ମମତା କହିଲେନି ଅସଲ ଉଦ୍ଦେଶ୍ୟ
Khabar Odisha:Mamata-not-says-the-actual-truth

ଭୁବନେଶ୍ୱର,ଏପ୍ରିଲ୨୦(ଖବର ଓଡ଼ିଶା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାକ୍ଷାତ କରିଛନ୍ତି । ମମତାଙ୍କୁ ମୁଖ୍ୟମନ୍ତ୍ରୀ ଖୁସିର ସହିତ ନିଜ ନିବାସରେ ସ୍ୱାଗତ ବି କରିଛନ୍ତି । ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରତିକ୍ରିୟାରେ କହିଛନ୍ତି, ମମତାଙ୍କ ସହିତ ସାକ୍ଷାତ ସୌଜନ୍ୟ ମୂଳକ ଥିଲା । ଏଥିରେ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ । ମମତା ଗଣମାଧ୍ୟମକୁ କହିଛନ୍ତି ଯେ, ବିଜୁ ବାବୁ ଓ ତା'ଙ୍କ ପରିବାର ସହ ମୋର ଉତ୍ତମ ସମ୍ପର୍କ ରହିଛି । ଆମେ ପଡୋଶୀ, ନବୀନଙ୍କ ବାବୁଙ୍କ ସହ ମୋର ଭଲ ସମ୍ପର୍କ ଅଛି । ସେ କହିଛନ୍ତି, ବର୍ଷର ସବୁ ଦିନ କେବଳ ରାଜନୈତିକ ଆଲୋଚନା ପାଇଁ ନୁହେଁ । ସାଂପ୍ରଦାୟିକ ଶକ୍ତିକୁ ମୁକାବିଲା କରିବା ପାଇଁ ଆଞ୍ଚଳିକ ଦଳ ସକ୍ଷମ । ସଂଘୀୟ ବ୍ୟବସ୍ଥାର ସୁଦୃଢ଼କରଣ ପାଇଁ ଆଞ୍ଚଳିକ ଦଳ ଏକ ହୁଅନ୍ତୁ । ସେମାନେ ବିଭାଜନ ରାଜନୀତି କରୁଛନ୍ତି, ଆମେ ଏକ ହେବା ଦରକାର ବୋଲି ମମତା କହିଛନ୍ତି । ମହାମେଣ୍ଟ ନେଇ ମମତା କହିଛନ୍ତି, ଏବେଠାରୁ କିଛି କହିବା ଉଚିତ୍ ହେବ ନାହିଁ । ସେ ଯାହା ହେଉ ନା କାହିଁକି ଭୋଟକୁ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଖୁସି ଥିବାବେଳେ ଅସଲ ଉଦ୍ଦେଶ୍ୟ ବିଷୟରେ ଗଣମାଧ୍ୟମ ଆଗରେ କହିନାହାନ୍ତି । ମମତା ଗଣମାଧ୍ୟମକୁ ଅଳ୍ପ ସମୟ ଦେଇଥିଲେ ।

ପଶ୍ଚିମବଙ୍ଗରେ ମମତା ଓ ଓଡ଼ିଶାରେ ନବୀନଙ୍କ ଅବସ୍ଥା ସମାନ ସ୍ଥିତିରେ ଗତି କରୁଛି । ପଶ୍ଚିମବଙ୍ଗରେ ତୃଣ ମୂଳ ସରକାରଙ୍କ ସାଂସଦ, ମନ୍ତ୍ରୀ ଓ ରାଜନେତାମାନେ ଜେଭଳି ଚିଟଫଣ୍ଡ ସହିତ ଜଡ଼ିତ, ସେହିପରି ଓଡ଼ିଶାରେ ନବୀନ ସରକାରଙ୍କ ସମଦଶା । ପଶ୍ଚିମବଙ୍ଗରେ "ଶ୍ରଦ୍ଧା ଗୃପମାଧ୍ୟମରେ ପ୍ରାୟ ୨୦୦ କମ୍ପାନି ଚିଟଫଣ୍ଡ ଟଙ୍କା ଅସୁଲି କରଥିଲେ । ନିରିହ ଜନତା ଓ ସାଧାରଣ ଲୋକଙ୍କୁ ଦିବାଲୋକରେ ସ୍ୱପ୍ନ ଦେଖାଇ ଏହି କମ୍ପାନିମାନେ ହଜାର ହଜାର କୋଟି ଟଙ୍କା ସଂଗ୍ରହ କରିଥିଲେ । ଜମାକାରୀମାନେ ୨୦୧୩ ଏପ୍ରିଲ ପୂର୍ବରୁ ଟଙ୍କା ଜମା କରିଥିଲେ । ରୋଜଭ୍ୟାଲି ଚିଟଫଣ୍ଡ ସହିତ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଥିବା ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ମମତା ଭୁବନେଶ୍ୱରରେ ଏକ ବେସରକାରୀ ହସ୍ପିଟାଲରେ ସାକ୍ଷାତ କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସୁଦୀପ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଚିଟଫଣ୍ଡ କମ୍ପାନି ସହିତ ଜଡ଼ିତ ଥିବା ଅଭିଯୋଗରେ ଟିଏମ୍ସି ନେତା ତାପସ ପାଲଙ୍କୁ ମଧ୍ୟ ଗିରଫ କରାଯାଇଛି । ମମତାଙ୍କ ଭଳି ବିଜୁ ଜନତା ଦଳର ସାଂସଦ ରାମଚନ୍ଦ୍ର ହାଂସଦା ଜେଲରେ ପବନ ଖାଉନ୍ତି । ଚିଟଫଣ୍ଡ କମ୍ପାନି ସହିତ ଜଡ଼ିତ ଥିବା ହାଂସଦା ଲୋକଙ୍କର କୋଟି କୋଟି ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ଆସିଛି । ବିଜେଡିର ଅନ୍ୟ କିଛି ବିଧାୟକ ବି ଚିଟଫଣ୍ଡ ମାମଲାରେ ଫସିଥିବାକୁ ନେଇ ସିବିଆଇ ଘଟଣାର ତଦନ୍ତ କରୁଛି । ସେହିପରି ଓଡ଼ିଶାରେ ସିସୋର, ରୋଜଭ୍ୟାଲି, ଅର୍ଥତତ୍ତ୍ୱ, ମାଇକ୍ରୋ ଫାଇନାନ୍ସ, ସାଇ ପ୍ରସାଦ ଭଳି ଚିଟଫଣ୍ଡ କମ୍ପାନି ସହିତ ଜଡ଼ିତ ।

ଏବେ ଆସିବା ରାଜନୈତିକ ପୃଷ୍ଠଭୂମିକୁ । କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ରାଜୁତି ଚାଲିଛି । ଗୋଟିଏ ପରେ ଗୋଟିଏ ରାଜ୍ୟ ଭାଜପାର ଅଧିନକୁ ଚାଲିଯାଉଛି । ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ନିକଟରେ ବିଜେପିକୁ ଭାରି ସଫଳତା ମିଳିଛି । ସେହିପରି ଉତ୍ତରାଖଣ୍ଡ, ମଣିପୁର ଓ ଗୋଆକୁ ମିଶାଇ ୧୨ଟି ରାଜ୍ୟରେ ଭାଜପା ନିଜ ଅଧିନକୁ ଆଣି ପାରିଛି । ୨୦୧୮ରେ ଗୁଜୁରାତ, ମେଘାଳୟ, କର୍ଣ୍ଣାଟକ, ମିଜୋରାମ, ହିମାଚଳ ପ୍ରତେଶ, ତ୍ରିପୁରା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବ । ଏହି ରାଜ୍ୟମାନଙ୍କରେ ବିଜୟ ହାସଲ ପାଇଁ ଭାଜପା ଋଣନୀତି ପ୍ରସ୍ତୁତ କରୁଥିବା ବେଳେ, ୨୦୧୯ରେ ଓଡ଼ିଶାରେ ହେବାକୁ ଥିବା ବିଧାନସଭାକୁ ନେଇ ବିଜେଡି ଚିନ୍ତାରେ ପଡ଼ିଯାଇଛି । ଗତ ଫେବୃଆରୀରେ ଶେଷ ହେଇଥିବା ପଞ୍ଚାୟତ ନିର୍ବାଚନ ରୂପକ ପୋଖରୀରେ ପାଣି ନଥାଇ ବି ପଦ୍ମଫୁଲ ଫୁଟିଥିବା ବେଳେ, କିଛି ଜାଗାରେ "ଶଙ୍ଖ' ଶବ୍ଦ ବନ୍ଦ ହୋଇ ଯାଇଥିଲା । ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିନ୍ତା ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ମମତା ବାନାର୍ଜୀର ମୁଣ୍ଡ ବ୍ୟଥା ହୋଇ ଯାଇଛି । ସୁପର ସିଏମ୍ କୁହାଯାଉଥିବା ମୋଦିଙ୍କ କାର୍ଯ୍ୟକଳାପକୁ ସମ୍ମାନ ଦେଇ ଉତ୍ତର ପ୍ରଦେଶ ଭଳି ମୁସଲିମ୍ ବହୁଳ ରାଜ୍ୟରେ ୪୦୦ରୁ ଉର୍ଦ୍ଧ୍ଵ  କଂସେଇ ଖାନା ବନ୍ଦ କରାଯାଇଥିବା ବେଳେ, ଗୋ-ମାଂସ ଖାଇଲେ କିଛି ଅସୁବିଧା ନାହିଁ କହି ମମତା ଜାତୀୟ ସ୍ତରରେ ବିବାଦକୁ ଆସିଛନ୍ତି । ପଶ୍ଚିମବଙ୍ଗରେ ୨୦୧୨ରେ ବିଧାନସଭା ନିର୍ବାଚନ ହେବ । ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇବା ପାଇଁ ବିଜେପି ସମସ୍ତ ପ୍ରକାର ଚେଷ୍ଟା କରିବାକୁ ନେଇ ମମତା ଏବେଠୁ ଚିନ୍ତାରେ ପଡ଼ିଯାଇଛନ୍ତି ।

 

 

 

  • Tags:

Subscribe

National International State Sports Entertainment