କର୍ପସ ଫଣ୍ଡ ଘୋଷଣାକୁ ପୁରିଲା ୪ ବର୍ଷ, କେବେ ମିଳିବ ଚିଟ ଫଣ୍ଡ ଜମାକାରୀଙ୍କୁ ଅର୍ଥ
Khabar Odisha:When-Will-Chit-Fund-Victims-Get-Back-Their-Money

 ଜୁଲାଇ ମାସ ୯ ତାରିଖ, ୨୦୧୩ ମସିହା  । ରାଜ୍ୟ ସରକାର ଘୋଷଣା କଲେ ୩୦୦ କୋଟିର କର୍ପସ ଫଣ୍ଡ । ଚିଟ ଫଣ୍ଡରେ  ପଇସା ହରାଇଥିବା ଲୋକଙ୍କୁ ଅର୍ଥ ଫେରାଇବା ପାଇଁ ସରକାର ଏହି କର୍ପସ ଫଣ୍ଡ ତିଆରି କରିଥିଲେ  ।  ସେତେବେଳେ ୨୦୧୪ ନିର୍ବାଚନର ଠିକ ଆଗରୁ ଏପରି ଘୋଷଣା କରି ଚିଟଫଣ୍ଡ ଜମାକାରୀଙ୍କ ଭୋଟକୁ ହାତେଇବାରେ ସକ୍ଷମ ହୋଇଥିଲା ବିଜୁ ଜନତା ଦଳ ।

୨୦୧୩ ରୁ ଆସି ୨୦୧୭ ହେଲାଣି ହେଲେ ଚିଟଫଣ୍ଡ ଜମାକାରୀଙ୍କୁ ୩୦୦ କୋଟି ତ ଦୂରର କଥା ଫଟା ପାହୁଲାଟିଏବି ମିଳିପାରିନାହିଁ  । କେବେ ମିଳିବ ପଇସା ତା ବି ସଠିକ ଭାବେ କହିପାରୁନାହାନ୍ତି ସରକାର । ସେତେବେଳେ ନିର୍ବାଚନ ଥିଲା ବୋଲି ସରକାର ବଡ ପାଟିରେ ଘୋଷଣା କରିଥିଲେକି ଖୁବ ଶ୍ରୀଘ ପଇସା ପାଇଯିବେ ଚିଟଫଣ୍ଡ କ୍ଷତିଗ୍ରସ୍ତମାନେ ।

ହେଲେ ଆଉ ଏବେ ନିର୍ବାଚନ ଜିତିଲା ପରେ ପଇସା କଥା ଭୁଲି ଯାଇଛନ୍ତି ସରକାର । 

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ନେତା ମାନେ ଚିଟ ଫଣ୍ଡ କମ୍ପାନୀଙ୍କ ମଂଚରେ ବସି ସେମାନଙ୍କୁ କରୁଥିଲେ ପ୍ରଶଂସା । ଦେଉଥିଲେ ପୁରସ୍କାର । ଠକ ଚିଟ ଫଣ୍ଡ କମ୍ପାନୀର  ବ୍ରାଂଡ ଆମ୍ବାସଡର ସାଜି ଲୋକଙ୍କୁ ଠକି ଥିବା ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଏବେ ଜବାବ ଦେବାକୁ ପଡିବକି ଲୋକେ ତାଙ୍କ ପଇସା କେବେ ଫେରିପାଇବେ । ରାଜ୍ୟରେ ହୋଇଥିବା   ଚିଟ ଫଣ୍ଡ ଦୁର୍ନୀତିରେ ରାଜ୍ୟର  ଲକ୍ଷ ଲକ୍ଷ ଲୋକ ସେମାନଙ୍କର କଷ୍ଟୋପାର୍ଜିତ ଧନ ହରାଇଛନ୍ତି । 

ଚିଟ ଫଣ୍ଡ ଠକେଇର ଶୀକାର ହୋଇଥିବା କ୍ଷୁଦ୍ର ସଂଚୟକାରୀଙ୍କ ଅର୍ଥ ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ପାଳନ ପାଇଁ କୌଣସି ବି ପଦକ୍ଷେପ ନିଆଯାଇନାହିଁ । ଅର୍ଥ ଫେରସ୍ତ ପାଇଁ ନିର୍ବାଚନ ପୂର୍ବରୁ   ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ସେହି କର୍ପସ ଫଣ୍ଡ କୁଆଡେ ଗଲା ? ଏପରିକି ଚିଟ ଫଣ୍ଡ ପାଇଁ ଗଠିତ କମିଶନ ବିଜେଡି ଦଳୀୟ ସଭାରେ ସରକାରଙ୍କୁ କ୍ଲିନ ଚିଟ ଦେଇ ସାରିଲେଣି ।
  • Tags:

Subscribe

National International State Sports Entertainment