Home >
ରାଜନାଥଙ୍କ ଗାଡ଼ି ଆଗକୁ ଚାଲି ଆସିଲେ ଯୁବକ, କହିଲେ ଆଧାରକାର୍ଡ଼ର ନାମ ବଦଳାଇବାର ଥିଲା
Khabar Odisha:national-odisha-man-came-in-front-of-defence-minister-rajnath-singh-convoy-near-parliament
ନୂଆଦିଲ୍ଲୀ, ଡିସେମ୍ବର୦୩(ଖବର ଓଡ଼ିଶା):

ରାଜଧାନୀରେ ଜଣେ ବ୍ୟକ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଗାଡ଼ି ଆଗକୁ ଚାଲି ଆସିବା ପରି ଏକ ଅଭାବନୀୟ ଘଟଣା ଘଟିଛି। ପରେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି  ପଚରାଉଚୁରା କରୁଛି। ବ୍ୟକ୍ତିଙ୍କ କହିବା କଥା ତାଙ୍କୁ ଆଧାରକାର୍ଡ଼ ବଦଳାଇବାର ଅଛି। ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଥିଲା। ସେ ବାରମ୍ଵାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍ କରୁଥିଲେ। ଏହି ଘଟଣା ଆଜି ସଂସଦ ଭବନ ପାଖରେ ଘଟିଛି।

ବ୍ୟକ୍ତିଙ୍କ ନାମ ବିଶବର ଦାସ ଗୁପ୍ତା(୩୫)। ସେ ଉତ୍ତର ପ୍ରଦେଶର କୁଶୀନଗରର ବାସିନ୍ଦା। ବ୍ୟକ୍ତିଜଣଙ୍କ ମାନସିକ ରୂପେ ଦୁର୍ବଳ ଥିବା କୁହାଯାଉଛି। ବ୍ୟକ୍ତିଙ୍କୁ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ଅଟକ ରଖାଯାଇଛି।

ମିଳିଥିବା ସୂଚନା ମୁତାବକ, ବ୍ୟକ୍ତିଜଣକ ଅପରାହ୍ନ ୧ଟା ୨୫ ମିନିଟରେ ସଂସଦ ନିକଟରେ ସଡ଼କ ଉପରେ ଗଡ଼ି ଯାଇଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ। ତାଙ୍କ ଆଧାରକାର୍ଡର ନାମ ବଦଳାଇବାର ଥିଲା ବୋଲି ଯୁବକ ଜଣଙ୍କ କହୁଥିଲେ।

Subscribe

National International State Sports Entertainment