ବିଜେଡିକୁ ଏବେ ନବୀନ ନୁହେଁ ଜଗନ୍ନାଥ ଭରଷା !
Khabar Odisha:Tathagata-Satapathy-Say-Jagannath-Saves-BJD
ଭୁବନେଶ୍ବର, 5 ଅପ୍ରେଲ - ବିଜେଡି ଦଳରେ ଫାଟ ନାହିଁ  । ଦଳ ପ୍ରତି ଜଗନ୍ନାଥଙ୍କ ଆର୍ଶ୍ରିବାଦ ରହିଛି  । କେହି ଦଳକୁ ଭାଙ୍ଗିପାରିବେନି  । ଏପରି କଥା କହି ଆଜି ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା କରିଛନ୍ତି ବିଜେଡିର ବରିଷ୍ଠ ସାଂସଦ ତଥାଗତ ଶତପଥୀ  ।
 
ବୁଧବାର ଦିନ ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ପ୍ରତନିଧିଙ୍କ ସହ ଆଲୋଚନା ସମୟରେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ ତଥାଗତ  । ତେବେ ତଥାଗତଙ୍କର ଏହିରି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଦେଇଛି  । ପ୍ରଥମ ଥର ଦଳ ହାଇକମାଣ୍ଡଙ୍କ ନାମ ବଦଳରେ ଭଗବାନଙ୍କ ନିକଟରେ ଶରଣାପନ୍ନ ହେବାରେ ଲାଗିଛି  । ଏହି ସବୁ ପଛରେ ବଡ କିନ୍ତୁ ରହିଥାଏ ପାରେ  ।

-କେହି ଦଳ ଭାଙ୍ଗିପାରିବେନି-ତଥାଗତ
 
କିନ୍ତୁ ରାଜନୀତି ସମୀକ୍ଷକଙ୍କ ମାନଙ୍କର କହିବା ଅନୁସାରେ ବିଜେଡି ଦଳ ରାଜ୍ୟ ଶାସନ କ୍ଷମତାରେ 17 ବର୍ଷ ରହିଲାଣୀ  । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଚାରିଚାରି ଥର ମୁଖ୍ୟମନ୍ତ୍ର ହେଲେଣୀ  । ତେବେ ତାଙ୍କ ଧଳାକୂର୍ତାରେ ଏବେ କଳଙ୍କର ଛିଟା ଲାଗିଲାଣୀ  । ଅନ୍ୟପଟେ ଓଡିଶାରେ ନୂଆ ନେତୃତ୍ବ ଆର୍ବିଭାବ ପାଇଁ ଏବେ ବିଜେଡି କ୍ଷେତ୍ରରେ ଛନକା ଖେଳାଇ ଦେଇଛି  । ତେବେ ବରିଷ୍ଠ ସାଂସଦ ପ୍ରଥମେ ତୃତୀୟ ମହଲାକୁ ଯିବା ଓ ଏହାପରେ ଆସି ଗଣମାଧ୍ୟମରେ ଖୋଲାଖୋଲି ମନ୍ତବ୍ୟ ପ୍ରଦାନ କରିବାକୁ ନେଇ ଓଡିଶାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି  । ଟ୍ବିଟ କରି ଚର୍ଚ୍ଚାରେ ରହିଥିଲେ ସାଂସଦ ଶ୍ରୀ ଶତପଥୀ  ।
 
ତେବେ ତାଙ୍କୁ ଆଜି ସଚିବାଳୟରେ ଦେଖିବା ପରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି  । ସାଂସଦ ଶ୍ରୀ ଶତପଥୀ ନିଜ ଇଚ୍ଛାରେ ବା କୌଣସି କାମ ନେଇ ଆସିଥିଲେ ନା ତାଙ୍କୁ ଡକା ଯାଇଥିଲା  । ତେବେ ଦଳରେ କନ୍ଦଳ ଥିବା କଥା ଅଧିକାଂଶ ବରିଷ୍ଠ ନେତା ଖୋଲାଖୋଲି ମତପ୍ରକାଶ କରିଛନ୍ତି ଗଣମାଧ୍ୟମରେ  ।  ଅନ୍ୟପଟେ ବରଗଡ ଜିଲା ସାଂସଦ ପ୍ରଭାସ ସିଂହଙ୍କ କହିବା ଅନୁସାରେ ଦଳ ଏବେ ଗୋଟିଏ ଅଛି  । ଦଳର ନେତା ଜଣେ ସେ ହେଲେ ନବୀନ ପଟ୍ଟନାୟକ  । ତେଣୁ ଦଳରେ କିଏ କଣ କହିଲା ଏଥିରେ କିଛି ଯା ଆସେ ନାହିଁ  । ବିଜେଡି ଦଳ ଗୋଟିଏ ଅଛି  ।
 
ଅନ୍ୟପକ୍ଷରେ ଦେଖିବାକୁ ଗଲେ ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦେଇଥିବା ମନ୍ତବ୍ୟ ପରେ ଏବେ ବିଜେଡି ରାଜନୀତିରେ ଛନକା ଖେଳାଇଦେଇଛି  । ନିଜ ଛାଇ ଦେଖି ଏବେ ନେତା ଭୟଭୀତ  । ଅନ୍ୟପଟେ ଜୁଏଲଙ୍କ ମନ୍ତବ୍ୟ ଉପରେ ନବୀନ ପତିକ୍ରିୟା ଦେଇ ଏହା ଅବାସ୍ତବ ଚିନ୍ତାଧାରା ବୋଲି କହିଛନ୍ତି  । ଅନ୍ୟପଟେ ଦଳରେ ରହିଥିବା ଅସନ୍ତୋଷକୁ ସ୍ବୀକାର କରିଛନ୍ତି ଦଳର ଅଧିକାଂଶ ନେତା ଓ ବିଧାୟକ  ।
 
ଦଳର ସମୀକ୍ଷା ବୈଠକରେ ମୟୁରଭ଼ଞ୍ଜ, କୋରାପୁଟ, ଯାଜପୁର, ପୁରୀ ଓ ବରଗଡ ଜିଲାର ପ୍ରତିନିଧି ମାନେ ଖୋଲାଖୋଲି ଭାବେ ଏହିପରି ମନ୍ତବ୍ୟ ପ୍ରଦାନ କରିଛନ୍ତି  । ଅନ୍ୟପଟେ ଦଳରେ ଏବେ ନେତାମାନେ ଖୋଲାଖୋଲି ଭାବେ ମନ୍ତବ୍ୟ ପ୍ରଦାନ କରିବାରେ ଲାଗିଛନ୍ତି  । ସତେ ଯେପରି ହାଇକମାଣ୍ଡଙ୍କ କାର୍ତ୍ତି ଆଉ ଦଳରେ କାମ କରୁନି ସେହିପରି ସ୍ପଷ୍ଟ ହେଉଛି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି  ।
  • Tags:

Subscribe

National International State Sports Entertainment