ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ଓଡିଶା ପାଲଟିଛି ପ୍ରୟୋଗଶାଳା
Khabar Odisha:Odisha-On-Priority-Of-Narendra-Modis-Development-Agenda

 ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି  ଶପଥ ନେଇଥିଲେ ସେତେବେଳେ ସେ ତାଙ୍କ ବକ୍ତ୍ୟବରେ କହିଥିଲେ, “ମୋ ସରକାର ହେଉଛି ଦେଶର ଅତି ଗରୀବ ରୁ ଗରୀବ ପ୍ରତି ସମର୍ପିତ ସରକାର  । ଦେଶର ପ୍ରତିଟି ଯୋଜନାର ଲାଭ କିପରି ଦେଶର ପ୍ରତିଟି ଗରିବ ଲୋକପାଖେ ପହଂଚିପାରିବ ତାହା ହେବ ମୋ ସରକାରର ପ୍ରଥମ ପ୍ରାଥମିକତା  ।  ଦେଶରେ ଯୋଜନା ଏପରି ହେବା ଦରକାର ଯେମିତି ତାର ଲାଭ ସିଧାସଳଖ ଗରିବଙ୍କ କଲ୍ୟାଣ କରିପାରିବ ଏ ପ୍ରକାର ଯୋଜନାରେ ମୋ ସରକାର ବିଶ୍ୱାସ କରେ”  । 

 

ମୋଦି ସରକାରକୁ ଏବେ ୩ ବର୍ଷ ପୁରିବାକୁ ଯାଉଛି  । ବିକାଶର ମାପଦଣ୍ଡରେ ଓଡିଶା ଦେଶରେ ଏକ ପଛୁଆ ରାଜ୍ୟ । ଓଡିଶା ସମେତ ପୁର୍ବ ଭାରତ ବିକାଶ ବିନା ଦେଶର ସଠିକ ବିକାଶ ହୋଇପାରିବ ହୋଇନାହିଁ ବୋଲି ମୋଦିଙ୍କର ଦୃଢ ମତ । ଆଜି ଯେତେବେଳେ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି ତାଙ୍କର ଗରୀବ କଲ୍ୟାଣ ଯୋଜନା କେମିତି କାର୍ଯ୍ୟକାରି ହୋଇଛି ଏହାର ସମୀକ୍ଷା ଅତ୍ୟନ୍ତ ଜରୁରୀ ।  
 
 
ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଦେଶରେ କୌଣସି ଗରିବ ଲୋକ ବାସହୀନ ହୋଇ ରହିବେ ନାହିଁ କି କଚ୍ଚା ଘର ବି ରହିବ ନାହିଁ ଏ ମହାନ ଲକ୍ଷ୍ୟ କୁ ପୁରଣ କରିବା ପାଇଁ ମାଦୀଙ୍କ ସରକାର ଆରମ୍ବ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କେନ୍ଦ୍ରରେ ମୋଦ ସରକାର ଆସିବା ଆଗରୁ ଦେଶରେ ଏପରି ଅନେକ ଯୋଜନା ଚାଲୁଥିଲା ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ଦୁଇ ବର୍ଷରେ ଯେତିକି ଅର୍ଥର ବ୍ୟବସ୍ଥା ବିଭିନ୍ନ ରାଜ୍ୟକୁ କରାଯାଇଛି ତାହା ପୁର୍ବ ସରକାର ସମୟରେ ମିଳୁଥିବା ଅର୍ଥଠାରୁ ଢେର ଅଧିକ ।
 
 
ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣରେ ୨୦୧୬-୧୭ ରୁ ୨୦୧୮-୧୯ ମଧ୍ୟରେ ମାତ୍ର ୩ ବର୍ଷରେ ୧ଲକ୍ଷ କୋଟିରୁ ଉର୍ଦ୍ଧ ବ୍ୟୟ ଅଟକଳରେ ୧ କୋଟି ପକ୍କାଘର ତିଆରିର ଲକ୍ଷ୍ୟ ରଖାଯାଇଛି  । ଆଗରୁ ୟୁପିଏ ସରକାର ସମୟରେ ପକ୍କା ଘର ପାଇଁ ହିତାଧିକାରି ପିଛା ୬୦ ହଜାର ରୁ ୮୦ ହଜାର ଟଙ୍କା ମିଳୁଥିବାବେଳେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ପ୍ରତି ହିତାଧିକାର ପିଛା ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଛି । ୨୦୨୨ ସୁଦ୍ଧା ଦେଶରେ ସବୁ କଚ୍ଚା ଘର ପକ୍କା ଘରରେ ପରିଣତ ହେବା ହେଇଛି ଏହି ଯୋଜନାର ମୁଳ ଲକ୍ଷ୍ୟ । 
 
 
ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଛି ପ୍ରାଧାନ୍ୟ । ୟୁପିଏର ଶେଷ ବଜେଟ ୨୦୧୩-୧୪ରେ ରାଜ୍ୟର ଗରିବ ଲୋକଙ୍କୁ ପକ୍କାଘର କରିବା ପାଇଁ ଥିବା ଇନ୍ଦିରା ଆବାସ ଯୋଜନାରେ ମିଳିଥିଲା ୨୮୭ କୋଟି । ୨୦୧୪-୧୫ରେ କେନ୍ଦ୍ରରେ ମୋଦ ସରକାର ଆସିବା ପରେ ଏହା ବୃଦ୍ଧି ପାଇ ୮୮୭ କୋଟିରେ ପହଂଚିଥିଲା । ସେହିପରି ୨୦୧୫-୧୬ରେ ଏହା ପୁନଶ୍ଚ ବୃଦ୍ଧି ପାଇ ୧୪୭୬ କୋଟିରେ ପହଂଚିଲା ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହେବା ପରେ ୨୦୧୬-୧୭ ବଜେଟରେ ଅନୁଦାନ ରାଶି ପୁର୍ବ ବର୍ଷର ବ୍ୟୟ ଅଟକଳ ଅପେକ୍ଷା ଦୁଇ ଗୁଣ ବୃଦ୍ଧି ପାଇଁ ୨୮୭୨ କୋଟି ଟଙ୍କାର ପ୍ରାବଧାନ ଥିଲା । ରାଜ୍ୟର ଚଳିତ ଆର୍ଥିକ ବଜେଟ ୨୦୧୭-୧୮ରେ ପକ୍କା ଘର ତିଆରି ପାଇଁ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । 
 
 
ଜନଧନ ଯୋଜନା  - ଦେଶରେ ସବକା ସାଥ ସବକା ବିକାଶର ନାରା ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଦେଶରେ ବ୍ୟାଙ୍କିଙ୍କ ସୁବିଧାକୁ ପ୍ରତିଟି ଲୋକପାଖରେ ପହଂଚାଇବା ପାଇଁ ଲକ୍ଷ୍ୟ ଥିଲା ଏହି ଯୋଜନାର । ବ୍ୟାଙ୍କିଙ୍ଗ ସୁବିଧାକୁ କେବଳ ସହରାଚଂଳରେ ସୀମିତ ନକରି ସେଥିରେ କିପରି ଗ୍ରାମଂଚଳର ଅଧିକରୁ ଅଧିକ ଲୋକ ସାମିଲ ହୋଇପାରିବେ ତାହା ଥିଲା ଏହାର ଉଦ୍ଦେଶ୍ୟ । ଏବ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ପୁରା ଦେଶରେ ୨୮ କୋଟି ଖାତା ଖୋଲାସରିଲାଣି । ଓଡିଶାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୧ କୋଟି ୧୨ ଲକ୍ଷ ୬୭ ହଜାର ସଂଚୟ ଖାତା ଖୋଲା ଯାଇଛି । 
 
 
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା – ଦେଶରେ ଗରୀବ ମହିଳାଙ୍କୁ ରୋଷେଇ କରିବାବେଳେ ଧୁଆଁ ଆଉ ଜାଳେଣିକୁ ନେଇ ସମ୍ମୁଖିନ ହେଉଥିବା ଅସୁବିଧାରୁ ମୁକ୍ତ କରିବା ପାଇଁ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା । ପରିସଂଖ୍ୟନ ଅନୁସାରେ ଭାରତରେ ଥିବା ସମୁଦାୟ ୨୪ କୋଟି ପରିବାର ମଧ୍ୟରୁ ୧୦ କୋଟି ପରିବାରରେ ମହିଳା ମାନେ ରୋଷେଇ କରିବା ପାଇଁ କାଠ, ଗୋବର ଘଷି ଉପରେ ନିର୍ଭର କରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ଭାରତରେ ଜଣେ ମହିଳା ରୋଷେଇ କରିବା ସମୟରେ ଯେତିକି ଧୁଆଁର କୁପ୍ରଭାବର ଶିକାର ହୁଏ ତାହା ପ୍ରାୟ ୪୦୦ଟି ସିଗାରେଟ ପିଇଲେ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ ସହ ସମାନ । ମହିଳାଙ୍କୁ ସ୍ୱଛ ଇନ୍ଧନ ଯୋଗାଇବାର ପ୍ରତିବଦ୍ଧତା ନେଇ ମେ ୧, ୨୦୧୬ରେ  ଆରମ୍ଭ କରାଯାଇଥିବା ଏହି ଯୋଜନାରେ ୨୦୧୯ ମେ ମାସ ମଧ୍ୟରେ ୫ କୋଟି ପରିବାରଙ୍କୁ ଗ୍ୟାସ ସଂଯୋଗ ଯୋଗାଇଦେବାପାଇଁ ଲକ୍ଷ୍ୟ ରଖାଯାଇଛି । ମାତ୍ର ଏକ ବର୍ଷରୁ କମ ସମୟ ମଧ୍ୟରେ ଏବେ ସୁଦ୍ଧା ୨ କୋଟିରୁ ଅଧିକ ଗରିବ ପରିବାର ରନ୍ଧନ ଗ୍ୟାସର ସଂଯୋଗ ପାଇସାରିଲେଣି  ।  
 
 
ଗାଁରେ ଶୌଚାଳୟ – ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ ଦେଶର ଆତ୍ମା ଗାଁରେ ଅଛି । ଆଉ ଗାଁର ବିକାଶ ହେଲେହିଁ ଦେଶର ବିକାଶ ହୋଇପାରିବ । ଗାଁରେ ଏକ ପ୍ରମୁଖ ସମସ୍ୟା ଥିଲା ସୌଚାଳୟକୁ ନେଇ । ଓଡିଶା ଭଳି ଗରିବ ରାଜ୍ୟରେ ମାତ୍ର ୧୨%  ଲୋକଙ୍କ ଘରେ ପାଇଖାନା ଥିଲା । ଆଜି ଦେଶରେ ସ୍ୱଛ ଭାରତ କେବଳ ଏକ ଯୋଜନା ନୁହେଁ ବରଂ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଦେଶରେ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବାପରେ ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିବସ ଅକ୍ଟୋବର ୨, ୨୦୧୪ରେ ସ୍ୱଛ ଭାରତ ଯୋଜନାର ଆରମ୍ଭ ହୋଇଥିଲା । ୨୦୧୯ ସୁଦ୍ଧା ଭାରତର ପ୍ରତିଟି ଗାଁକୁ ଖୋଲାରେ ମଳମୁକ୍ତ ବିହିନ ଗାଁରେ ପରିଣତ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ ।  ଏବେ ସୁଦ୍ଧା ୩ କୋଟି ୯୦ ଲକ୍ଷ ପରିବାରଙ୍କ ଘରେ ମାଗଣାରେ ପାଇଖାନା ନିର୍ମାଣ ହୋଇସାରିଲାଣି । ୧ ଲକ୍ଷ ୮୯ ହଜାର ଗାଁକୁ ଖୋଲାରେ ମଳମୁକ୍ତ ବିହିନ ଗାଁ ଭାବରେ ପରିିଣତ ହୋଇଛି । ଦେଶରେ ଏବେସୁଦ୍ଧା ୧୩୦ ଜିଲ୍ଲାରେ ୧୦୦ ପ୍ରତିଶତ ପରିବାର ପାଖରେ ପାଇଖାନା ସୁବିଧା ପହଚିଂପାରିଛି । ଆମ ରାଜ୍ୟରେ ସ୍ୱଛ ଭାରତ ଯୋଜନା ଆରମ୍ଭ ହେବା ପୁର୍ବରୁ ମାତ୍ର ୧୨%  ଘରେ ପାଇଖାନା ଥିଲା । ଏବେ ଏହା ୩୦% ବୃଦ୍ଧି ପାଇ ଏବେ ୪୨% ପରିବାରରେ ପାଇଖାନା ସୁବିଧା ପହଂଚିଲାଣି । ଓଡିଶାରେ ସ୍ୱଛ ଭାରତ ଅଭିଯାନରେ ପ୍ରାୟ ୨୬ ଲକ୍ଷ ପରିବାରଙ୍କ ପାଖରେ ପାଇଖାନା ସୁବିଧା ପହଂଚିସାରିଲାଣି ।
 
 
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା – ମୋଦି ସରକାର ଆସିବା ଆଗରୁ ଥିବା ଫସଲବିମାସବୁରେ  କୃଷକ ମାନଙ୍କ ପାଇଁ ଅନକେ ଜଟିଳତା ଥିଲା । ସେ ସମସ୍ୟାରୁ କୃଷକମାନଙ୍କୁ ମୁକ୍ତ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଆରମ୍ଭ କରିଥୀଲେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା  । କୃଷକ ମାନେ ଖରିଫ ଫସଲ ପାଇଁ  ମୋଟ ପ୍ରିମିୟମର ମାତ୍ର ୨% ଆଉ ରବି ପାଇଁ ୧.୫% ପ୍ରିମିୟମ ରାଶି ଦେଇ ଏହି ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇପାରିବେ  । ବାକି ପ୍ରିମିୟମ ରାଶି କେନ୍ଦ୍ର ସରକାର ବହନ କରିବେ । ଦେଶରେ ମରୁଡି ପରେ କୃଷି ଜନିତ କ୍ଷୟକ୍ଷତିକୁ ନେଇ ଆତ୍ମହତ୍ୟା ବୃଦ୍ଧି ପାଉଥିବାବେଳେ ଏହି ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ତା ଉପରେ ରୋକ ଲଗାଇବାରେ ସଫଳ ହୋଇଛି । ଯଦି କୌଣସି କାରଣରୁ ଚାଷିର ଫସଲ ନଷ୍ଟ ହୋଇଯାଏ ତାହେଲେ ସେ କରିଥିବା ଖର୍ଚ୍ଚ ସାଙ୍ଗେ ସାଙ୍ଗେ ସେ ବିମା ରାଶିରୁ ପାଇପାରୁଛି  । 
 
 
ସାମାଜିକ ସୁରକ୍ଷା ପାଇଁ ପେନସନ ଆଉ ଜୀବନ ବୀମା - ଗରିବ ଲୋକମାନେ କିପରି ବୃଦ୍ଧାବସ୍ଥାରେ ନିଜର ସାମାଜିକ ସୁରକ୍ଷାକୁ ନିଶ୍ଚିନ୍ତ କରିପାରିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଆରମ୍ଭ କରିଥିଲେ ଅଟଳ ପେନସନ ଯୋଜନା  । ସରଳ ପ୍ରକିୟାରେ କମ ପ୍ରିମିୟମ ଦେଇ ବୃଦ୍ଧାବସ୍ଥାରେ ଦେଶର ଗରିବ ଲୋକମାନଙ୍କୁ ପେନସନ ଯୋଗାଇବା ହେଉଛି ଏହାର ମୁଳ ଉଦ୍ଦେଶ୍ୟ । ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ହେଉଛି ଦେଶର ଗରୀବଙ୍କ ସାମାଜିକ ସୁରକ୍ଷା ଦିଗରେ ଦୁଇଟି ମାଇଲଖୁଂଟଣ୍ଟ ଯୋଜନା  ।
 
- କାଳନ୍ଦୀ ସାମଲ ( ବିଜେପି ରାଜ୍ୟ ସମ୍ପାଦକ)
(ଭୁବନେଶ୍ୱରରେ ଆୟୋଜିତ  ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ)
ଯୋଗାଯୋଗ - ୯୪୩୭୦୦୬୬୪୦
  • Tags:

Subscribe

National International State Sports Entertainment