ଯବାନଙ୍କ ଉପରକୁ ପଥରମାଡ଼ ବନ୍ଦ ହେଉ, ପେଲେଟ ଗନ ବ୍ୟବହାର ନକରିବାକୁ ଯବାନଙ୍କୁ ନିର୍ଦ୍ଦେଶ ଦେବି: SC
Khabar Odisha:Pellet-guns-case-supreme-court-today-asked-the-petitioner-to-talk-to-the-various

ନୂଆଦିଲ୍ଲୀ,ଏପ୍ରିଲ୨୮(ଖବର ଓଡ଼ିଶା): କାଶ୍ମୀର ଘାଟିରେ ପଥରମରାଳିଙ୍କୁ ଦମନ କରିବା ପାଇଁ ସେନା ଓ ସୁରକ୍ଷା ବଳ ଦ୍ଵାରା ବ୍ୟବହାର କରାଯାଉଥିବା ପେଲେଟ ଗନକୁ ନେଇ ସୁପ୍ରିମକୋର୍ଟ  ଶୁକ୍ରବାର ମହତ୍ଵପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।  କୋର୍ଟ କହିଛନ୍ତି ଯେ ଯଦି ବାର୍ତ୍ତା ଜରିଆାରେ ଘାଟିରେ ଶାନ୍ତି ସ୍ଥାପନା ପାଇଁ କାଶ୍ମୀର ଲୋକେ ଓ ତାଙ୍କ ପ୍ରତିନିଧି ଚାହୁଁଛନ୍ତି ତା ହେଲେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେବ। ଏହା ସହ ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ଓ ସୁରକ୍ଷା ବଳ ଉପରକୁ ହେଉଥିବା ପଥରମାଡ଼ ବନ୍ଦ କରିବାକୁ କାଶ୍ମୀରର ପ୍ରତିନିଧି ଯଦି ଲୋକଙ୍କୁ ପରାମର୍ଶ ଦିଅନ୍ତି, ତା ହେଲେ ଆଗାମୀ ୨ ସପ୍ତାହ ପର୍ୟ୍ୟନ୍ତ ସିଆରପିଏଫ ଓ ପୋଲିସକୁ ପେଲେଟ ଗନ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଜାମ୍ମୁ ଓ କାଶ୍ମୀର ବାର ଏସୋସିଏଶନର ନେତୃତ୍ଵଙ୍କୁ କହିଛନ୍ତି ଯେ କାଶ୍ମୀର ଘାଟିରେ ଜାରି ଅଶାନ୍ତ ମାହୋଲକୁ ବନ୍ଦ କରିବା ଓ ସ୍ଥିତି ସାମାନ୍ୟ କରିବା ପାଇଁ ଏମିତି ଲୋକଙ୍କ ନାମ ଦିଅନ୍ତୁ, ଯିଏକି କାଶ୍ମୀର ଜନତାଙ୍କ ପ୍ରତିନିଧିତ୍ଵ ହିସାବରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିପାରିବେ। କେନ୍ଦ୍ର ସରକାର ଆଲୋଚନାର ସମ୍ଭାବନାକୁ ନେଇ ନିଜର ପକ୍ଷ ସ୍ପଷ୍ଟ କରିବା ସହ କହିଛି ଯେ ସରକାର ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛି, ମାତ୍ର ଭାରତଠୁ ଆଜାଦୀ ଚାହୁଁଥିବା ଲୋକ ଓ ଅଲଗା ହେବା ପାଇଁ ଦାବି କରୁଥିବା ଲୋକଙ୍କ ସହ କୌଣସି ପ୍ରକାରର ବିଚାର ବିମର୍ଶ କରିବ ନାହିଁ।

ଅନ୍ୟ ପକ୍ଷରେ ବାର ଆସୋସିଏସନଙ୍କ କହିବା କଥା କେନ୍ଦ୍ର ସରକାର ଆଲୋଚନାରେ ହୁରିୟତ ନେତାଙ୍କୁ ସାମିଲ କରୁ ଏବଂ ସମ୍ବିଧାନିକ ସୀମାର ରହି ବିଚାର ବିମର୍ଶ ପାଇଁ ରଖିବା ସର୍ତ୍ତ ପରିତ୍ୟାଗ କରୁ। ଏହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି ଯେ ସେମାନେ କେବଳ ସେହି ଲୋକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି, ଯେଉଁମାନେ ଜନତାଙ୍କ ପ୍ରତିନିଧି ଭାବେ ସେମାନଙ୍କ ପକ୍ଷରୁ ସରକାରଙ୍କ ସହ ବିଚାର ବିମର୍ଶ କରିବାର କାନୁନ ବୈଧତାକୁ ମାନିଥାନ୍ତି।

 

  • Tags:

Subscribe

National International State Sports Entertainment