Home >
ବରୁଣ ଗାନ୍ଧୀଙ୍କ ବୟାନ, “ବିଜେପି ଛାଡିଲେ ରାଜନୀତି ଛାଡିଦେବି”
Khabar Odisha:politics-odisha-Varun-Gandhi-Says-He-Will-Be-Fit-In-National-Politics
ଲକ୍ଷ୍ନୌ,ଏପ୍ରିଲ ୧୬(ଖବର ଓଡିଶା):

ସୁଲତାନପୁରରୁ ବିଜେପି ସାଂସଦ ତଥା ନେହରୁ-ଗାନ୍ଧୀ ପରିବାର ସଦସ୍ୟ ବରୁଣ ଗାନ୍ଧୀ ଚଳିତଥର ନିଜ  ମାଆ ମାନେକ ଗାନ୍ଧୀଙ୍କ ଆସନ ପୀଲିଭିତରୁ ନର୍ବାଚନ ଲଢୁଛନ୍ତି । ଅନ୍ୟପଟେ ତାଙ୍କ ମାଆ ପୁଅ ବରୁଣ ଗାନ୍ଧୀଙ୍କ ଆସନ ସୁଲତାନପୁରରୁ ଚଳିତଥର ନିର୍ବାଚନ ଲଢୁଛନ୍ତି । ନିକଟରେ ଏପରି ଅନେକ ଚର୍ଚ୍ଚା ଜୋର ଧରିଥିଲା ଯେ ବରୁଣ ଗାନ୍ଧୀ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇ ପାରନ୍ତି  । କିନ୍ତୁ ବରୁଣ ଗାନ୍ଧୀ ସବୁବେଳେ ଏହି ଚର୍ଚ୍ଚାକୁ ଖାରଜ କରିଥିଲେ । ଚର୍ଚ୍ଚା ଏହା ମଧ୍ୟ ହେଉଥିଲା ଯେ ସେ ନିଜର ଭାଇ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କ ଗାନ୍ଧୀଙ୍କ ବିରୋଧରେ ପ୍ରଚାର କରିବେ କି ନାହିଁ । 

ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ସେ ପୂର୍ବରୁ ମଧ୍ୟ ଏହି ଆସନରୁ ସାଂସଦ ହୋଇସାରିଛନ୍ତି । ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ଆମ ପରିବାର ପରି । ମୁଁ ଯେତେବେଳେ 9 ବର୍ଷର ଥିଲି ସେତେବେଳେ ମୋର ମାଆ ଏଠାରୁ ନିର୍ବାଚିତ ହୋଇଥିଲେ । ଦଳ ନେଇ ନିଷ୍ପତ୍ତି ନେଇଛି ଆମେ ତାହା ମାନିଛୁ । 

ବିଜେପି ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ବରୁଣ । ମୁଁ ଗତ 15 ବର୍ଷ ତଳେ ଦଳରେ ସାମିଲ ହୋଇଥିଲି । ଯେଉଁଦିନ ବିଜେପିର ସଦସ୍ୟତା ଗ୍ରହଣ କରିଥିଲି, ସେହି ଦିନ କହିଥିଲେ ଯେଉଁ ଦିନ ବିଜେପି ଛାଡିବି ସେ ଦିନ ମୋର ରାଜନୀତିର ଶେଷ ଦିନ ହେବ । ସେତେବେଳେ ଯାହା କହିଥିଲେ ତାହା ଏବେ ମଧ୍ୟ ସତ । 

Subscribe

National International State Sports Entertainment