ୟୁପିଏର ତିନି ବର୍ଷ ବନାମ ବିଜେପିର ତିନି ବର୍ଷ
Khabar Odisha:UPA-3-Years-Verses-NDA-3-Years-Narendra-Modi-And-Manmohan-Singh

 କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଶାସନାଧୀନ ବିଜେପି ସରକାରକୁ ୩ ବର୍ଷ ପୁରିବାକୁ ଆଉ ମାସ କେଇଟା ଅଛି । ତିନି ବର୍ଷର ଶାସନ ଭିତରେ ଅନେକ ଯୋଜନା, ନିଷ୍ପତ୍ତି , ପଦକ୍ଷେପ ହୋଇଛି  । ସରକାର କେଉଁଠି ଜନସାଧାରଣଙ୍କର ଆସ୍ଥାକୁ ଜିତିବାରେ ସକ୍ଷମ ହୋଇଛନ୍ତିତ ଆଉ କେଉଁଠି ବିରୋଧୀଙ୍କ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ୨୦୧୪ ନିର୍ବାଚନରେ ଜନସାଧାରଣ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଚଣ୍ଡ ଆଶା ଭରସା କରି ପୁରା ସପକ୍ଷରେ ଅଭୁତପୁର୍ବ ମତଦାନ ଦେଇଥିଲେ । ୟୁପିଏ ସରକାରକୁ ଲୋକମାନେ ନାପସନ୍ଦ କରି ନରେନ୍ଦ୍ର ମୋଦୀଙ୍କ ଉପରେ ଭରଷା କରିଥିଲେ । ହେଲେ କଣ ଲୋକମାନେ ଯେଉଁଥି ପାଇଁ ୟୁପିଏ ଠାରୁ ମୁହଁ ଫେରାଇଥିଲେ ତା ନରେନ୍ଦ୍ର ମୋଦୀଙ୍କ ବିଜେପି ସରକାର ପୂରଣ କରିପାରିଛନ୍ତି ।  


୨୦୧୪ ରୁ ୨୦୧୭ ଏହି ୩ ବର୍ଷର ଯାତ୍ରା  ଆଉ ୨୦୦୯ ରୁ ୨୦୧୨ ୟୁପିଏ ସରକାର ସମୟ ମଧ୍ୟରେ ୩ ବର୍ଷ ଭିତରେ କଣ ଅଛି ଫରକ ।

ଦୁର୍ନୀତି - ୟୁପିଏର ପ୍ରଥମ ତିନି ବର୍ଷରେ ହୋଇଥିଲା ଅନେକ ବଡ ବଡ ଦୁର୍ନୀତି । ୟୁପିଏ ସରକାର ନିଜର ବିକାଶମୂଳକ କାମକୁ ନେଉ ଯେତିକି ଚର୍ଚ୍ଚାରେ ନଥିଲେ ସେତିକି ଚର୍ଚ୍ଚାରେ ଥିଲେ ସରକାରରେ ହେଉଥିବା ଗୋଟିଏ ଗୋଟିଏ ପରେ ଦୁର୍ନୀତିକୁ ନେଇ  । ୨୦୦୯ ରୁ ୨୦୧୨ ମଧ୍ୟରେ ହୋଇଥିଲା ଅନେକ ବଡ ଦୁର୍ନୀତି । ୨୦୦୮ ରୁ ୨୦୦୯ ମସିହା ମଧ୍ୟରେ ୨ଜିସ୍ପେକ୍ଟ୍ରମ ନିଲାମି ଦୁର୍ନୀତି (୧,୭୬,୦୦୦ କୋଟି ), ୨୦୦୯ରେ ସତ୍ୟମ ଦୁର୍ନୀତି, ୨୦୧୦ ରେ କମନେଓଲ୍ଥ କ୍ରିଡା ଦୁର୍ନୀତି (୭୦,୦୦୦ କୋଟି),  ୨୦୧୨ ରେ କୋଇଲା ଦୁର୍ନୀତି (୧,୮୬,୦୦୦ କୋଟି ) , ୨୦୧୨ରେ ଓାକଫ ବୋର୍ଡ ଜମି ଦୁର୍ନୀତି ( ୧,୫୦,୦୦୦ କୋଟି ) ୨୦୧୨ ରେ ଚପର ସ୍କାମ, ୨୦୧୨ ରେ ସେନା ପାଇଁ ଟ୍ରକ କିଣାରେ ଦୁର୍ନୀତି ଏବଂ ଆଦର୍ଶ ହାଉସିଙ୍ଗ ଦୁର୍ନୀତି ଏପରି ଅନେକ ଦୁର୍ନୀତି ହୋଇଥିଲା । ସେ ସମୟରେ ଖବର କାଗଜ ଓଲଟେଇଲେ ଲାଗୁଥିଲା ଯେମିତି ଦୁର୍ନୀତି କରିବା ପାଇଁ ଏ ସରକାର କ୍ଷମତାକୁ ଆସିଛି । କିନ୍ତୁ ମୋଦୀଙ୍କ ପ୍ରଥମ ୩ ବର୍ଷରେ କୌଣସି ଗୋଟିଏବି ଦୁର୍ନୀତି ହୋଇନାହିଁ । କେବଳ ବିଜୟ ମାଲ୍ୟାଙ୍କ ବିଦେଶକୁ ଫେରାର ଘଟଣାକୁ ନେଇ ସରକାର ଉପରେ କିଛି ବିରୋଧୀମାନେ ଅଭିଯୋଗ କରିଥିଲେକି ସରକାର ତାଙ୍କୁ ଖସାଇ ଦେଲେ । ହେଲେ ଯେତେବେଳେ ପ୍ରମାଣ ଆସିଲାକି ବିଜୟ ମାଲ୍ୟାକୁ ୟୁପିଏ ସମୟରେ ହିଁ କେନ୍ଦ୍ର ସରକାରଙ୍କ ତରଫରୁ ରୂଣ ଦେବାର ବ୍ୟବସ୍ଥା କରାଯାଇଥୀଲା ସେତେବେଳେ ବିରୋଧୀ କଂଗ୍ରେସ ନିଜେ ଚୁପ ହେବାକୁ ବାଧ୍ୟ ହୋଇଥିଲା । 

ବିଶ୍ୱ ଅର୍ଥନୀତି ଫୋରମ ମାନଙ୍କ ଅନୁସାରେ ପର୍ଯ୍ୟଟନ ମାନଙ୍କ ତାଲିକା ଅନୁସାରେ୨୦୦୯ ରେ ଭାରତର ସ୍ଥାନ ୬୨ ଥିଲା ଯାହା ୨୦୧୨ରେ ଖସିି ୬୫ ରେ ପହଂଚିଥିଲା । କିନ୍ତୁ ୨୦୧୪ ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ବେଳେ ଏହା ୬୫ ରେ ଥିଲା । ୨୦୧୭ରେ ଏବେ ଭାରତ ୪୦ତମ ସ୍ଥାନକୁ ଉନ୍ନିତ ହୋଇଛି ।

ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୟୁପିଏର ପ୍ରଥମ ୩ ବର୍ଷରେ ସାରା ଦେଶରେ ଗ୍ରାମାଚଂଳରେ ବର୍ଷକୁ ହାରାହାରି ୨୦,୦୦୦ କିମି ରାସ୍ତା ବନୁଥିବାବେଳେ ମୋଦୀଙ୍କ ସରକାରରେ ପ୍ରଥମ ୩ ବର୍ଷରେ ବନିଛି ୧ ଲକ୍ଷ ୨୦ ହଜାର କିମିର ଗ୍ରାମ୍ୟ ସଡକ । ବାର୍ଷିକ ହାରାହାରି ୪୦,୦୦୦ କିମି ଯାହା ୟୁପିଏ ସମୟରେ ତିଆରି ରାସ୍ତାର ପାଖାପାଖି ୨ ଗୁଣ ।

ଜିଏସଟି ବିଲ ୟୁପିଏ ସମୟରେ ପାସ ହୋଇପାରୁନଥିଲା । କିନ୍ତୁ ମୋଦୀଙ୍କ ସରକାର ଆସିବା ପରେ ସବୁ ରାଜ୍ୟମାନଙ୍କ ସହ ଆଲୋଚନା ହେଲାପରେ ସର୍ବସମତ କ୍ରମେ ଏବେ ଜିଏସଟି ବିଲ ପାସ ହୋଇଛି ।

ୟୁପିଏ ସରକାର ସମୟରେ  ୨୦୧୩ ମସିହା ଖରିଫ ରୂତୁରେ ଫସଲ ବିମା ଯୋଜନାରେ ୪୯,୪୫୪ କୋଟି ଟଙ୍କାର ବିମା ହୋଇଥିବା ବେଳେ ୨୦୧୬ ମସିହାରେ ୧,୪୧,୩୩୯ କୋଟି ଟଙ୍କାର ବିମା ରାଶି କୃଷକ ମାନଙ୍କୁ ଫସଲ ବିମାରାଶି ଦିଆଯାଇଛି । 

ଓାନ ରାଙ୍କ ଓାନ ପେନସନର ଦାବୀ ଅନେକ ଦିନରୁ ହୋଇଅାସୁଥିଲା । ୟୁପିଏର ଦଶ ବର୍ଷ ଶାସନ କାଳରେ ଏହାକୁ ଲାଗୁକରିବା ପାଇଁ ଅନେକ ଅାନ୍ଦୋଳନ ହୋଇଥିଲା  ।  କିନ୍ତୁ ଏହାକୁ ସରକାର ସେ ସମୟରେ ଲାଗୁ କରିପାରିନଥିଲେ  । କେନ୍ଦ୍ରରେ ବିଜେପି ସରକାର ଅାସିବା ପରେ  ଓାନ ରାଙ୍କ ଓାନ ପେନସନ 2015ରେ ଲାଗୁକରିଥିଲେ ।
  • Tags:

Subscribe

National International State Sports Entertainment