କଟିଲା “ଆମ ଆଦମି”ର ନାଁ ବିଭିନ୍ନ ଯୋଜନାରୁ , ଓଡିଶାରେବି ଅଛି ବିଜୁ ଜନତା ଦଳ ଆଉ ବିଜୁଙ୍କ ନାଁରେ ଯୋଜନା
Khabar Odisha:Remove-Aam-Aadmi-from-schemes-odisha-Biju-Janata-Dala-And-Biju-Schemes

  ନିକଟରେ ଦିଲ୍ଲୀ ନିର୍ବାଚନ କମିଶନ ଏକ କଡା ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାରଙ୍କୁ ।  ଦିଲ୍ଲୀରେ ସରକାରରେ ଥିବା ଦଳର ନାମ ହେଉଛି “ଆମ ଆଦମୀ” ପାର୍ଟି ଆଉ ଦିଲ୍ଲୀରେ ଅନେକ ଯୋଜନା ଚାଲୁଛି “ଆମ ଆଦମୀ” ନାଁରେ  ।  ଆମ ଆଦମୀ କ୍ଲିନିକ, ଆମ ଆଦମୀ ବସ ସେବା ଏପରି ଅନେକ ଯୋଜନା ଚାଲୁଛି ଦିଲ୍ଲୀରେ, ଯାହାର ନାଁସବୁ ସରକାରରେ ଶାସନ କରୁଥିବା ଦଳର ନାଁ ସହ ମେଳ ଖାଉଛି । ଏହା ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ନିର୍ବାଚନ କମିଶନ ହୃଦୟଙ୍ଗମ କରି ଏପରି ନିର୍ଦେଶନାମା ଜାରୀ କରିଛନ୍ତି ।  

 

ରାଜ୍ୟରେ ମହାନଗର ନିଗମ ନିର୍ବାଚନ ଆଗରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗିଥିବା ବ୍ୟାନର, ହୋର୍ଡିଙ୍ଗ ଆଦିରୁ “ଆମ ଆଦମୀ” ଶବ୍ଦକୁ କାଟିଦେବା ପାଇଁ ବା ତାକୁ ଘୋଡାଇ ଦେବା ପାଇଁ ଜାରି ହୋଇଛି ଘୋଷଣାନାମା । ପୁର୍ବରୁ ଦିଲ୍ଲୀ ବିଜେପି ବିଧାୟକ ଦଳର ନେତା ବିଜେନ୍ଦ୍ର ଗୁପ୍ତା ରାଜ୍ୟ ନିର୍ବାଚନ କମିସନଙ୍କ ଆଗରେ “ଆମ ଆଦମୀ” ନାଁକୁ ନେଇ ଅଭିଯୋଗ କରିଥିଲେ ।


କେବଳ ଦିଲ୍ଲୀ ନୁହେଁ ଓଡିଶାରେ ବି ସେପରି କିଛି ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କଲାଭଳି ଅଭିଯୋଗ ଅଛି କିନ୍ତୁ ରାଜ୍ୟ ନିର୍ବାଚନ କମିଶନ ତା ଉପରେ କିଛି କାର୍ଯ୍ୟାନୁଷ୍ଠାନ ବିଗତ ଦିନମାନଙ୍କରେ  ନେଇପାରିନାହାନ୍ତି । ରାଜ୍ୟରେ ବିଜୁ ଜନତା ଦଳର ସରକାର ଅଛି । ବିଜୁ ଜନତା ଦଳର ନାଁ ଓଡିଶାର ପ୍ରବାଦ ପୁରୁଷ ଆଉ ମହାନ ଜନନେତା ବିଜୁ ପଟ୍ଟନାୟକଙ୍କ ନାଁରେ କରାଯାଇଛି । ସାରା ଭାରତରେ ବିଜେଡି ହେଉଛି ଏକମାତ୍ର ଦଳ ଯାହାର ନାଁ କେଉଁ ବ୍ୟକ୍ତି ବିଶେଷରେ ନାମିତ ହେଇଛି । ବିଜେଡି ଗଠନ ହେଲାପରଠାରୁ ଦଳ କେବେବି ନିର୍ବାଚନ ହାରିନାହିଁ । ସେଥିରୁ ଜଣାପଡେ କେତେ ଭଲପାଆନ୍ତି ବିଜୁ ବାବୁଙ୍କୁ ଓଡିଶାର ଲୋକେ । ଆଉ ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ନାଁରେ ମୋଟ ୧୧ଟି  ଯୋଜନା ଅଛି । ଯେପରିକି ବିଜୁ ପକ୍କା ଘର, ବିଜୁ କେବିକେ, ବିଜୁ ଗାଁ ଗାଡି ଯୋଜନା, ବିଜୁ କନ୍ଧମାଳ ଓ ଗଜପତି ଯୋଜନା ଇତ୍ୟାଦି ।

ସୁପ୍ରିମ କୋର୍ଟ ମହିନ୍ଦ୍ର ସିଂ ଗିଲଙ୍କ ମାମଲାରେ ଟିପଣି ଦେଇଥିଲେକି ସମ୍ବିଧାନ ଧାରା ୩୨୪ ଅନୁସାରେ ମୁକ୍ତ ଆଉ ଅବାଧ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କର ଅଖଣ୍ଡ କ୍ଷମତା ରହିଛି । ଅବାଧ ନିର୍ବାଚନକୁ ନେଇ କେହି ଅଭିଯୋଗ କରୁ ବା ନକରୁ  ଯଦି ନିର୍ବାଚନ କମିଶନ ନିଜେ ହୃଦବୋଧ କରନ୍ତି କି ଯଦି କୌଣସି ରାଜନୌତିକ ଦଳ ଭୋଟରଙ୍କ ମାନସିକତାକୁ ପ୍ରଭାବିତ କଳାଭଳି  କିଛି ଯୋଜନା ବା ପ୍ରଚାର କରେ ଯାହା ଅବାଧ ନିର୍ବାଚନକୁ ପ୍ରଭାବିତ କରିପାରେ ତାହେଲେ ତାକୁ ବନ୍ଦ କରିବାର  ପୁରା ସାମ୍ବଧାନିକ କ୍ଷମତା କମିଶନଙ୍କର ଅଛି । ନିର୍ବାଚନ ପରିଚାଳନା ନିୟମ ୧୯୬୧ ଅନୁସାରେ ଅବାଧ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନରଙ୍କର ନିର୍ବାଚନ ପ୍ରକ୍ରିୟାର ପ୍ରତିଟି ସ୍ତରରେ ଗୁରୁ ଦାୟୀତ୍ୱ ଅଛି କିପରି ନିରପେକ୍ଷ ନିର୍ବାଚନ ହେଇପାରିବ । ୨୦୧୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ବହୁଜନ ସମାହ ପାର୍ଟି କ୍ଷମତାରେ ଥିଲା । ପାର୍ଟିର ନିର୍ବାଚନ ଚିହ୍ନ ଥିଲା ହାତୀ  । ଆଉ ସେଥିପାଇଁ ସେତେବେଳେର ମୁଖ୍ୟମନ୍ତ୍ରୀ ମାୟାବତୀ ସରକାରୀ ପଇସାରେ ବିଭିନ୍ନ ସ୍ଥାନରେ, ପାର୍କରେ, ଗହଳି ଛକରେ  ବଡ ବଡ ହାତୀ ନିର୍ମାଣ କରିଥିଲେ । ଉଦ୍ଦେଶ୍ୟ ଥିଲା କିପରି ଭୋଟରଙ୍କ  ମନରେ ନିଜ ଦଳିୟ ଚିହ୍ନର ଛାପକୁ ଜବରଦସ୍ତି ପକାଇବା ବା ସଧାରଣ ଭୋଟରଙ୍କ ମାନସିକତାକୁ ପ୍ରଭାବିତ କରିବା । କିନ୍ତୁ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ନିର୍ଦେଶରେ ସେସବୁକୁ ଘୋଡାଇ ଦିଆଯାଇଥିଲା, ଆଉ କିଛି ସ୍ଥାନରୁ ପୁରା ପୁରା ଭାଙ୍ଗିମଧ୍ୟ ଦିଆଗଲା  ।

କିନ୍ତୁ ଓଡିଶାରେ ବିଜୁ ଜନତା ଦଳର ସରକାର ଚାଲିଆସିଛି ୧୭ ବର୍ଷ ହେଲାଣି । ଆଉ ଏହି ୧୭ ବର୍ଷରେ ଅନେକ ନିର୍ବାଚନ ସରିଲାଣି । ଚାରୋଟି ପଂଚାୟତ ନିର୍ବାଚନ, ୩ଟି ସହରାଚଂଳ ନିର୍ବାଚନ, ୩ଥର ସାଧାରଣ ନିର୍ବାଚନ ଆଉ ଅନକେ ଉପନିର୍ବାଚନ । ବିଜୁ ବାବୁଙ୍କ ନାଁରେ ଥିବା ଅନକେ ଯୋଜନାର ଢେର ପ୍ରଚାର ମଧ୍ୟ କରନ୍ତି ସରକାର ଦଳ ନିଜର ନିର୍ବାଚନ ସଭାମାନଙ୍କରେ । କିନ୍ତୁ କେବେ ଦେଖାଯାଇନି କେବେବି ନିର୍ବାଚନ କମିଶନ ଏହାକୁ ନେଇ କିଛି କଡା ଆଭିମୁଖ୍ୟ ଗ୍ରହଣ କରିବା । କାହା ଆଦର୍ଶରେ ରାଜନୀତି କରିବା ପାଇଁ କିଛି ମନା ନାହିଁ । କାହା ନାଁକୁ ବ୍ୟବହାର କରି ଭୋଟ ମାଗିବାରେ ବି କିଛି ଅସୁବିଧା ନାହିଁ । ସେହିପରି ସରକାରୀ ଯୋଜନାକୁ ବି ମହାପୁରୁଷଙ୍କ ନାଁ ରେ ନାମିତ କରିବା ନିଶ୍ଚିନ୍ତ ପକ୍ଷେ ଭଲ କଥା । କିନ୍ତୁ ରାଜନୌତିକ ଦଳର ନାଁରେ ଆଉ ସରକାରୀ ଯୋଜନାର ନାଁରେ ସେ ସମାନ ନାମକୁ ଯୋଡି ତାକୁ ନେଇ ଭୋଟ ମାଗିବା ନିହାତି ପକ୍ଷେ ଅବାଧ ନିର୍ବାଚନକୁ ପ୍ରଭାବିତ କରୁଛି  । ଆଉ ଏହାକୁ ଜଗିବା ଯାହାର ଦାୟୀତ୍ୱ, ରାଜ୍ୟ ନିର୍ବାଚନ କମିଶନ ଏହାକୁ ଦେଖି କଳା ଚଷମା ପିନ୍ଧିବାର ଅଭିନୟ କରୁଛନ୍ତି ।

ଅନିଲ ବିଶ୍ୱାଳ
  • Tags:

Subscribe

National International State Sports Entertainment