Home >
ଆଉ ଏକ ପରମ୍ପରା ଭାଙ୍ଗିଲା ପାକିସ୍ତାନ, ସ୍ୱତନ୍ତ୍ରତା ଦିବସ ଅବସରରେ ଭାରତ ସହ ଆଦାନ ପ୍ରଦାନ କଲାନି ମିଠା
Khabar Odisha:national-odisha-pakistan-independence-day-2019-no-exchange-of-sweets-at-attari-wagah-border
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

ପାକିସ୍ତାନ ଆଜି ସ୍ୱଧୀନତା ଦିବସ ପାଳନ କରୁଛି । କିନ୍ତୁ ପାକିସ୍ତାନୀ ଅଧିକାରୀ ଅଟାରୀ ଓ ୱାଘା ବର୍ଡରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମିଠା ଦେଇ ନାହାଁନ୍ତି । କାରଣ ପାକିସ୍ତାନ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଉତ୍ତେଜିତ ହୋଇ ରହିଛି । ଯାହାଫଳରେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ଧାର୍ମିକ ଉତ୍ସବ ଅବସରରେ ଭାରତ ସହ ମିଠା ଆଦାନ ପ୍ରଦାନ ପରମ୍ପରାକୁ ଭାଙ୍ଗି ଦେଇଛି । 

ଏହା ପୂର୍ବରୁ ବକରୀଦ ଅବସରରେ ଭାରତ ଓ ପାକିସ୍ତାନକୁ ବିଭାଜିତ କରୁଥିବା ଅଟାରୀ-ୱାଘା ବର୍ଡରରେ ପାକିସ୍ତାନ ସୀମା ସୁରକ୍ଷା ବାହିନୀଙ୍କୁ ମିଠା ଦେଇ ନଥିଲା । ବିଏସଏଫ ଅଧିକାରୀ ପାକିସ୍ତାନୀ ରେଞ୍ଜର ଅଧିକାରୀଙ୍କ ଠାରୁ ମିଠା ଖାଇବାକୁ ନିମନ୍ତ୍ରଣକୁ ଅନେଇ ବସିଥିଲା । କିନ୍ତୁ ପାକିସ୍ତାନୀ ରେଞ୍ଜର ଅଧିକାରୀ ଏହି ସମ୍ବନ୍ଧରେ କୌଣସୀ ସନ୍ଦେଶ ପଠାଇ ନଥିଲେ । 

ତେବେ ୨୦୧୭ରେ ପାକିସ୍ତାନୀ ସେନା କାଶ୍ମୀରରେ ଯୁଦ୍ଧ ବିରାମ ଉଲ୍ଲଙ୍ଘନ କରିଥିବା ସମୟରେ ବିଏସଏଫ ସ୍ୱାଧୀନତା ଦିବସରେ ମିଠା ଆଦାନ ପ୍ରଦାନ କରି ନଥିଲା । ଜୁନ ୨୦୧୮ରେ ମଧ୍ୟ ରମଜାନ ମାସରେ ଜମ୍ମୁ କାଶ୍ମୀରରେ ସଙ୍ଘର୍ଷ ବିରାମ ଉଲଙ୍ଘନ କରିବାରୁ ମିଠା ଦିଆନିଆ ହୋଇ ନଥିଲା । 

କେବଳ ସେତିକି ନୁହେଁ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ପୋଲ ଭଳି କାମ କରୁଥିବା ସମଝୌତା ଏକ୍ସପ୍ରେସ, ଅମୃତସର-ଲାହୌର-ନନକାନା ସାହିବ ମଧ୍ୟରେ ଚାଲୁଥିବା ପଞ୍ଜାବ ଏକ୍ସପ୍ରେସ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି । 

Subscribe

National International State Sports Entertainment