Home >
ଦୟା କରି ପନ୍ତଙ୍କୁ ଏକାକୀ ଛାଡ଼ି ଦିଅନ୍ତୁ, ତାଙ୍କୁ ଖେଳିବାକୁ ଦିଅନ୍ତୁ: ରୋହିତ
Khabar Odisha:sports--cricket--odisha--please-leave-rishabh-pant-alone-says-rohit-sharma
ନାଗପୁର, ନଭେମ୍ବର ୦୯(ଖବର ଓଡ଼ିଶା):

 କାର୍ଯ୍ୟକାରୀ ଅଧିନାୟକ ରୋହିତ ଶର୍ମା ଶନିବାର ସମାଲୋଚନା ଘେରରେ ଥିବା ଋଷଭ ପନ୍ତଙ୍କ ସମର୍ଥନ କରିଛନ୍ତି। ସେ ସମାଲୋଚକଙ୍କୁ କହିଛନ୍ତି ଯେ, ଦୟା କରି ପନ୍ତଙ୍କୁ ଛାଡ଼ି ଦିଅନ୍ତୁ କାରଣ ସେ ଦଳ ପ୍ରବନ୍ଧନଙ୍କ ରଣନୀତିକୁ ସଫଳ କରିବାକୁ ଉଦ୍ୟମ କରୁଛନ୍ତି। ଅନେକ ଥର ସଟ୍ ଚୟନ ନେଇ ପନ୍ତ ସମାଲୋଚନାର ଶିକାର ହୋଇଛନ୍ତି। ରାଜକୋଟରେ ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟି-୨୦ରେ ତାଙ୍କର ଖରାପ ଓ୍ଵିକେଟ୍ କିପିଂକୁ ନେଇ ମଧ୍ୟ ଖୁବ୍ ସମାଲୋଚନାର ଶରବ୍ୟ ହୋଇଥିଲେ।

ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ ମୁକାବିଲା ଖେଳିବା ପୂର୍ବରୁ କହିଛନ୍ତି ଯେ, ପ୍ରତିଦିନ ପ୍ରତି ମିନିଟ୍ ଋଷଭ ପନ୍ତଙ୍କ ବିଷୟରେ ବହୁତ ଆଲୋଚନା କରାଯାଉଛି। ତାଙ୍କୁ ତାହା କରିବାକୁ ଦିଆଯାଉ ଯାହା ସେ ପଡ଼ିଆରେ କରିବାକୁ ଚାହୁଁଛନ୍ତି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, କିଛି ସମୟ ଲାଗି ଋଷଭଙ୍କ ଉପରୁ ଧ୍ୟାନ ହଟାଇ ଦିଅନ୍ତୁ।

ସେ ଜଣେ ନିର୍ଭୀକ କ୍ରିକେଟର ଏବଂ ଦଳ ପ୍ରବନ୍ଧକ ତାଙ୍କୁ ସେହି ସ୍ଵାଧୀନ ଦେବାକୁ ଚାହୁଁଛନ୍ତି। ଯଦି ଆପଣମାନେ କିଛି ସମୟ ତାଙ୍କ  ଉପରୁ  ନିଜର ନଜର ହଟାଇ ଦିଅନ୍ତି ତେବେ ସେ ଉନ୍ନତ ପ୍ରଦର୍ଶନ କରିପାରିବେ। 

ରୋହିତ ଦିଲ୍ଲୀର ଏହି ଯୁବ ଖେଳାଳିଙ୍କୁ ହେଉଥିବା କ୍ରମାଗତ ସମାଲୋଚନାରେ ଖୁସି ନାହାନ୍ତି। ଏହା ଉପରେ ସେ ନିରାଶ ବ୍ୟକ୍ତ କରି କହିଛନ୍ତି ଯେ, ପନ୍ତ ୨୨ ବର୍ଷୀୟ ଜଣେ ଯୁବ ଖେଳାଳି ଯିଏ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ନଜକୁ ସଫଳ କରିବାକୁ ପ୍ରୟାସ କରୁଛନ୍ତି। ପଡ଼ିଆରେ ସେ ଯାହା କିଛି କରୁଛନ୍ତି ତାକୁ ନେଇ ଲୋକେ ଆଲୋଚନା କରିବା ଆରମ୍ଭ କରି ଦେଉଛନ୍ତି। ମୋତେ ଲାଗୁଛି ଯେ, ଆମ୍ଭେମାନେ ତାଙ୍କୁ ନିଜସ୍ଵ ଢଙ୍ଗରେ କ୍ରିକେଟ୍ ଖେଳିବାକୁ ଦେବା ଉଚିତ୍, ଯାହା ସେ ବାସ୍ତବରେ କରିବାକୁ ଚାହୁଁଛନ୍ତି।

Subscribe

National International State Sports Entertainment