ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତର ପ୍ରଥମ ସୋପାନ ହେବ ଓଡିଶା
Khabar Odisha:Narendra-Modi-Odisha-Will-First-Step-To-Develop-Odisha
ଆସନ୍ତା ଅପ୍ରିଲ ୧୫ ଓ ୧୬ ଦୁଇ ଦିନ ଧରି  ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୯୭ ପରେ ତୃତୀୟ ଥର ଲାଗି ଓଡିଶାରେ ଭାରତୀୟ  ଜନତା ପାଟି ର୍ର ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ । ତେବେ ତତକାଳୀନ ସମୟର ରାଷ୍ଟ୍ରୀୟ ଅଧିବେଶନ ଓ ବର୍ତମାନର ଅଧିବେଶନର କାର୍ଯ୍ୟକାରିଣୀ  ପରିଚାଳନା ପ୍ରାୟ ସମାନ ରହିଥିଲେ ସୁଦ୍ଧା ଉଦ୍ଦେଶ୍ୟ  କିନ୍ତୁ ସଂପୂଣ୍ଣ ଅଲଗା ହୋଇ ରହିଛି ।  ପ୍ରତିବର୍ଷ ଭଳି କାର୍ଯ୍ୟ କରିଣୀ କେଉଁ ଠି ନା କେଉଁଠି ଅନୁଷ୍ଠିତ ହୁଏ  । କିନ୍ତୁ ଏଥର ଓଡିଶା କାହିଁକି ? ଯଦ୍ୟପି  ଓଡିଶାରେ  ବିଜେପିି ସରକାର ନାହିଁ ତେବେ ଓଡିଶାରେ କାହିଁକି ଏପରି ବିଶାଳ ସମାରୋହର ଆୟୋଜନ । କଣ ରହିଛି ଓଡିଶା ମୋଦିଙ୍କ ଅନ୍ୟତମ ଟାର୍ଗେଟ ।
 
ତେବେ ସାଧରଣତଃ  ଏକ ପ୍ରସଙ୍ଗ ମନକୁ ଆସେ ଯେ, ସଦ୍ୟ ସମାପ୍ତ ହୋଇଥିବା  ପଂଚାୟତ ନିର୍ବାଚନରେ ଆଶାତୀତ ସଫଳତା ମିଳିଛି ଓଡିଶା ବିଜେପି କୁ । ଏହା ପରକୁ ଉତର ପ୍ରଦେଶରେ  ବିଜେପିର ବିପୁଳ ଜନମତ  ଭାରତୀୟ ଜନତା ପାର୍ଟିକୁ ଆହୁରି ଶକ୍ତିଶାଳୀ କରିଛି । ତତ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହୁରି ଶକ୍ତ କରିଛି ।  ତେବେ  ଗୋଟିଏ ପରେ ଗୋଟିଏ ରାଜ୍ୟରେ ଗୈରିକ ଧ୍ୱଜା ଉଡାଇବା ଏକ ମାତ୍ର ଲକ୍ଷ୍ୟ ହୋଇ ନପାରେ ଉଚ୍ଚାକାଂ କ୍ଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର । 
 
ଉତର ପ୍ରଦେଶ ନିବା ର୍ଚନରେ  ପ୍ରଧାନମନ୍ତ୍ରୀ ଏକ ନିବା ର୍ଚନୀ ସଭାରେ  ଓଡିଶା ଏକ ଗରିବ ରାଜ୍ୟ ବୋଲି କହିବା ସହ ଓଡିଶାର ଗରିବ ଲୋକଙ୍କ ସମର୍ଥନ ବିଜେପି ସହ ଅଛି ବୋଲି ଦୃଢୋକ୍ତି  ପ୍ରକାଶ କରିଥିଲେ । ତେବେ  ଓଡିଶା ଏକ ରତ୍ନଗର୍ଭା ତଥା ନଦୀ ତଟିନୀରେ ଭରା ପୂର ତଥା  ନୌବଣିଜ୍ୟର ସମ୍ଭାବନା ରେ ଉଦବୁଦ୍ଧ ଥିବା ବେଳେ ଏହାର ପରମ୍ପରା ମଧ୍ୟ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତଥାପି  ଓଡିଶା  ଗରିବ  ବୋଲି   ପ୍ରଧାନମନ୍ତ୍ରୀ ଙ୍କ ମୁଖରୁ ଶୁଣିବା ଅନେକଙ୍କୁ ନାପସନ୍ଦ ହୋଇଥିଲା । ବିଶେଷ କରି ୧୭ ବର୍ଷ ଧରି ଶାସନର ମଙ୍ଗୁଆଳ ସାଜିଥିବା ବିଜେଡି ଏଥିରେ ବହୁ ‘ହାଏ ତୋବା ’ ଆରମ୍ଭ କରିଥିଲା । ଆଲୋ ସଖି ଆପଣା ମହତ ଆପେ ରଖିବା ପରି ସମସ୍ତେ ମୋଦିଙ୍କୁ କଟାକ୍ଷ କରିଚାଲିଲେ । ସତେ ଯେମିତି ଓଡିଶାର ଗରିବ ସ୍ଥିତି ପାଇଁ ମୋଦି ହିଁ ଦାୟୀ । ଏହା ଛଡା ଏକ ରାଜନୀତିକ ଅଭିସନ୍ଧି ରଖି ଏହା କୁହାଯାଇଥିବା ନେଇ ଆଲୋଚନା ହେଲା ।
 
ତେବେ  ଉତର ପ୍ରଦେଶ ନିବା ର୍ଚନ ଫଳ ଆସିବା ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲୀର ଦଳୀୟ କାର୍ଯ୍ୟାଳୟରେ ଯେଉଁ ବକ୍ତବ୍ୟ ରଖିଲେ ତାହା ସମଗ୍ର ଦେଶକୁ ଏକ ପ୍ରକାର ଆନ୍ଦୋଳିତ କରି ରଖିଛି । ସେ କହିଥିଲେ ଯେ ଶାସନ  କ୍ଷମତା ଆସିଲେ ସେଥିରେ ଜନତାର ସେବା କରିବା ସହଜ ହୋଇଯାଏ ।  ଦେଶର ଗରିବଙ୍କ ଶକ୍ତି ସେ ଚିହ୍ନି ପାରିଥିବା ସେ କହିଲେ ।  ରାଷ୍ଟ୍ର ନିର୍ମାଣ ପାଇଁ ଗରିବଙ୍କୁ ଯେତେ ଅବସର ମିଳିବ  ଦେଶ ସେତେ ପ୍ରଗତି ପଥରେ ଆଗେ ଇ ଚାଲିବ । ଯଦି ଗରିବକୁ କାମ କରିବାକୁ  ମିଳିଯାଏ ତେବେ ସେ ଦେଶର ଅଧିକ ସେବା କରିପାରିବ । ସେହିପରି ମଧ୍ୟମ ବର୍ଗଙ୍କ ବୋଝ ମଧ୍ୟ କମ ହେବା ଦରକାର । ଗରିବ ନିଜର ବୋଝ ନିଜେ ଉଠାଇବା ପାଇଁ ସ କ୍ଷମ ହେଲେ ମଧ୍ୟମ ବର୍ଗଙ୍କ ଉପରୁ ବୋଝ ମଧ୍ୟ କମିଯିବ । ସେ ଜିତିବା ଓ ହାରିବା ଉପରେ ନୁହେଁ ବରଂ କାମ କରିବାରେ ବିଶ୍ବାସ ରଖନ୍ତି ବୋଲି କହିବା ସହ ଦେଶ ବାସୀଙ୍କ ହୃଦୟରେ ନିଜର ସ୍ଥାନ ଜମାଇବାରେ ସକ୍ଷମ ହେଇଛନ୍ତି ।    
 
ଉତର ପ୍ରଦେଶ ନିର୍ବାଚନରେ ଯେଭଳି ଗରିବ, ଦଳିତ, ମହିଳା ଓ ବିଭିନ୍ନ ବର୍ଗର ଲୋକେ ସମସ୍ତ ସମୀକରଣରୁ ଉପରକୁ ଉଠି କେବଳ ବିକାଶ ପାଇଁ ଭୋଟ ଦେଲେ ତାହା ଏକ ନୂଆ ଭାରତର ଅୟମାରମ୍ଭ କରିବ  ବୋଲି କହିଲୋ ପ୍ରଧାନମନ୍ତ୍ରୀ । ଏଥିପାଇଁ ୨୦୨୨  କୁ  ଟାର୍ଗେଟ କରିଛନ୍ତି ମୋଦି । ସଂକଲ୍ପ ନେଇ କାମ କରିବାକୁ ସେ  ଦେଶର ଯୁବ ବର୍ଗଙ୍କୁ ଆହ୍ୱାନ ଦେଇଥିଲୋ ପୂବ ର୍ରୁ ଡିଜିଟାଲ ଇଂଡିଆ ପ୍ରସାରିତ କରି ଦେଶରେ କ୍ୟାସ ଲେସ  ଇକୋନୋମି  ସାଙ୍ଗକୁ ଦୁର୍ନୀତି ରୋକିବା ଲାଗି  ବିମୁଦ୍ରାକରଣ ଭଳି  କଠୋର ପଦେକ୍ଷପ ନେଇଛନ୍ତି ସେ  । ଯାହାକୁ ମିଳିଛି ବିପୁଳ ଜନସମର୍ଥନ ।  ସେପଟେ ଗରିବ କଲ୍ୟାଣ ଯୋଜନା ଜରିଆରେ  ଗରିବଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭିନ୍ନ ଯୋଜନା କରୁଛନ୍ତି ମୋଦି ।
 
ଗରିବ କଲ୍ୟାଣ ଯୋଜନା  କେଉଁ ରାଜ୍ୟର କିଭଳି କାଯ୍ୟ କାରୀ ହେଉଛି ତାହାର ରିପୋର୍ଟ ସଂଗ୍ରହ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏଥିଲାଗି ବିଭିନ୍ନ ସଂସଦୀୟ  କ୍ଷେତ୍ର କୁ ସାଂସଦ ତଥା ମନ୍ତ୍ରୀ ମାନଙ୍କୁ ରିପୋର୍ଟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଆଉ ଏହି ଗରିବ କଲ୍ୟାଣ ଯୋଜନାର ପ୍ରୟୋଗ ଶାଳା ହେବ ଓଡିଶା ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓଡିଶାକୁ ନୂଆ ଭାରତର ପାଇଁ ଏକ  ପ୍ରଥମ ସୋପାନ ତଥା ପୂବା ର୍ଚଂଳର ବିକାଶ ଲାଗି  ପ୍ରବେଶ ପଥ ବୋଲି  କହି ଛନ୍ତି । 
 ପ୍ରଧାନମନ୍ତ୍ରୀ ଙ୍କ ଅନେକ ଯୋଜନା ମଧ୍ୟରୁ ଗରିବ କଲ୍ୟାଣ ଯୋଜନା ସବୋ ର୍ତମ । 
 
୧ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତି ଗରିବ ପରିବାରକୁ ଘର  
୨.ସ୍ୱଚ୍ଛ ଭାରତ ଯୋଜନା ମାଧ୍ୟମରେ ୩ କୋଟିରୁ ଅଧିକ ଶୌଚାଳୟର ନିର୍ମାଣ ।
୩. ଉଜ୍ଜଳା ଯୋଜନା ମାଧ୍ୟମରେ ୧.୫ କୋଟି ଏଲପିଜି କନେକସନ ଦିଆଯାଇଛି । ଉଜ୍ଜଳାରେ ୩୭ ପ୍ରତିଶତ ଲାଭାର୍ଥୀ ଏସ ସି ଏସ ଟି ଶ୍ରେଣୀର ରହିଛନ୍ତି ।
୪.ଦୀନ ଦୟାଲ ଗ୍ରାମ ଜ୍ୟୋତି ଯୋଜନା ମାଧ୍ୟମରେ ରେକର୍ଡ ସମୟରେ ୧୧ ହଜାରରୁ ଅଧିକ ଗାଁରେ ବିଦ୍ୟୁତିକରଣ ହୋଇଛି ।
୫. ଉଜାଲା ଯୋଜନା ମାଧ୍ୟମରେ ୨୦ କୋଟି ଏଲ ଇଡି ବଲବ୍ ବଂଟାଯାଇଛି । ଯାହା ଦ୍ୱାରା ୧୦ ହଜାର କୋଟି ରୁ ଅଧକ ସଂଚୟ ହୋଇପାରିଛି ।
୬ ମିଶନ ଇନ୍ଦ୍ର ଧନୁଷ ରେ ପିଲାଙ୍କୁ ଟୀକାକରଣ ଦ୍ୱାରା ୫୫ ଲକ୍ଷ ଶିଶୁ ଉପକୃତ ହୋଇଛନ୍ତି ।
୭.ଗରିବଙ୍କୁ  କମ ଦାମରେ ଗୁଣାତ୍ମକ ମାନର  ଔଷଧ  ତାହା ପୁଣି ଅତ୍ୟନ୍ତ କମ ମୁଲ୍ୟରେ ଯୋଗାଇବା ପାଇଁ ସରକାର ଙ୍କ ଭାରତୀୟ ଜନ ଔଷଧି ପରିଯୋଜନା ସରକାରଙ୍କ ଆଉ ଏକ ବଳିଷ୍ଠ ପଦକ୍ଷେପ ।
 
ଯେଉଁ ଜେନେରିକ ମେଡିସିନ ପୂବ ର୍ରୁ କେବଳ ହସପିଟାଲ ବାରଣ୍ଡାରେ ମିଳୁଥିଲା ତାହା ଏବେ ଯେ କେହି ଯେ କୌଣସି ସ୍ଥାନରେ ମିଳିବ ଓ ଏହାର ଦୋକନ ଖୋଲିପାରିବ । ଏହା ବେକାର ଯୁବକ  ଯୁବତୀଙ୍କୁ ସ୍ୱ ରୋଜଗାର ସୃଷ୍ଟି କରିବା ପାଇଁ ସହାୟକ ହେଉଛି । ଏହିପରି କୌଶଳ ବିକାଶ ଯୋଜନା, ସ୍ୱାବଲମ୍ବୀ ହେବା ପାଇଁ ମୂଦ୍ରା ଯୋଜନା , ଷ୍ଟାଣ୍ଡ ଅପ ,ଷ୍ଟାର୍ଟ ଅପ ଆଦି ଯୋଜନା ବେକାରୀ ସମସ୍ୟା ଦୂର କରିବା ପାଇଁ ଉଦ୍ଧିଷ୍ଟ ।
 
 
ଏହିଭଳି ଅନେକ ଗରିବ କଲ୍ୟାଣ ଯୋଜନା ଗୁଡିକର ପ୍ରୟୋଗ ଶାଳା ହେବ ଓଡିଶା । କାରଣ ପୂର୍ବ ଭାରତର  ବିକାଶ ପାଇଁ ଓଡିଶା ହେବ ପ୍ରବେଶ ଦ୍ୱାର । ଏଇଠୁ ହିଁ ପୂରା ଭାରତର ବିକାଶର ପ୍ରଥମ ସୋପାନ ଉଠିବ ।  ଏହି ଲକ୍ଷ୍ୟ ରଖି ଏବେ ଓଡିଶାକୁ ଟାର୍ଗେଟ ରଖିଛନ୍ତି ମୋଦିା ରାଜନୈତିକ ଦୃଷ୍ଟିକୋଣରୁ ଯଦି ଦେଖିବା ତେବେ  ପୂବାର୍ଚଂଳ ର ଆସାମରେ ବିଜେପିର ସରକାର ଗଠନ ହୋଇ ସାରିଥିବା ବେଳେ୍ ନିକଟରେ ଆଉ ପଶ୍ଟିମ ବଙ୍ଗରେ ନିବା ର୍ଚନ ନାହିଁ ।
 
 
ଖଣି ଖାଦାନ, ନଦୀ, ଉପକୂଳ ପ ଯ୍ୟ ର୍ଟନ , ପରମ୍ପରା ରେ ଭରପୂର ଓଡିଶାକୁ ପ୍ରତିଦାନରେ ମିଳିଛ କଣ ? ଆଜି ବି ଅନେକ ସ୍ଥାନକୁ  ସଡକ ପଥ ସଂଯୋଗ ହୋଇନଥିବା ବେଳେ  ଅନେକ ସ୍ଥାନରେ ରେଳ ଦେଖି ନାହାନ୍ତି ଲୋକେ । ଓଡିଶା ସ୍ୱତନ୍ତ୍ର ଭାଷା ଭିିତିକ ରାଜ୍ୟ ଭାବେ ଇତି ମଧ୍ୟରେ ୮୦ ବର୍ଷ ପୂରଣ କରିସାରିଛି । ହେଲେ ବିଡମ୍ବନା ହେଲା ପ୍ରତି ବର୍ଷ ଫସଲ ହାନୀ ଯୋଗୁଁ ଚାଷୀ ଆତ୍ମ ହତ୍ୟା କରୁଛନ୍ତି । ୨୭ ପ୍ରତିଶତ ଜମି ଜଳ ସେଚିତ ହେବା ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର ତାହା ପାଣିର ଗାର ହୋଇଛି ।  ଦୁର୍ଗମ୍ୟ ଅଂଚଳରେ ମୌଳିକ ସୁବିଧା ଟିକକ ମିଳି ପାରୁନାହିଁ , ଆମ୍ବ ଟାକୁଆ  ଖାଇ ଜୀବନ ହାନୀ ହେଉ ବା ନଗଡାର ଭୁଭୁ କ୍ଷୁ ର ଲୁହ ଭିଜା ଆଖିର ଚିତ୍ର ।  କେବିକେ ନାମରେ ଅନେକ ଯୋଜନା ବାଟ ମାରଣା ହୋଇଥିବା ସଦ୍୍ୟତମ ଉଦାହରଣ ହେଲା  ଦାନ ମାଝିର ଶବ ବୁହା ଘଟଣା । ଓଡିଶାର ଚିତ୍ରକୁ ବିଶ୍ୱ ଦରବାରରେ ଏହା ଏକ ଦରିଦ୍ର ତମ ରାଜ୍ୟର ପରିଚୟ ଆଣି ଦେଇଛି । ଯାହା ଦୁଃଖଦାୟକ । 
 ଏଭଳି ପରିସ୍ଥିତିରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଫୋକସ ଓଡିଶା ପ୍ରତି ରହିଲେ ଏଥିରେ ବିସ୍ମୟ ହେବାର କିଛି ନାହିଁ । ଦୁଇ ବର୍ଷ ପୂବ ର୍ରୁ ପାରାଦୀପ ତୈଳ ବିଶୋଧନାଗାର  ରାଷ୍ଟ୍ରକୁ  ସମର୍ପିତ କରିବା ବେଳେ  ଓଡିଶା ର ଗରିବ ସମସ୍ୟା କହିବା ସହ ଏହା କୁ ଦୁର କରିବା ପାଇଁ ମୋଦି ବଦ୍ଧ ପରିକର ବୋଲି କହିଥିଲେ ।  ଦେଶର ବିଭିନ୍ନ ଅଂଚଳର ବିକାଶ ବଢିଥିବା ବେଳେ ପୂବା ର୍ଚଂଳର ବିକାଶ ବହୁ ପଛରେ ପଡିଛି । ଭାରତର ପୂବା ର୍ଚଂଳର ବିକାଶ ତାଙ୍କର ପ୍ରଥମ  ଲ କ୍ଷ୍ୟ ବୋଲି କହିବା ସହ  ଓଡିଶାକୁ ଏହାର  ପ୍ରବେଶ ପଥ ବୋଲି କହିଥିଲେ । ପାରାଦୀପ ରିଫାଇନାରୀରେ  ଲ କ୍ଷାଧିକ ଲୋକଙ୍କୁ ରୋଜଗାର ମିଳିବା ସହ ଓଡିଶା ର ବିକାଶ ଦୀପ  ପାରାଦୀପ ରିଫାଇନରୀ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ ମୋଦି । ଏହା ଓଡିଶାର ଭାଗ୍ୟ ଦୀପ ବୋଲି କହିବା ସହ ଦେଶ ବ୍୍ୟାପି  ଗରିବ ମହିଳାଙ୍କୁ ଗ୍ୟାସ ଯୋଗାଇବାରେ  ସମର୍ଥ ହେବ ବୋଲି କହିଥିଲେ । ୩୫ ହଜାର କୋଟି ଖର୍ଚ୍ଚରେ ନିର୍ମିତ  ଏହି ରିଫାଇନାରୀ ପାଇଁ ଅନେକ ଓଡିଶାର ମହାପୁରୁଷ ଙ୍କ ଅବଦାନ ରହିଛି , କିନ୍ତୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାର ଶିଳାନ୍ୟାସ କରିଥିବା କଥା ସେ ଉଲ୍ଲେଖ କରିଥିଲେ । ଯୋଜନା ନିର୍ଦାରିତ ସମୟରେ ଆରମ୍ଭ ହୋଇ ନିଦା ର୍ରିତ ସମୟରେ ସରିଲେ  କୌଣସି ରାଜ୍ୟର ପ୍ରଗତିକୁ କେହି ରୋକିପାରିବ ନାହିଁ ବୋଲି ସୂଚାଇଥିଲେ  ମୋଦି ।
 
ପାରଦୀପରୁ ପୂବା ର୍ଟଂଳର ବିକାଶ ଯାତ୍ରା ଆରମ୍ଭ ହୋଇଥିବାର ବିଗୁଲ ବଜାଇ ଯାଇଛନ୍ତି ମୋଦି । ଏବେ ପୁଣି ସେହି ସଂକଳ୍ପକୁ ନେଇ ପୁଣି ଥରେ ଓଡିଶା ମୁହାଁ ହୋଇଛନ୍ତି । ଏଥର ଓଡିଶା ରାଜଧାନୀ ଅନୁଷ୍ଠିତ ହେଉଥିବା ରାଜ୍ୟ କାରିଣୀରେ ୨୦୧୯ରେ ଓଡିଶା ନିବା ର୍ଚନ ଜିତିବା ପାଇଁ ବ୍ଲ୍ୟୁ ପ୍ରିଂଟ ପ୍ରସ୍ତୁତ ହେବା ଏହା ନିଃସନେ୍ଦହ । କିଭଳ ବୁଧ ସ୍ତରରୁ କାୟ୍ୟ ର୍କ୍ରମ ହାତକୁ ନିଆଯିବ ସେ ନେଇ ଯୋଜନା  କରିଛନ୍ତି ଏମିତି ଶାହା । ରାଷାଟାରୀ ୟ କାୟ୍ୟ କରିଣୀରେ ଦୁଇଦିନ ଧରି ଦେଶ ଓଡିଶାରୁ ଯେ ପରିଚାଳିତ ହେବ ଏଥିରେ ଦ୍ୱିମତ ନାହିଁ । ଓଡିଆ ନବ ବର୍ଷରେ ପାରମ୍ପରିକ କଳା ନୃତ୍ୟ ପରିବେଷଣ ସହ ସ୍ୱାଗତ କାୟ୍ୟ ର୍କ୍ରମ ତଥା ମହାବିଷୁବ ପବ ର୍ରେ ଓଡିଆ ଖାଦ୍ୟର ପରଶ  ରାଷ୍ଟ୍ରୀୟ କାଯ୍ୟ ର୍କାରିଣୀକୁ ଆହୁରି  ମହତ୍ୱପୂଣ୍ଣ ର୍ କରିଛି । ଓଡିଆ ନବ ବର୍ଷରେ ଓଡିଶାକୁ ଜାଣିବା ଓଡିଆଙ୍କ ମନକୁ ଛୁଇଁବା ପାଇଁ ବିଜେପରି ରାଷ୍ଟ୍ରୀୟ କାଯ୍ୟ ର୍କାରିଣୀ ଯେ ପୂର୍ଣ୍ଣ ସହାୟକ ହେବ  ବୋଲି ବରିଷ୍ଠ ରାଜନୀତିଜ୍ଞ ସମୀ କ୍ଷକ ମାନେ ଆକଳନ କରିସାରିଲେଣି ।
 ରାଷ୍ଟୀୟ କାୟ୍୍ୟ କାରିଣୀରେ ଦଳର ଅଧ୍୍ୟ କ୍ଷ ଅମିତ୍ ଶାହାଙ୍କ ସମେତ  ୯ ଜଣ ମୁଖ୍୍ୟମନ୍ତ୍ରୀ, ଅନେକ ଉପ ମୁଖ୍୍ୟ ମନ୍ତ୍ରୀ ଦଳର ସମସ୍ତ ବରିଷ୍ଠ ନେତା , ମନ୍ତ୍ରୀ ଯୋଗ ଦେବେ । ଏତଦ ବ୍ୟତୀତ ଦେଶ ତଥା ବିଦେଶର ମିଡିଆର ମଧ୍ୟ ଓଡିଶାରେ ହେଉଥିବା ରାଷ୍ଟ୍ରୀୟ କାଯ୍ୟ ର୍କାରିଣୀରେ ନଜର ରହିବ । ରାଷ୍ଟ୍ରୀୟ କାଯ୍ୟ ର୍କାରିଣୀ ବ୍ୟତୀତ ରାଜ ଭବନରେ ସିପାହୀ ବିଦ୍ରୋହର ୨୦୦ ଶହ ବର୍ଷ ପୂର୍ତି ଅବସରରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ  ରାଜନୈତିକ ସ୍ତରରେ ପରିବର୍ତନର ମୁଡ୍ ବନାଇଥିବା ଓଡିଶା ବାସୀଙ୍କୁ କିପରି ମନ ଜିଣିବେ ତଥା   ରାଜ୍ୟ ବାସୀଙ୍କ ଉପରେ କିଭଳି ଛାପ ଛାଡିଯିବେ ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ । 

ସୁଜାତା ସାବତ ପାଢୀ

 

  • Tags:

Subscribe

National International State Sports Entertainment