ମୁଁ ବିଜେପିକୁ ସମାଲୋଚନା କରେ ମାତ୍ର ବୈଜୟନ୍ତ ମୋଦୀଙ୍କୁ ପ୍ରଶଂସା କରନ୍ତି: ଦାମ
Khabar Odisha:I-critisize-bjp-but-baijayanta-praise-modi-says-damo

ଭୁବନେଶ୍ଵର,ମେ୧୩(ଖବର ଓଡ଼ିଶା): ବିଜୁ ଜନତା ଦଳ ସଂସଦୀୟ ମୁଖପାତ୍ର ପଦରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହଟାଯିବ ପ୍ରସଙ୍ଗରେ ବିଜେଡ଼ିର ଅନେକ ନେତା ନିଜ ନିଜର ମତ ରଖିଛନ୍ତି। ଏହି କ୍ରମରେ ଶନିବାର କୃଷି ମନ୍ତ୍ରୀ ଦାମୋଦର ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବୈଜୟନ୍ତ ବିଜେଡ଼ିର ଜଣେ ବରିଷ୍ଠ ସାଂସଦ।  ସେ ଦୃଷ୍ଟିରୁ  ତାଙ୍କୁ ମୁଖପାତ୍ର କରାଯାଇଥିଲା। ମାତ୍ର ସେ ଦଳର ଅନୁଶାସନକୁ ଅଣଦେଖା କରି ସୋସିଆଲ ମିଡ଼ିଆରେ ଖବର କାଗଜରେ ଦଳର ଆଭ୍ୟନ୍ତରଣ ବିଷୟରେ ଉଲ୍ଲେଖ କଲେ।  ତାଙ୍କର ଏହି ଲେଖା ଓ ବକ୍ତବ୍ୟକୁ ନେଇ ଅନେକ ଚର୍ଚ୍ଚା ହେଲା।

ଦାମ କହିଛନ୍ତି ଯେ ତାଙ୍କ ଲେଖା ଦଳ ପାଇଁ କ୍ଷତିକାରକ ଥିଲା ଏବଂ ଚର୍ଚ୍ଚାରୁ ମନେ ହେଲା ଯେ ଦଳ ପ୍ରତି ଏହା ଶୁଭଙ୍କର ନୁହେଁ। ସେ ଦୃଷ୍ଟିରୁ ତାଙ୍କୁ ସଂସଦୀୟ ମୁଖପାତ୍ର ପଦରୁ ହଟାଯାଇଛି। ଏହି ପରିବର୍ତ୍ତନରେ ଦଳର କୌଣସି ଅସୁବିଧା ହେବ ନାହିଁ। କେନ୍ଦ୍ରାପଡ଼ା ବିଜେଡ଼ିର ଗଡ଼। ଏବେ ସେଠି ୨ ଜଣ ସାଂସଦ। ବୈଜୟନ୍ତ ଲୋକସଭାର ସାଂସଦ ଥିବା ବେଳେ ପ୍ରତାପ ଦେବ ରାଜ୍ୟସଭାକୁ ଯିବେ। ପ୍ରତାପ ଦେବ ଏଠାରେ ମୁଖପାତ୍ର କାମ ଭଲ ଭାବେ ତୁଲାଉଥିଲେ। ତାଙ୍କୁ ସେଠାରେ ସେହି ଦାୟିତ୍ଵ ଦିଆଯାଇ ପାରେ ବୋଲି ଦାମ କହିଛନ୍ତି।

ଏକା ଆଚରଣରେ ଦାମଙ୍କୁ କାହିଁକି ହଟା ଯାଉନି ପ୍ରସଙ୍ଗରେ ଦାମ କହିଛନ୍ତି ଯେ ମୁଁ ଏମିତି କିଛି ମନ୍ତବ୍ୟ ଦେଇ ନାହିଁ, ଯେଉଁଥିରେ ଦଳର କ୍ଷତି ହେବ। ମୁଁ ବିଜେପିକୁ ସମାଲୋଚନା କରେ, ମାତ୍ର ବୈଜୟନ୍ତ ମୋଦୀଙ୍କୁ ପ୍ରଶଂସା କରନ୍ତି। ସେ କହିଛନ୍ତି ଯେ ବୈଜୟନ୍ତଙ୍କ ଲେଖା ଓ ବକ୍ତବ୍ୟରେ ଯୁକ୍ତି ଥାଇପାରେ। କିନ୍ତୁ ସେ ଭୁଲିଯିବା ଅନୁଚିତ ଯେ ସେ ଦଳର ଗଣ୍ଡି ଭିତରେ ଅଛନ୍ତି।  

  • Tags:

Subscribe

National International State Sports Entertainment