ସୁଇସାଇଡ୍
Khabar Odisha:Suicide
ରାତି ୧ ଟା ବାଜି ୩୦ ମିନିଟ୍ ପାଖାପାଖି ହେବ ବାଦଲ ଛାତ ଉପରେ ବସିଥିାଏ ପୁରା ଗୁମସୁମ୍‌ ହୋଇ। ବୋଧ ହୁଏ ନିଜ ଭିତରେ ସେ କିଛି ଖୋଜିବାକୁ ଚେଷ୍ଟା କରୁଥାଏ। ହେଲେ ରାତିର ଘନ ଅନ୍ଧକାର ଭିତରେ ସେ ସେହି ଉତରଟିକୁ ନିଜ ଭିତରେ ଖୋଜି ପାଉନଥାଏ ଯାହା ସେ କେବେଠାରୁ ଏହିଠାରେ ବସି ଖୋଜିବାକୁ ଚେଷ୍ଟା କରିଛି। ପ୍ରତ୍ୟେକ ଦିନ ସେ ଏହିପରି ରାତିରେ କିଛି ସମୟ ଛାତ ଉପରକୁ ଆସିଥାଏ । କେବେ ବସି ଗୀତ ଶୁଣିଥାଏ ତ କେବେ ବସି ରାତିର ଶୂନ୍ୟତା କୁ ଭାଙ୍ଗି ମନର ଦୁଃଖକୁ ଭୁଲିବା ପାଇଁ ବହୁତ ଜୋରରେ କାନ୍ଦିଥାଏ। ହଁ ଏହି ସମୟରେ ତାର କାନ୍ଦିବାର ସ୍ୱର କାହା କାନରେ ପଡିନଥାଏ କାରଣ ରାତ୍ରିର ଏହି ପ୍ରହରରେ ଘରର ସମସ୍ତ ସଦସ୍ୟ ଚିର ନିଦ୍ରାରେ ଶୋଇଯାଇଥାନ୍ତି ।
 
ହେଲେ ଆଜି ବାଦଲ ଛାତ ଉପରକୁ ଆସିଥିଲା ନା ଗୀତ ଶୁଣିବାକୁ ନା ମନର ଅମାପ ଦୁଃଖକୁ ଭୁଲିବାକୁ ଯାଇ ଆଖିର ଲୁହକୁ ଗଡାଇବାକୁ । ସେ ଆଜି ଆସିଥିଲା କିଛି ଅଲଗା କାରଣ ନେଇ....
 
ବର୍ଷା... ଯାହାକୁ ବାଦଲ ତା ଜୀବନଠାରୁ ଅଧିକ ଭଲପାଏ । ଦୀର୍ଘ ୮ ବର୍ଷ ହେଲା ଭଲ ପାଇ ଆସିଛି ଓ ଆଗକୁ ମଧ୍ୟ ଏହିପରି ଭଲ ପାଉଥିବ । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ଜଣେ ଅନ୍ୟଜଣଙ୍କ ସହ ଗୋଟିଏ ମୂହୁର୍ତ କଥା ନହେଲେ ରହି ପାରୁନଥିଲେ ।
 
...ସେଦିନ ବର୍ଷା ବାଦଲକୁ କହିଥିଲା ଏ ବର୍ଷ ଆମ ଦୁଇଜଣଙ୍କର +୩ ଶେଷ ବର୍ଷ ସେଥିପାଇଁ ଆମେ ଆଉ ଅଧିକ ସମୟ ଫୋନରେ କଥା ନ ହୋଇ ପଢା ପଢି କରିବା । ବାଦଲ ବି ତା କଥାରେ ରାଜି ହୋଇଯାଇଥିଲା । କିଛି ଦିନ ପରେ ପରୀକ୍ଷାର ସମାପ୍ତ ଘଟିଥିଲା କିନ୍ତୁ ବର୍ଷା ର ଫୋନ ଆଗପରି ଆସୁନଥିଲା । ଯେପରି ଧିରେ ଧିରେ ଦୁଇଜଣଙ୍କ ଭିତରେ ଦୂରତା ବଢିବାକୁ ଲାଗିଥିଲା । ଏହାରି ଭିତରେ ହଠାତ୍ ଦିନେ ବର୍ଷା ବାଦଲକୁ ଫୋନ କରି କହିଲା... କି ତାଙ୍କ ଘରେ ତା ମାଆ ଦୁଇଜଣଙ୍କ ବିଷୟରେ ସବୁ ଜାଣି ଯାଇଛନ୍ତି ଆଉ ମନା କରିଛନ୍ତି କଥା ହବା ପାଇଁ । ଏ କଥା ଶୁଣି ବାଦଲ ମନ ଭିତରେ ତୋଳାଯାଇ ସାରିଥିବା ମନ୍ଦିରଟି ଭାଙ୍ଗି ପଡିଥିଲା । ସେ କିଛି କହିପାରି ନଥିଲା କେବଳ ଏତିକି ପଚାରିଥିଲା କଣ ସତରେ ତୁ କଥା ହେବୁନୁ ମୋ ସହ ତା ପରେ ବର୍ଷାର ଉତର ଥିଲା କେମିତି କଥା ହେବି ସେଠି ବାଦଲ କହିଲା କେମିତି କଥା ହେବୁ ନା କିପରି କଥା ହେବୁ...ବର୍ଷା ପୁଣି ଉତର କରିଥିଲା ମା ତ ମନା କଲେ କେମିତି କଥା ହେବି । ଯାହା ବାଦଲକୁ ସେଦିନ ବହୁତ ଦୁଃଖ ଦେଇଥିଲା । ଏହାପରେ ବାଦଲ ବର୍ଷାକୁ ଆଉ ମାତ୍ର ଗୋଟିଏ ପଦ ଛୋଟ ପିଲାଙ୍କ ଭଳି କାନ୍ଦି କାନ୍ଦି କହିଥିଲା କି ମୁ ତୋ ବିନା ବଂଚି ପାରିବିନି ଏହାପରେ ବର୍ଷା ଉତର ଦେଇଥିଲା ତା ହେଲେ ମରିଯାଅ....
 
ଏହାପରେ ବର୍ଷା ଓ ବାଦଲ ଭିତରେ ଦେଖାଦେଇଥିଲା ଅନେକ ଦୂରତା । ବାଦଲ ବର୍ଷାକୁ ଭାବି ଭାବି ନା ଖାଉଥିଲା ନା ଶୋଇପାରୁଥିଲା । ସେ ବର୍ଷାକୁ ନେଇ ବହୁତ ବ୍ୟସ୍ତ ବିବ୍ରତ ହେଉଥିଲା ଆଉ ମନ ଭିତରେ ଅନେକ କଷ୍ଟ ପାଉଥିଲା । ଯେଉଁ କଷ୍ଟକୁ ଭୁଲିବାକୁ ଯାଇ ସେ କେବେ ହାତ କାଟୁଥିଲା ତ କେବେ କାନ୍ଥରେ ମୁଣ୍ଡ ପଟୁଥିଲା ତ ଆଉ କେବେ ନିଆଁରେ ହାତ ଜାଳିଦେଉଥିଲା । ସାଙ୍ଗ ସାଥି ସମସ୍ତେ ତାକୁ କହୁଥିଲେ ସେ କାଳେ ପାଗଳ ହୋଇଗଲାଣି ହେଲେ ତା ଆଗରେ ମନର କଷ୍ଟକୁ ସହିବାପାଇଁ ଦେହକୁ କଷ୍ଟ ଦେବା ଛଡା ଆଉ କିଛି ଉପାୟ ନଥିଲା । ଧିରେ ଧିରେ ସମୟ ସହ ତାଳ ଦେଇ ସେ ଏହି ସବୁ କଥାଗୁଡିକୁ ଭୁଲିବାକୁ ଲାଗିଥାଏ ଠିକ୍ ଏହି ସମୟରେ ଆସିଲା ବର୍ଷାର ଫୋନ...
 
ବର୍ଷା କହିଥିଲା... ବର୍ଷା କାଳେ ଆସୁଛି ବାଦଲ ରହୁଥିବା ସହରକୁ । ଏହାପରେ ବାଦଲ ଖୁସିରେ ଯେପରି ପାଗଳ ହୋଇଯଆଇଥିଲା ଆଉ ବର୍ଷା ସହ ସ୍ୱପ୍ନ ରାଇଜରେ ଘୁରି ବୁଲିଥିଲା । ଏହାପରେ ଦୁହେଁ ପୁଣି ମଜ୍ଜି ଯାଇଥିଲେ ପ୍ରେମରେ ପୁଣି ସେଇ ଆଗଭଳି ବୁଲିବା, ଖାଇବା ଅନେକ ସମୟ ଫୋନରେ କଥା ହେବା କିନ୍ତୁ ଭଗବାନଙ୍କର ରଚନା ବୋଧ ହୁଏ କିଛି ଅଲଗା ଥିଲା ।
 
ସହରରେ କିଛି ଦିନ ରହି ବିଦାୟ ନେଲା ବର୍ଷା ସେଦିନ ଶେଷ ଦେଖା ପରଠୁ ଆଜି କୁ ଦୀର୍ଘ ଦୁଇ ବର୍ଷ ହୋଇଗଲା ବର୍ଷା ମଝିରେ ମଝିରେ ତ ଫୋନ କରୁଥିଲା ସତ ହେଲେ ତାର ସେ ଫୋନରେ ଆଗ ଭଳି ଆତ୍ମୀୟତା ଭଲପାଇବା କି ନିଜର ପଣିଆ ଦେଖାଦେଉନଥିଲା । ଯାହା ବାଦଲକୁ ପୁଣି ଥରେ ବହୁତ କଷ୍ଟ ଦେଇଥିଲା ଆଉ ଯେପରି ଦୁଃଖର ପାହାଡ ତା ଉପରେ ଲଦି ହୋଇ ପଡିଥିଲା । ଯେଉଁ କଷ୍ଟକୁ ଭୁଲିବାକୁ ଯାଇ ସେ ନିତି ଛାତ ଉପରକୁ ଆସି ଏକୁଟିଆ ବହୁତ କାନ୍ଦୁଥିଲା । ହେଲେ ଆଜି ସେ ଆସିଛି ସୁଇସାଇଡ୍ କରିବାକୁ । କାରଣ ସେ ଏତେ ଦୁଃଖ ଆଉ ସହିପାରୁନି ଶେଷରେ ନିଷ୍ପତି ନେଇଛି ସୁଇସାଇଡ୍ କରିବ । ସେ ବସିଥିବା ସ୍ଥାନରୁ ଉଠି ବେକରୁ ଗାମୁଛା କାଢି ବାଥରୁମର ସେଇ କାଠରେ ବାନ୍ଧିଲା । ଏହା ପରେ ବେକକୁ ତା ଭିତରକୁ ନେଲା ବେଳକୁ ଆଖି ଆଗରେ ନାଚି ଉଠିଲା ଘରେ ଥିବା ତା ଏକୁଟିଆ ବିଧବା ମାର ଛବି ଯେଉଁ ମାତାକୁ ନେଇ ଅନେକ ସ୍ୱପ୍ନ ଦେଖିଛି ଆଉ ନାଚି ଉଠିଲା ସେହି ସାଙ୍ଗ ମାନଙ୍କ ଛବି ଯେଉଁ ମାନେ ତାକୁ ଧିରେ ଧିରେ ବଂଚିବାକୁ ଶିଖାଉଥିଲେ ।
 
ଏହାପରେ ସେ ସେଠାରୁ ଫେରି ଆସି ପୁଣି ସେହି ଜାଗାରେ ଥକ୍ କିନା ହୋଇ ବସିଗଲା.... ଏମିତି ଅନେକ ସମୟ ଯାଏ ବହୁତ ଜୋରରେ ମନଭରି କାନ୍ଦିଲା ଆଉ ଚୁପ୍ ଚାପ୍ ବସି କେବଳ ନିଜ ଭାଗ୍ୟ କୁ ନିନ୍ଦୁ ଥିଲା । ଭାବୁଥିଲା କାହିଁକି ସେ ଦିନକୁ ଦିନ ଅସହାୟ ପାଲଟି ଯାଉଛି ? କାହିଁକି ଏ ପ୍ରେମ ମଣିଷକୁ ସୁଇସାଇଡ୍ କରିବାକୁ ବାଧ୍ୟ କରିଥାଏ ? ଏହାକୁ କଣ ପ୍ରକୁତ ପ୍ରେମ କୁହାଯାଏ ? କାହିଁକି ଲୋକମାନେ ପ୍ରେମରେ ନିଜ ଜୀବନକୁ ବି ହାରି ଦେବାକୁ ପଛାନ୍ତିନି । 
  • Tags:

Subscribe

National International State Sports Entertainment