗିଆ ବ୍ଲକରେ ଲୋକେ ପାଣି ଭାରୁଆକୁ ଅପେକ୍ଷା କରି ରହୁଛନ୍ତି । କୂଅ ନଳକୂପ ଶୁଖିଲା ପଡ଼ିଥିବାବେଳେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନାଁ କୁ ମାତ୍ର ରହିଛି । ଏଭଳି ସ୍ଥିତିରେ ଭାରରେ ଦୂରରୁ ପାଣି ଆଣି ପହଂଚାଉଥିବା ଭାରୁଆ ଉପରେ ନିର୍ଭର କରୁଛନ୍ତି ଫିରିଙ୍ଗିଆ ବଜାରବାସୀ ।
 
ଫିରିଙ୍ଗିଆ ସମେତ ପାଖାପାଖି ସମସ୍ତ ବସ୍ତିରେ ପାନୀୟ ଜଳ ସମସ୍ୟା ଗୁରୁତର ହୋଇଛି କେଉଁଠି ନଳକୂଅ ଅଚଳ ତ କେଉଁଠି କୂଅରେ ପାଣି ନାହିଁ । ଅଧିକାଂଶ ନଳକୂପ ମରାମତି ପରେ ବି  ଟୋପେ ପାଣି ବାହାରୁନି । ୧୯୯୧ ମସିହାରେ ଫିରିଙ୍ଗିଆ ବଜାରରୁ ଦୁଇ କି.ମି ଦୂର ଚଣ୍ଡିରି ଗାଁ ଘାଇରୁ ପାଇପ୍ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । କିନ୍ତୁ ପାଇପ୍ ଯୋଗେ ଯେତିକି ପାଣି ଆସୁଛି ସେଥିରେ ଲୋକଙ୍କ ଶୋଷ ମେଂଟିପାରୁନି । ଦିନେ ପାଣି ଆସିଲେ ଆଉ ଦିନକୁ ବନ୍ଦ । ପାଣି ପାଇଁ ନଗରାଂଚଳବାସୀଙ୍କ ସମେତ ଆଖପାଖ ଗାଁ ଲୋକେ ବି କଷ୍ଟ ଭୋଗୁଛନ୍ତି । କେତେକ ଲୋକ ପାଣି ପାଇଁ ଗାଁ ଛାଡ଼ିଥିବା ଜଣାଯାଇଛି ।
 
ଫିରିଙ୍ଗିଆ ବଜାରରେ ସାପ୍ତାହିକ ହାଟ ହୁଏ । ସେଥିରେ ୨୫-୩୦ ହଜାର ଲୋକ ସମାଗମ ହୁଅନ୍ତି । ହାଟୁଆମାନଙ୍କୁ  ପାଣି ମିଳେନି  । ହୋଟେଲ ବଜାରରେ କିଛି ନଖାଇ ପାଣି ମାଗିଲେ ହତାସ ହେବାକୁ ପଡ଼େ । ଫିରିଙ୍ଗିଆ ଠାରୁ ୮/୯ କିମି ଦୂର ବାଘ ନଦୀରୁ ଜଳଯୋଗାଣ ହେଲେ ଦୁଃଖ ଦୂର ହୋଇପାରନ୍ତା ।
  • Tags:

Subscribe

National International State Sports Entertainment