Home >
ମହନ୍ତ ଅବେଦ୍ୟନାଥଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଶିଳାପୂଜନର ଫଟୋ ସେୟାର କଲେ ଯୋଗୀ
Khabar Odisha:national-odisha-yogi-adityanath-tweeted-picture-of-three-mahants-of-gorakhnath-mandir-after-ayodhya-verdict
ଅଯୋଧ୍ୟା, ନଭେମ୍ଵର ୦୯ (ଖବର ଓଡିଶା) :

 ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟର ନିଷ୍ପତ୍ତି ଆସିବା ପରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତ ଦିଗବିଜୟ ନାଥ, ମହନ୍ତ ଅବେଦ୍ୟନାଥ ଏବଂ ମହନ୍ତ ରାମଚନ୍ଦ୍ର ପରମହଂସଙ୍କୁ ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯୋଗୀ ଅଯୋଧ୍ୟା ଆନ୍ଦୋଳନ ସମୟରେ ହୋଇଥିବା ଏକ ଶିଳାପୂଜନ ସମାରୋହର ଭିଡିଓ ସେୟାର କରି ଗୋରକ୍ଷପୀଠ ଏବଂ ପୂର୍ବତନ ମହନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ଗୋରକ୍ଷାପୀଠର ପୀଠଧିଶ୍ଵର ଅଛନ୍ତି ତାହା ରାମ ମନ୍ଦିର ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୋଗୀଙ୍କର ଗୁରୁ ମହନ୍ତ ଅବେଦ୍ୟନାଥ ଏବଂ ଅବେଦ୍ୟନାଥଙ୍କ ଗୁରୁ ମହନ୍ତ ଦିଗବିଜୟ ନାଥ ରାମ ଜନ୍ମଭୂମି ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ମହନ୍ତ ଦିଗବିଜୟ ନାଥ ୧୯୫୦-୬୦ ଦଶକରେ ରାମଜନ୍ମଭୂମି ସହ ଜଡିତ ଜମାମ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ନେଇଥିଲେ। ସେହି ସମୟରେ ମହନ୍ତ ରାମଚନ୍ଦ୍ର ଦାସ ୯୦ ଦଶକରେ ଆନ୍ଦୋଳନରେ ସାମିଲ ହୋଇଥିଲେ। ରାମଚନ୍ଦ୍ର ନ୍ୟାସ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଗଠନ କରାଯାଇଥିବା ରାମ ଜନ୍ମଭୂମି ନ୍ୟାସର ପ୍ରଥମ ଅଧ୍ୟକ୍ଷ ଥିଲେ। 

ଅଯୋଧ୍ୟା ନିଷ୍ପତ୍ତି ଆସିବା ପରେ ଯୋଗୀ ପୂର୍ବତନ ମହନ୍ତମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଶିଳାପୂଜନ କରାଯାଇଥିବା ଏକ ଖାସ୍ ଫଟୋ ସେ ସେୟାର କରିଛନ୍ତି। ଏଥିରେ ଯୋଗୀ ଲେଖିଛନ୍ତି ଯେ, ଗୋରକ୍ଷାପୀଠଧିଶ୍ଵର ୟୁଗପୁରୁଷ ବ୍ରହ୍ମଲୀନ ମହନ୍ତ ଦିଗବିଜୟ ନାଥ ମହାରାଜ, ପରମପୂଜ୍ୟ ଗୁରୁଦେବ ଗୋରକ୍ଷାପୀଠଧୀଶ୍ଵର ବ୍ରହ୍ମଲୀନ ମହନ୍ତ ଅବେଦ୍ୟନାଥ ମହାରାଜ ଏବଂ ପରମହଂସ ରାମଚନ୍ଦ୍ର ଦାସ ମହାରାଜଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ।

Subscribe

National International State Sports Entertainment