Home >
ଏସଇବିସିଙ୍କ ଗଣନା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
Khabar Odisha:state-odisha-for-the-census-of-sebc-chief-secretary-asit-tripathy-wrote--letter-to-cabinet-secretary
ଭୁବନେଶ୍ଵର, ଜାନୁଆରୀ୧୫(ଖବର ଓଡ଼ିଶା):

ଜନଗଣନାରେ ଏସଇବିସି/ଓବିସି ଗଣତି ନେଇ କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ମୁଖ୍ୟ ଶାସଚ ସଚିବ ଅସିତ୍ ତ୍ରିପାଠୀ। ରାଜ୍ୟରେ ୨୦୨୧ ଜଣ ଗଣନାରେ ରାଜ୍ୟରେ ସାମାଜିକ ଅର୍ଥନୈତିକ ପଛୁଆ ଶ୍ରେଣୀ(ଏସଇବିସି)ର ସାମାଜିକ ଅର୍ଥନୈତିକ ଭିତ୍ତିରେ ଗଣନା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଜନଗଣନା ଫର୍ମରେ ଏନେଇ ସ୍ଵତନ୍ତ୍ର ଅନୁଚ୍ଛେଦ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସ୍ଵତନ୍ତ୍ର ଅନୁଚ୍ଛେଦ କିମ୍ବା ଆଉ ଏକ ପୃଷ୍ଠା ରଖିବାକୁ ନିବେଦନ କରିଛନ୍ତି।  ଚିଠିରେ ମୁଖ୍ୟ ଶାସନ ସଚିବ ଏସଇବିସି/ଓବିସି ଜଣଗଣନା ନେଇ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତି ସଂପର୍କରେ ମଧ୍ୟ ଜଣାଇଛନ୍ତି।  

ଉଲ୍ଲେଖଯୋଗ୍ୟ, ଜନଗଣନାରେ ଏସଇବିସିଙ୍କ ସ୍ଵତନ୍ତ୍ର ଗଣନା କରିବା ଏବଂ ସେମାନଙ୍କୁ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା ନେଇ ରାଜନୀତି ଉଷ୍ମ ହୋଇ ଉଠିଛି। ଏହି କ୍ଷେତ୍ରରେ ରାଜ୍ୟ ସରକାର କିଛି କରିନଥିବା ବିଜେପି ଆରୋପ ଲଗାଇଛି। ଏହାର ପୂର୍ବରୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ମାମଲାରେ ପୁଣି ଥରେ ପତ୍ର ଲେଖି ଏହି ଉଭୟ ବର୍ଗ ପାଇଁ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କଠାରେ ପୁଣି ଦୃଢ ଦାବି ଜଣାଇଛନ୍ତି।  

ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ୨୦୨୧ ଜନଗଣନା ସହିତ ରାଜ୍ୟର ଏସଇବିସି ବର୍ଗ ଅନ୍ତଭୃକ୍ତ ଜାତି ଗୁଡିକର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପଦକ୍ଷେପ ରାଜ୍ୟ ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ଅନ୍ତର୍ଗତ ଜନସାଧାରଣଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ନଦେବା ତଥା ଏହି ମାମଲାରେ ସରକାରଙ୍କର ଅପାରଗତା ଛୁପାଇ ରଖିବାର ଏକ ଉଦ୍ୟମ ବୋଲି ସେ ବର୍ଣ୍ଣନା କରିଛନ୍ତି ।

Subscribe

National International State Sports Entertainment