ଉତ୍କଳ: ହାତଛଡ଼ା ହୋଇଯାଉଛି ଅନେକ କଷ୍ଟର ଫଳ
Khabar Odisha:Utkal-special-issue
ଭୁବନେଶ୍ୱର, ଏପ୍ରିଲ୧(ଖବର ଓଡ଼ିଶା): ଓଡ଼ିଶା ଓ ଓଡ଼ିଆ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଗଢ଼ାଯାଇଥିଲା ଉତ୍କଳ ସମ୍ମିଳନୀ। କଟକ ଇଦ୍‌ଗା ପଡ଼ିଆରେ ବାଜିଥିଲା ଏହାର ପ୍ରଥମ ବିଗୁଲ। ଇତ୍କଳର ମହାମନୀଷି କୃଷ୍ଣଚନ୍ଦ୍ର ଗଜପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶ, ପଣ୍ଡିତ ନୀଳକଶ୍ଠ ଦାସ, ଗୋଦାବରୀଶ ପ୍ରମୁଖ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସାଧନା ଏବଂ ସଂଙ୍ଘର୍ଷଅବ୍ୟାହତ ରଖିଥିଲେ। ବର୍ଷ ବର୍ଷର କଠିନ ପ୍ରୟାସ ଫଳବତୀ ହେଲା। ଓଡ଼ିଶାକୁ ମିଳିଲା ପ୍ରଥମ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା। କିନ୍ତୁ ଦୁର୍ଭାଗ୍ୟର କଥା ହେଲା ୮୧ ବର୍ଷଧରି ସ୍ୱତନ୍ତ୍ର ରାଜ୍ୟଭାବେ ଗଠନ ହେବା ପରେ ଓଡ଼ିଶାର ୩ କୋଟି ୩୨ ଲକ୍ଷ ଲୋକଙ୍କ ସଂସ୍କୃତି ସମ୍ପନ୍ନ ଭୂଖଣ୍ଡ ଏବେ ବିପନ୍ନ ହେବାକୁ ବସିଛି। ହାତଛଡ଼ା ହେବାରେ ଲାଗିଛି ବହୁ କଷ୍ଟର ଫଳ। ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ସତ୍ତ୍ୱେ ନିଜ ଭାଷାର ସୁରକ୍ଷା ପାଇଁ ଓଡ଼ିଶାକୁ ନିଜ ଲୋକମାନଙ୍କ ସହ ଲଢ଼ିବାକୁ ପଡ଼ୁଛି।
 
ପଡ଼ୋଶୀମାନେ ବି ମାଡ଼ିମାଡ଼ି ଆସିଲେଣି। ଗୋଟିଏ ପଟେ ଆନ୍ଧ୍ର ପ୍ରଦେଶ ତ ଅନ୍ୟପଟେ ପଶ୍ଚିମବଙ୍ଗ ମାଡ଼ି ମାଡ଼ି ଆସୁଛନ୍ତି। କୋରାପୁଟ, ଗଜପତି, ଗଞ୍ଜାମ ଓ ବାଲେଶ୍ୱରର ଅନେକ ଗାଁରେ ତେଲୁଗୁ ଓବଙ୍ଗଳାର ଆଧିପତ୍ୟ ବିସ୍ତାର ହୋଇ ଚାଲିଛି। ଗଞ୍ଜାମ-ଆନ୍ଧ୍ର ସିମାନ୍ତ ପାତ୍ରପୁର ତହସିଲର ବିଭିନ୍ନ ଗାଁରେ ଆନ୍ଧ୍ର ପ୍ରଶାସନର ହୁକୁମ ଚାଲିଛି। ଓଡ଼ିଶା ଗାଁ ଗୁଡ଼ିକରେ ପାଳିତ ହେଉଛି ତେଲୁଗୁ ପର୍ବ। ଖାଉଟି ସାମଗ୍ରୀ ବିଜୁଳି, ପାଣି, ସଡ଼କ, ଇନ୍ଦିରା ଆବାସ ପାଇଁ ଓଡ଼ିଆ ଲୋକ ଆନ୍ଧ୍ର ପ୍ରଶାସନର ସହଯୋଗ ଲୋଡ଼ୁଛି। ତେଣେ ବାଲେଶ୍ୱରରେ ସୀମାନ୍ତ ଗାଁ ଗୁଡ଼ିକରେ ଲୋକେ ବଙ୍ଗଳାରେ ବେଶି ଓଡ଼ିଆରେ କମ୍‌ କଥା ହେଉଛନ୍ତି।
 
ଗଞ୍ଜାମ ଜିଳ୍ଲାର ଚିକିଟି, ପାତ୍ରପୁର, ଜୟନ୍ତୀପୁର ଆଦି ଗାଁ ଗୁଡ଼ିକରେ ତେଳୁଗୁ ଭାଷାରେ ପାଠ ପଢ଼ିବାର ଆଗ୍ରହ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଗୁଣ୍ଡୁରା, ବାରଙ୍ଗ, କେଶରୀପଡ଼ା, ଜୟନ୍ତୀପୁର, ଗୁଡ଼ିପଦର ଆଦି ଗାଁ ଗୁଡ଼ିକରେ ଓଡ଼ିଶା ପ୍ରଶାସନ ପହଞ୍ଚିପାରୁନଥିବା ବେଳେ ଆନ୍ଧ୍ର ସରକାର ବିକାଶମୂଳକ ଅନେକ ପ୍ରକଳ୍ପ କରି ଅନେକ ଲୋକପ୍ରୀୟତା ହାସଲ କରିଛନ୍ତି।
 
ସୀମାରେ ଭାଷା ବଞ୍ଚାଇବାକୁ ସଂଘର୍ଷ ଚାଲିଥିବା ବେଳେ ରାଜ୍ୟ ଭିତରେ ଓନିଆ ଭାଷା ପ୍ରତି ଅନାସକ୍ତ ଭାବ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ବଢ଼ୁଛି। ଓଡ଼ିଆ ଲେଖୁଥିବା ସଂଖ୍ୟା ଧିରେ ଧିରେ କମୁଛି। ଯଦି ବର୍ତ୍ତମାନଠାରୁ ପଦକ୍ଷେପ ନିଆ ନଯାଏ ତେବେ ବହୁ ବର୍ଷର ଫଳ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନ ନିଷ୍ଫଳ ସାବ୍ୟସ୍ତ ହେବ।
 
 
  • Tags:

Subscribe

National International State Sports Entertainment