Home >
ଭାରତ-ଚୀନ ଉତ୍ତେଜନା ମଧ୍ୟରେ, ଅଚାନକ ଲେହରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Khabar Odisha:pm-narendra-modi-in-leh-ladakh-indian-army-china-border-clash-updates
ଲଦାଖ, ଜୁଲାଇ ୦୩ (ଖବର ଓଡ଼ିଶା):

ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଆଜି ସକାଳୁ ଲେହରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ ଏଠାକୁ ଆସି ଯବାନମାନଙ୍କୁ ଭେଟିଥିବା ନେଇ ସୂଚନା ମିଳିଛି । ଏହାପୂର୍ବରୁ କେବଳ ଚିଫ ଅଫ ଡିଫେନ୍ସ ଷ୍ଟାପ ବିପିନ ରାୱତ ହିଁ ଲେହ ଆସିବାର କାର୍ଯ୍ୟକ୍ରମ ଥିଲା ହେଲେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସିଥିବା ଜଣାପଡିଛି ।

ମେ ମାସରୁ ଚୀନ୍ ସହିତ ସୀମାରେ ଉତ୍ତେଜନା ଚାଲିଥିବାବେଳେ ଏବଂ ସୀମାରେ ଏବେ ଜଟିଳ ପରିସ୍ଥିତି ଜାରି ରହିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ ଏଠାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହାପୂର୍ବରୁ ଶୁକ୍ରବାର ଦିନ କେବଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଗୁରୁବାର ଦିନ ତାଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା । ତାପରେ ନିଷ୍ପତ୍ତି ନିଆଗଲା ଯେ କେବଳ ବିପିନ ରାୱତ ଲେହକୁ ଯିବେ ବୋଲି ହେଲେ ତାଙ୍କ ସହ ପ୍ରଧାନମନ୍ତ୍ରୀ ଯିବା ନେଇ କୌଣସି ବି ସୂଚନା ଦିଆଯାଇନଥିଲା ।

  • Tags:

Subscribe

National International State Sports Entertainment