ମନ୍ତ୍ରିମଣ୍ଡଳ ଅଦଳବଦଳ ! ନବୀନଙ୍କ ପାଇଁ ସଙ୍ଗଠନ ଚିନ୍ତା ନା ଚିଟଫଣ୍ଡ ଭୟ !
Khabar Odisha:Reshuffle-In-Cabinet-Minister--Chitfund-Fear

  ଖୁବଶୀଘ୍ର ରାଜ୍ୟମନ୍ତ୍ରିମଣ୍ଡଳର ହେଉଛି ଅଦଳବଦଳ  ।  ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଆସନ୍ତା କାଲି ସକାଳ 8.45 ମିନିଟ ସମୟରେ ରାଜ୍ୟପାଳ ଏସ.ସି.ଜମିର ନାଗାଲାଣ୍ଡରୁ ଫେରିବା ପରେ ପକ୍ରିୟା ଆରମ୍ଭ ହେବ  ।  7 ତାରିଖରେ ମନ୍ତ୍ରିମଣ୍ଡଳର ଅଦଳବଦଳ ହେବାପରେ ମୁଖ୍ୟମନ୍ତ୍ରୀ ଦିଲୀ ଯିବାର କାର୍ଯ୍ୟକ୍ରମ ରହିଛି  ।  ତେବେ ନବୀନଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଏବେ ମୁଖିଆଙ୍କ ଏହିପରି କାର୍ଯ୍ୟକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ  ।  ଏପରିକି ଯୁବମନ୍ତ୍ରୀ ମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାନେଇ ଏକପ୍ରକାର ଚିତ୍ର ସ୍ପଷ୍ଠ ହୋଇଛି  ।  ତେବେ ଯୁବମନ୍ତ୍ରୀମାନଙ୍କୁ ସଙ୍ଗଠନ ଦାୟିତ୍ବରେ ଲଗାଯିବା ନେଇ ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଛି  ।  ତେବେ ଏସବୁ ମଧ୍ୟରେ ନବୀନଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ଉଠିଛି ବଡ ପ୍ରଶ୍ନ  । ଏପରିକି ବାସ୍ତବରେ ଦଳର ମୁଖିଆ ସଙ୍ଗଠନ ଚିନ୍ତାରେ ବେଶି ଚିନ୍ତିତ ନା ଚିଟଫଣ୍ଡ ବଦନାମରରୁ ବଞ୍ଚିବା ପାଇଁ ପ୍ରୟାସ କରଯାଉଛି ଏହାକୁ ନେଇ ଏବେ ପଲ୍ଲୀରୁ ରାଜଧାନୀ ପର୍ଯ୍ୟନ୍ତ ବେଶ ଆଲୋଚନାର ବିଷୟ ପାଲଟିଛି  ।

ଶତାଦ୍ଧୀର ମହାଦୁର୍ନୀତି କୁହାଯାଇଥିବା ଚିଟଫଣ୍ଡ ଦୁର୍ନୀତି ଘଟଣାରେ ରାଜ୍ୟମନ୍ତ୍ରିମଣ୍ଡଳର ପାଖାପାଖି ଅଧଡର୍ଜନ ମନ୍ତ୍ରୀଙ୍କ ନାମ ନେଇ ଚର୍ଚ୍ଚା ଜୋର ଧରିଥିଲା  ।  ଏପରିକି କିଛି ମନ୍ତ୍ରୀ ଓକିଲ ପଠାଇ ସିବିଆଇ ନିକଟରେ ହାଜର ହୋଇଛନ୍ତି ତ ଆଉ କିଛି ମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ ସିବିଆଇର ଜେରାର ସମ୍ମୁଖୀନ ହୋଇଛନ୍ତି  ।  ତେଣୁ ଏପରି ସ୍ଥିତିରେ ଏବେ ଆସୀନ କିଛି ମନ୍ତ୍ରୀ ଇସ୍ତଫା ଦେବା ଘଟଣା ଚର୍ଚ୍ଚା ପରେ ଏବେ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି  ।

ତେବେ ଚିଟଫଣ୍ଡ ମହାଦୁର୍ନୀତି ଠାରୁ ଆରମ୍ଭ କରି ବିଭିନ୍ନ ଘଟଣାରେ ବିଜେଡି ନେତାଙ୍କ ଅଭିଯୋଗ ଆସିବା ପରେ ଏବେ ଦଳର ମୁଖିଆଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠିଛି  । ତେବେ ଏହି ଭାବମୂର୍ତ୍ତିକୁ ଠିକ ରଖିବା ପାଇଁ ନବୀନଙ୍କର ଏହା ନୂଆ ଚାଲ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମହଲରେ ଆଲୋଚନା ହେଉଛି  ।

  • Tags:

Subscribe

National International State Sports Entertainment