Home >
ନୋଟ୍ ଉପରେ ଦେବୀ ଲକ୍ଷ୍ମୀଙ୍କ ଫଟୋ ଛପାନ୍ତୁ ସରକାର, ସୁଧୁରି ଯିବ ଭାରତୀୟ ମୁଦ୍ରାର ସ୍ଥିତି
Khabar Odisha:national-odisha-picture-of-goddess-lakshmi-may-improve-the-condition-of-indian-currency-said-subramanian-swamy
ଭୋପାଳ, ଜାନୁଆରୀ୧୫(ଖବର ଓଡ଼ିଶା):

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ବୁଧବାର ମଧ୍ୟ ପ୍ରଦେଶରେ ଏକ ଅଜବ ପ୍ରକାରର ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଖଣ୍ଡଓ୍ଵା ଜିଲ୍ଲାରେ ପହଞ୍ଚିଥିବା ସ୍ଵାମୀ କହିଛନ୍ତି ଯଦି, ଭାରତୀୟ ମୁଦ୍ରାରେ ଦେବୀ ଲକ୍ଷ୍ମୀଙ୍କ ଫଟୋ ପ୍ରିଣ୍ଟ କରାଯାଏ ତେବେ ଭାରତୀୟ ମୁଦ୍ରାର ସ୍ଥିତିରେ ସୁଧାର ଆସିପାରେ। 

ଖଣ୍ଡଓ୍ଵାର ଏକ ବ୍ୟାଖ୍ୟାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୁବ୍ରମଣ୍ୟମ ସ୍ଵାମୀଙ୍କୁ ଯେବେ ସାମ୍ବାଦିକ ଇଣ୍ଡୋନେସିଆର ମୁଦ୍ରାରେ ଭଗବାନ ଗଣେଶଙ୍କ ଫଟୋ ଥିବା କହିଥିଲେ, ଏହାର ଉତ୍ତରରେ ସ୍ଵାମୀ ଉପରୋକ୍ତ ବୟାନ ଦେଇଛନ୍ତି। ସ୍ଵାମୀ କହିଛନ୍ତି ଯେ, ଭଗବାନ ଗଣେଶ  ବାଧା ବିଘ୍ନ ଦୂର କରିଥାନ୍ତି। ତେଣୁ ମୁଁ କହି ପାରିବି ଯେ, ଭାରତୀୟ ମୁଦ୍ରାରେ ଦେବୀ ଲକ୍ଷ୍ମୀଙ୍କ ଫଟୋ ଛପାଯାଉ। ଏମିତି କଲେ ଭାରତୀୟ ମୁଦ୍ରାର ଅବସ୍ଥାରେ ସୁଧାର ଆସିପାରେ। 

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ବିଜେପି ସରକାର ଶୀଘ୍ର  ଦେଶରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବ। ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଯଦି ସବୁ କିଛି ଏମିତି ଚାଲେ ତେବେ ୨୦୨୫ ବେଳକୁ ଭାରତ ଜନସଂଖ୍ୟା ମାମଲାରେ ଚୀନକୁ ଅତିକ୍ରମ କରିଯିବ।

Subscribe

National International State Sports Entertainment