Home >
ବୁଲବୁଲ୍ ପାଇଁ ଓଡ଼ିଶାକୁ ମିଳିଲା ୫୫୨ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା
Khabar Odisha:state-odisha-552-crore-central-package-for-odisha
ଭୁବନେଶ୍ଵର, ଡିସେମ୍ବର୦୩(ଖବର ଓଡ଼ିଶା):

ବାତ୍ୟା ବୁଲବୁଲ୍ କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛି। ବୁଲବୁଲ୍ କ୍ଷତିଗ୍ରସ୍ତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଲାଗି କେନ୍ଦ୍ର ଏହି ସହାୟତା ଘୋଷଣା କରିଛି। ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କା ଓ ପଶ୍ଚିମବଙ୍ଗ ଲାଗି ୪୧୪ କୋଟି ୯୦ ଲକ୍ଷର ସହାୟତା ଘୋଷଣା କରିଛି କେନ୍ଦ୍ର। 

ନଭେମ୍ବର ୯ରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍  କରିଥିବା ବୁଲବୁଲ୍ ଓଡ଼ିଶା ସହିତ ପଶ୍ଚିମବଙ୍ଗରେ ତାଣ୍ଡବଳୀଳା ମଚାଇଥିଲା। ଓଡ଼ିଶାରେ ବାତ୍ୟା ବୁଲବୁଲ ପ୍ରଭାବରେ ରାଜ୍ୟର ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜ ସମେତ ୬ଟି ଜିଲ୍ଲାର ସରକାରୀ ଓ ଘରୋଇ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟିଛି।

ବାତ୍ୟା ବୁଲବୁଲ ପ୍ରଭାବରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି। ସେଥି ମଧ୍ୟରୁ ୨ ଲକ୍ଷରୁ ଅଧିକ ହେକ୍ଟର ଜମିରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ସେହିଭଳି ୫୫୦୦ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘର ସଂଖ୍ୟା କମ୍ ରହିଥିବା ରାଜ୍ୟ ସରକାର କହିଥିଲେ।

ଏହା ପରେ ସାତ ଜଣିଆ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର ଓଡ଼ିଶା ଗସ୍ତ କରି ସମୀକ୍ଷା ବୁଲବୁଲ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏହି ସାତ ଜଣିଆ ପ୍ରତିନିଧି ଦଳ ଦଳ ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ, ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଗସ୍ତ କରିଥିଲେ। ସେହି ଭଲି କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଏବଂ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ/ଏରସମା ବ୍ଲକ ଗସ୍ତ କରି କ୍ଷୟକ୍ଷତିର ଆକଳନ କରି କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ।  

Subscribe

National International State Sports Entertainment