ନିର୍ବାଚନ ହେବାକୁ ଥିବା ରାଜ୍ୟରେ ୨୨ ପର୍ଯ୍ୟନ୍ତ ବଢିଲା କଟକଣା, ରାଲି ଓ ଶୋଭାଯାତ୍ରା ଉପରେ କଟକଣା ଜାରି ନୂଆଦିଲ୍ଲୀ, ଜାନୁଆରୀ ୧୫(ଖବର ଓଡିଶା): Share story: ରାଜନୈତିକ ଦଳ ଜାନୁଆରୀ ୨୨ ତାରିଖ ଯାଏଁ ରାଲି ଓ ଶୋଭାଯାତ୍ରା କରି ପାରିବେନି । ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ରାଲି ଉପରେ କଟକଣା ଲଗାଯାଇଥିଲା । ସେହି କଟକଣାକୁ ନିର୍ବାଚନ ଆୟୋଗ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ରାଜନୈତିକ ଦଳକୁ କେବଳ ଭର୍ଚୁଆଲ ରାଲି କରିବାକୁ ଅନୁମତି ମିଳିଛି । ତେବେ କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ୟୁପି, ପଞ୍ଜାବ, ଉତ୍ତାରଖଣ୍ଡ, ଗୋଆ ଓ ମଣିପୁରରେ ସାର୍ବଜନୀନ ରାଲି, ରୋଡ ଶୋ ଏବଂ ବାଇକ ରାଲି ସମେତ ଅନେକ ନିର୍ବାଚନ ସମ୍ବନ୍ଧିତ କାମ ଉପରେ ଜାନୁଆରୀ ୧୫ ପର୍ଯ୍ୟନ୍ତ କଟକଣା ଲଗାଇଥିଲେ । ସେହିପରି ରାଜନୈତିକ ଦଳଗୁଡିକୁ ସର୍ବାଧିକ ୩୦୦ ବ୍ୟକ୍ତି କିମ୍ବା ହଲ୍ର କ୍ଷମତାର ୫୦ ପ୍ରତିଶତ ଲୋକଙ୍କ ସହିତ ଇନଡୋର ବୈଠକ କରିବାକୁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଏହାବ୍ୟତୀତ ଏମସିସି ନିୟମ ଏବଂ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ରାଜନୈତିକ ଦଳ ଗୁଡିକୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି । ଇସିଆଇ ରାଜ୍ୟ/ଜିଲ୍ଲା ପ୍ରଶାସନକୁ ଏମସସି ଏବଂ କୋଭିଡ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖବର ଓଡ଼ିଶା, Reporter, 15/01/2022