ପଚାଂୟତ ମାଡ ପରେ ବଦଳୁଛନ୍ତି ନବୀନ, ମୋଦୀଙ୍କୁ କରୁଛନ୍ତି କପି
Khabar Odisha:Naveen-Is-Following-Modi-After-Panchayat-Election-Bad-Result
୨୦୧୭ର ପଂଚାୟତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବେ ଟିକେ ନିଜ ସ୍ୱଭାବରେ ପରିବର୍ତନ ଆଣିଲା ଭଳିଆ ଲାଗୁଛନ୍ତି  ।  ହାବଭାବରେ ଆଣଛନ୍ତିି ଢେର ପରିବର୍ତନ  ।  ଆଉସେ ଗମ୍ଭୀର ଏକଚାଟିଆ ମନୋଭାବ ନାହିଁ  ।  ନିଜର ଚୁପଚାପ ସ୍ୱଭାବ ତଥା ଜନସାଧାରଣଙ୍କ କଥା ଛାଡନ୍ତୁ ବିଧାୟକ ସାଂସଦଙ୍କ ପାଇଁ ମଧ୍ୟ ଅପହଂଚ ଥିବା ନବୀନ ପଟ୍ଟନାୟକ ଏବେ କଲେଜ ଛାତ୍ର ଛାତ୍ରୀଙ୍କ ସହ ସେଲ୍ଫି ନେବାକୁ ପଛଉ ନାହାନ୍ତି  । ଲାଗୁଛି ଯେମିତି ନରେନ୍ଦ୍ର ମୋଦୀଙ୍କୁ ପୁରା କପି କରୁଛନ୍ତି ନବୀନ ପଟ୍ଟନାୟକ  ।  ପଂଚାୟତ ନିର୍ବାଚନରେ ଖରାପ ପଦର୍ଶନ ପରେ କାଳେ କ୍ଷମତା ହାତରୁ ଚାଲିଯିବ ସେ ଭୟରେ ସେ ଏପରି ବଦଳି ନାହାନ୍ତି ତ ?  କ୍ୟାବିନେଟ ମନ୍ତ୍ରୀ ମାନଙ୍କ ସହ କଥା ହେବାକୁ ପସନ୍ଦ କରୁନଥିବା ନବୀନ ଏବେ ପଂଚାୟତ ପ୍ରତିନିଧିମାନଙ୍କୁ ଡାକି ପୁରା ଦିନ ଦିନ ଚର୍ଚ୍ଚା କରୁଛନ୍ତି  । 
 
 
ଆଗରୁ ନବୀନ ମେଡିଆ ସାମ୍ନାରେ ବେଶ କମ କହୁଥିଲେ । କାଗଜରେ ଦୁଇ ଧାଡି ଲେଖାକୁ ପଢୁଥିଲେ ଆଉ ଥ୍ୟାଙ୍କ ୟୁ କହି ଚାଲିଯାଉଥିଲେ  । ଆଉ କୌଣସି ପ୍ରଶ୍ନ ପଚାରିବାର ସୁଯୋଗ ଦେଉନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏବେ ସ୍ଥିତି ପୁରା ବଦଳିଛି  । ନବୀନ ନିଜ କଥା କହିଲା ପରେ ଅପେକ୍ଷା କରୁଛନ୍ତି କାଳେ କୋଉ ସାମ୍ବାଦିକ କିଛି ପ୍ରଶ୍ନ ପଚାରୁଛନ୍ତି  । ଆଉ ହସି ହସି ଉତ୍ତରବି ଦେଉଛନ୍ତି  । 

ଆଗରୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ସିଧାସଳଖ ସର୍ମ୍ପକରେ ରହୁନଥିଲେ । ଏପରିକି ପଂଚାୟତ ନିର୍ବାଚନ ପୁର୍ବରୁ ଦଳର ଜନସର୍ମ୍ପକ ଯାତ୍ରା ବେଳେ ନବୀନ ବାବୁ ପୁରା ସୁରକ୍ଷା କର୍ମୀଙ୍କ ଦ୍ୱାରା ଘେରିହୋଇ ରହୁଥିଲେ । ନାଦିଆଯାଇଥିଲା ଜନସର୍ମ୍ପକ ଯାତ୍ରା  ।  କିନ୍ତୁ ଜନସର୍ମ୍ପକ ଯାତ୍ରା ବେଳେ ନବୀନ ରହିଥିଲେ ଜନତାଙ୍କଠାରୁ ଦୁରରେ । କିନ୍ତୁ ଏବେ ନବୀନ ବାବୁୁ ନିଜେ ଡାକିକି ସେଲ୍ଫି ଦେଉଛନ୍ତି  ।  ରମାଦେବୀ ବିଶ୍ୱବିଦ୍ୟାଳୟ ଆଉ କୃଷି ବିଦ୍ୟାଳୟ ସବୁଠି ନବୀନ ବାବୁ ଅଚାନକ ପରିଦର୍ଶନ କରି ଛାତ୍ରୀମାନଙ୍କ ସହ ଉଠଉଛନ୍ତି ସେଲ୍ଫି  ।  
 
 
ଯେଉଁ ରମାଦେବୀ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତବେଳେ ଛାତ୍ରୀମାନଙ୍କୁ ପୋଲିସ ଅଟକ କରିରଖିଥିଲେ ସେହି ରମାଦେବୀ ବିଶ୍ୱବିଦ୍ୟାଳୟରେ ଏବେ ମୁଖ୍ୟମନ୍ତ୍ରୀ ସେଲ୍ଫି ଦେଇ ସନ୍ଦେଶ ଦେଇଛନ୍ତିକି ସେ ବଦଳି ଗଲଣି  ।
 
 
ନବୀନ ବାବୁ ଯଦିଓ ନିଜେ ଜଣେ ଲେଖକ ତଥାପି ଗତ ୧୭ ବର୍ଷରେ କେବେ ଦେଖାଯାଇନଥିଲାଯେ ସେ ରାଜଧାନୀରେ କେବେ କୌଣସି ଦୋକନରୁ ବହି କିଣିବା । କିନ୍ତୁ ହଟାତ ଏବେ ଦିନେ ଦେଖାଯାଇଥିଲା ମୁଖ୍ୟମନ୍ତ୍ରୀ ଭଉଣୀ ଗୀତା ମେହେଟ୍ଟାଙ୍କ ସହ ପାଲହାଇଟରେ ଥିବା ବହି ଦୋକାନରୁ ବହି କିଣିବା । ଖାଲି ବହି କିଣିନଥିଲେ ପାଖରେ ଥିବା ସାଧାରଣଲୋକମାନଙ୍କ ସହ ସେଲ୍ଫି ମଧ୍ୟ ଦେଇଥିଲେ । ଦୀର୍ଘ ୧୭ ବର୍ଷର ଶାସନରେ ଏପରି ସାଧାରଣ ଯାଗାରେ ନବୀନ ବାବୁ ସପିଙ୍ଗ କରିବା ବୋଧେ ପ୍ରଥମ । 
 
ମୁଖ୍ୟମନ୍ତ୍ରୀ ଫେବୃୟାରୀ ନିର୍ବାଚନ ପରେ ମାତ୍ର ୨ ମାସରେ ୩ ଥର ଦିଲ୍ଲୀ ଗ୍ରସ୍ତ କରିସାରିଲେଣି । ଆଗରୁୁ ବର୍ଷକୁ ଥରେ କିମ୍ବା ୨ ଥର ଦିଲ୍ଲି ଯାଉଥିବା ନବୀନ ବାବୁ ଏବେ ହଟାତ ଏତେ ଥର ଦିଲ୍ଲି ଯିବା ନିଶ୍ଚିନ୍ତ କରୁଛିକି ନବୀନ ବାବୁ ନିଶ୍ଚୟ ଚାପଗ୍ରସ୍ତ ହୋଇଯାଇଛନ୍ତି । 
 
ନବୀନବାବୁଙ୍କର ଟ୍ୱିଟର ଆକାଉଣ୍ଟବି ପୁରା ଚଳଚଂଚଳ ହୋଇଯାଇଛି  । ଯେପରି ପ୍ରଧାନମନ୍ତ୍ରୀ ଟ୍ୱିଟର ମାଧ୍ୟମରେ କିଛି ସମସ୍ୟା ଆସିଲେ ତାଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଅନ୍ତି ସେପରି ନବୀନ ବାବୁ ଏବେ କରି  ମୋଦିଙ୍କୁ କପି କରିଲା ଭଳି ଲାଗୁଛନ୍ତି  । 
 
ଚଳିତ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ବେଳେ ଆଉ ଗୋଟିଏ କଥା ଦେଖାଯାଇଥିଲା ଯାହା ରାଜନୈତିକ ବିଶ୍ଳେଷଣମାନଙ୍କୁ ତାଜୁବ କରିଥିଲା  ।  ଆଗରୁ ନବୀନ ସଭାସମିତିକୁ ଆସୁଥିଲେ ସିଧା ଭାଷଣ ଦେଉଥିଲେ ଆଉ ଭାଷଣ ସରିଲାପରେ ମଂଚରୁ ପଳଉଥିଲେ । କିନ୍ତୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଦିନ ସଭାସ୍ଥଳକୁ ଆସିଲେ  ଆଉ ଢେର ସମୟ  ବସିଲେ  । ଆଉ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ମେୟର ଅନନ୍ତ ଜେନା ଘୋଷଣା କରିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ କିନ୍ତୁ ସେଦିନ କହିବାର ସୁଯୋଗ ପାଇନଥିବା ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କୁ ମାଇକ ବଢାଇ ଦେଇଥିଲେ । ନବୀନଙ୍କ ଏପରି କରିବା ଖୋଦ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା  । କାରଣ ସାଧାରଣତ ଦେଖାଯାଏକି ନବୀନ ବାବୁଙ୍କୁ ବିଧାୟକ ମନ୍ତ୍ରୀମାନେ ନମସ୍କାର କଲେବି ନବୀନ ସେମାନଙ୍କୁ ଉତ୍ତର ଦିଅନ୍ତି ନାହିଁ  । 
 
ଆଗରୁ ଯେତେବେଳେ ସରକାରୀ କ୍ୟାବିନେଟ ବୈଠକ ହେଉ ଅବା ଅନ୍ୟ କୌଣସି ବୈଠକ ହେଉ ମନ୍ତ୍ରୀମାନେ ଅପେକ୍ଷା କରୁଥିଲେ ମୁଖ୍ୟମନ୍ତ୍ରୀଙ୍କୁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଚିବମାନଙ୍କର ଥିଲା ପ୍ରାଧାନ୍ୟ  ।  ମନ୍ତ୍ରୀମାନଙ୍କୁ ଅପେକ୍ଷା କରେଇ ସଚିବଙ୍କ ସହ କରନ୍ତି ଆଗେ ଆଲୋଚନା  ।  କିନ୍ତୁ ଏବେ ତାର ବ୍ୟତିକ୍ରମ ଦେଖାଯାଉଛି  । ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠକୁ ମନ୍ତ୍ରୀମାନେ ଆଗେ ଯାଇପାରୁଛନ୍ତି । ଅଫିସର ମାନେ ଅପେକ୍ଷା କରୁଛନ୍ତି । 
 
ଦେଖାଯାଉ ନବୀନଙ୍କ ଏପରି ୟୁଟର୍ଣ୍ଣ କି ପ୍ରଭାବ ପକାଉଛି ନା ବିଳମ୍ବରେ ବଦଳିଲେ ବୋଲି ଲୋକେ ଆଉ ଗ୍ରହଣ କରୁନାହାନ୍ତି ତା ସମୟ ହିଁ କହିବ । 
  • Tags:

Subscribe

National International State Sports Entertainment