"ହରିଶ୍ଚନ୍ଦ୍ର ସହାୟତା ଯୋଜନା'ର ହରି ଲୁଟ
Khabar Odisha:Corruption-in-Harischandra-Scheme

ଭୁବନେଶ୍ୱର, ଏପ୍ରିଲ ୭(ଖବର ଓଡ଼ିଶା): ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ କୌଣସି ଗରିବ ଓ ଅସହାୟ ଶ୍ରେଣୀର ବ୍ୟକ୍ତିଙ୍କର ମୃତୁ୍ୟ ହେଲେ ଶବ ସଂସ୍କାର କରିବା ପାଇଁ ରାଜ୍ୟ ସରକାର "ହରିଶ୍ଚନ୍ଦ୍ର ସହାୟତା ଯୋଜନା' କରିଛନ୍ତି । ୨୦୧୩ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଯୋଜନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମୃତୁ୍ୟ ବରଣ କରିଥିବା ସମସ୍ତ ଗରିବ ଓ ଅସହାୟ ବ୍ୟକ୍ତିଙ୍କ ପରିବାର ସଭ୍ୟମାନେ ଏହି ସହାୟତା ଟଙ୍କା ପାଇପାରିବେ ।

ଏହି ଯୋଜନାରେ ଶବ ସଂସ୍କାର କରିବା ପାଇଁ ଗ୍ରାମାଞ୍ଚଳରେ ୨୦୦୦ଟଙ୍କା ଓ ସହରାଞ୍ଚଳରେ ୩୦୦୦ଟଙ୍କା ଆଥିକ ସହାୟତା ପ୍ରଦାନ କରିବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳରେ ସରପଞ୍ଚ ଓ ସହରାଞ୍ଚଳରେ ପୌରପାଳିକା ଅଧ୍ୟକ୍ଷ/ମେୟରମାନେ ଏହି ସହାୟତା ପ୍ରଦାନ କରିବେ । ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ ସହାୟତା ପାଇବାକୁ ହେଲେ ଶୋକ ସନ୍ତପ ପରିବାରଙ୍କୁ ଲିଖିତ ରୂପରେ କୌଣସି କାର୍ଯ୍ୟାଳୟରେ ଆବେଦନ କରିବାର ଆବଶ୍ୟକତା ନାହିଁ । କାରଣ ସରପଞ୍ଚ/ପୌରପାଲିକା ଅଧ୍ୟକ୍ଷ/ମେୟରଙ୍କୁ ସରକାର ଏମିତି ଆଦେଶ ଦେଇଛନ୍ତି, ସେମାନେ ଗରିବ ଓ ଅସହାୟ ପରିବାରଙ୍କୁ ତୁରନ୍ତ ସାହାଯ୍ୟ କରିବେ । ମାତ୍ର ବିଡମ୍ବନାର ବିଷୟରେ ସରକାରଙ୍କ ଯୋଜନାରୁ ହଜାର ହଜାର ସଂଖ୍ୟାରେ ଗରୀବ ଓ ଅସହାୟ ପରିବାର ଉପକୃତ ହେଉ ନ ଥିବା ଦେଖାଯାଉଛି । ବର୍ଷ ବର୍ଷ ବିତି ଯାଉଥିଲେ ବି ଲୋକଙ୍କୁ "ହରିଶ୍ଚନ୍ଦ୍ର ସହାୟତା ଯୋଜନା'ରୁ ସହାୟତା ମିଳି ପାରୁନାହିଁ । ଗ୍ରାମାଞ୍ଚଳରେ ଏକ ଗରୀବ ପରିବାର ପାଇଁ ୨୦୦୦ଟଙ୍କା କେତେ ମୂଲ୍ୟବାନ ସରପଞ୍ଚ ପ୍ରତିନିଧିଙ୍କ କାହିଁକି ଚନ୍ତା କରିବେ ।

ରାଜ୍ୟରେ ଆର୍ଥିକ ବର୍ଷ ୨୦୧୫-୧୬ରେ ହରିଶ୍ଚନ୍ଦ୍ର ଯୋଜନା ବାବଦକୁ ସରକାର ୧୯,୪୯,୯୮,୪୮୬ଟଙ୍କା ଖର୍ଚ୍ଚ କରିଥିବାକୁ ନେଇ ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାନସଭାର ଏକ ଅଧବେଶନରେ କହିଥିଲେ । ସେହିପରି ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୪-୧୫ (୨୦୧୫ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ) ୭୯,୮୦୬ ପରିବାରଙ୍କୁ ୧୪,୭୩,୦୧,୯୬୦ଟଙ୍କା ପ୍ରଦାନ କରିଥିଲେ । ସେହି ବର୍ଷ ପୁରୀ ଜିଲ୍ଲାରେ ୩,୨୬,୯୫,୪୨୫ଟଙ୍କା କେବଳ ପୁରୀ ଜିଲ୍ଲାରେ ଶବ ସଂସ୍କାର ପାଇଁ ଦିଆଯାଇଥିଲା । ଝାରସୁଗୁଡା ଜିଲ୍ଲାରେ ୩,୩୪,୬୦୦ଟଙ୍କା, ମାଲକାନଗିରି ଜିଲ୍ଲାରେ ୭,୩୩,୫୦୦ଟଙ୍କା, ନୂଆପଡା ଜିଲ୍ଲାରେ ୮,୪୬,୫୦୦ଟଙ୍କା, କେନ୍ଦ୍ରାପଡା ଜିଲ୍ଲାରେ ୮,୮୭,୦୦୦ ଟଙ୍କା ଓ କଳାହାଣ୍ଡି ଜିଲ୍ଲାରେ ୯,୨୮,୧୦୦ଟଙ୍କା ବଣ୍ଟା ଯାଇଥିଲା । ସରକାର ଗରୀବଙ୍କ କଲ୍ୟାଣ ପାଇଁ ଯୋଜନା ଆଣୁଛନ୍ତି ସତ, କିନ୍ତୁ ଯୋଜନାଗୁଡ଼ିକ କେମିତି ପରିଚାଳିତ ହେଉଛି, ତାହାର ସମୀକ୍ଷା କରୁ ନାହାନ୍ତି । ପୁଣି ଅନେକ ସମୟରେ ସରକାରୀ ଖାତାରୁ ହରିଶ୍ଚନ୍ଦ୍ର ସହାୟତା ଯୋଜନା ପାଇଁ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ତାହା ଗରୀବ ଓ ଅସହାୟଙ୍କ ପାଖରେ ପହଞ୍ଚି ନ ଥିବା ଅଭିଯୋଗ ହେଉଛି । 

  • Tags:

Subscribe

National International State Sports Entertainment