୧୪୪ ଧାରା ଜାରିବେଳେ ଜୁଲୁସ ପାଇଁ ଅନୁମତି ଦେଲା କିଏ ? ପାକିସ୍ଥାନ ଜିନ୍ଦାବାଦ ନାରା ବେଳେ କାହିଁକି ଚୁପ ଥିଲା ପୋଲିସ ?
Khabar Odisha:Major-riots-in-Bhadrak-Odisha

ସୋସିଆଲ ମିଡିଆରେ ଏକ୍‌ ବିବାଦୀୟ ପୋଷ୍ଟିଂକୁ  ନେଇ  ଗତ ୩ ଦିନ ହେଲା ଭଦ୍ରକ ସହରରେ  ନିଆଁ ଜଳୁଛି । ସାମ୍ପ୍ରଦାୟିକ ଦଙ୍ଗା ଯୋଗୁ ସାଧାରଣ ଜନଜୀବନ ବିପନର୍ୟ୍ୟସ୍ତ ହୋଇପଡ଼ିଛି । ଯେତେ ଚେଷ୍ଟା କଲେ ମଧ୍ୟ ପ୍ରଶାସନ  ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣି ପାରି ନାହିଁ । ନିଆଁ ଓ ଧୁଆଁରେ ବିଦ୍ୟୁତ ଓ ପାନୀୟଜଳ ସଂକଟରେ ତ୍ରାହି ତ୍ରାହି ଡାକୁଛନ୍ତି ସହରବାସୀ । ଗତକାଲି ପରିସ୍ଥିତି ଆହୁରି ବିଗିଡି ଯାଇଛି ଯେତେବଳେ ଶାନ୍ତି କମିଟି କିପରି ଶାନ୍ତି ଫେରାଯାଇପାରିବ ତା ଉପରେ ବୈଠକ କରି କିଛି ନିଷ୍ପତ୍ତି ନେବାପାଇଁ ଆଲୋଚନା ଚାଲିଥିବାବେଳେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ଯୁବକମାନଙ୍କ ମୋଟର ସାଇକେଲ ଶୋଭାଯାତ୍ରା ଓ ତାକୁ ନେଇ ପରେ ଦଙ୍ଗା ଆରମ୍ଭ ହୋଇଛି ।


ଗତକାଲି ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କ ଉପସ୍ଥିତିରେ ଜିଲାପାଳଙ୍କ ସଦଭାବନା ଗୃହରେ ଶାନ୍ତି ସମନ୍ୱୟ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସବୁ ସଂପ୍ରଦାୟ, ରାଜନୈତିକ ଓ ବୁଦ୍ଧିଜୀବୀମାନେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିଷ୍ପତ୍ତି ନେଉଥିବାବେଳେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ଯୁବକମାନଙ୍କ ମୋଟର ସାଇକେଲ ଶୋଭାଯାତ୍ରାକୁ ନେଇ ଦଙ୍ଗା ଆରମ୍ଭ ହୋଇଛି ।  ଗତକାଲି ଭଦ୍ରକ ସହରରେ ୧୪୪ ଧାରା ଜାରିଥିଲା । ତେବେ ୧୪୪ ଧାରା ଜାରୀ ହୋଇଥିବାବେଳେ ବୈଠକ ସରିବା ପରେ ଜିଲାପାଳଙ୍କ ଅଫିସ ପରିସରରେ ହଠାତ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଶତାଧିକ ଯୁବକମାନେ ପହଂଚି ଇସଲାମ ଜିନ୍ଦାବାଦ ଆଉ ପାକିସ୍ତାନ ଜିନ୍ଦାବାଦର ନାରା ପକାଇଥିଲେ । ଏହି ଘଟଣାକୁ ନେଇ ସେଠାରେ ଉପସ୍ଥିତ ସ୍ଥାନୀୟ ଯୁବକ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ପୁଲିସ ସେମାନଙ୍କୁ ସେଠାରୁ ଘଉଡାଇଦେଇଥିଲା ।  ମାତ୍ର ରାଲିରେ ଆସିଥିବା ଯୁବକମାନେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ସେଠାରୁ କଚେରୀ ବଜାର ଓ ନୂଆବଜାର ଦେଇ ବିଭିନ୍ନ ନାରାବାଜି ସହ ଯାଇଥିଲେ ଯାହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ଅାରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ ଅାଉ ଦଙ୍ଗା ।

ଗୋଟିଏ ପଟେ ୧୪୪ ଧାରା ବଳବତ୍ତର ରହିଥିବାବେଳେ କେଉଁ ପରିସ୍ଥିତିରେ ପ୍ରାୟ ୨ ଶହ ମୋଟର ସାଇକେଲ ଶୋଭାଯାତ୍ରାକାରୀଙ୍କୁ ସହର ପରିକ୍ରମା କରିବା ପାଇଁ ପୁଲିସ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଆଉ ଯେତେବେଳେ ପାକିସ୍ତାନ ଜିନ୍ଦାବାଦ ଆଉ ଭାରତ ବିରୋଧୀ ନାରା ଦିଆଯାଉଥିଲା ସେତେବେଳେ ପୋଲିସ ପ୍ରଶାସନ କାହିଁକି ଚୁପ ରହିଥିଲା ତା ମଧ୍ୟ ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ଭ୍ରଦକର ଜିଲ୍ଲାପାଳ ମାର୍ଚ୍ଚ ୩୧ ତାରିଖରେ ଅବସର ନେଇଥିବାବେଳେ ରାମନବମୀ ଶୋଭାଯାତ୍ରା ପଡୁଥିଲା ଅପ୍ରେଲ ୪ରେ । ଯେହେତୁ ଭଦ୍ରକ ଏକ ସମ୍ବେଦନଶିଳ ସ୍ଥାନ କାହିଁକି ସରକାର ତୁରନ୍ତ ଜିଲ୍ଲାପାଳ ନିଯୁକ୍ତି ଦେଇନଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ ।
  • Tags:

Subscribe

National International State Sports Entertainment