Home >
ଚିଦାମ୍ବରମଙ୍କୁ ଜାମିନ ମିଳିବ ନା ନାହିଁ, କାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ
Khabar Odisha:national-odisha-c-to-pronounce-order-on-wednesday-on-congress-leader-p-chidambarams-plea-seeking-bail
ନୂଆଦିଲ୍ଲୀ, ଡିସେମ୍ବର୦୩(ଖବର ଓଡ଼ିଶା):

ଆଇଏନଏକ୍ସ ମିଡ଼ିଆ ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦୀ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟ ରାୟ ଶୁଣାଇବେ। ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ସେପ୍ଟେମ୍ବର ୫ରେ ଗିରଫ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଗତ ଗୁରୁବାର ମାମଲାର ଶୁଣାଣି ରାୟ ସଂରକ୍ଷିତ ରଖିଥିଲେ। ସେହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଦାଲତରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ମଧ୍ୟ ଗିରଫ କରିବାକୁ ଚାହୁଁଥିବା କହିଥିଲା। 

ଉଲ୍ଲେଖଯୋଗ୍ୟ, ସିବିଆଇ ଦ୍ଵାରା ରୁଜୁ ମାମଲାରେ ତାଙ୍କୁ ଜାମିନ ମିଳି ସାରିଛି। କିନ୍ତୁ ଇଡି ଦ୍ଵାରା ରୁଜୁ ମାମଲାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଛି। ଯଦି ତାଙ୍କ ଇଡି କେସରେ ଜାମିନ ମିଳେ ତେବେ ସେ ଜେଲରୁ ମୁକୁଳି ପାରିବେ। 

ଏହା ପୂର୍ବରୁ ଇଡି କେସରେ ଜାମିନ ପାଇଁ ଚିଦାମ୍ବରମ ଦିଲ୍ଲୀ ହାଇକୋର୍ଟରେ ଆବେଦନ  କରିଥିଲେ। ଏହା ଉପରେ ଜଜ କହିଥିଲେ ଯେ, ପ୍ରଥମ ନଜରରେ ଏହି ମାମଲା ଗମ୍ଭୀର ଲାଗୁଛି ଏବଂ ଏହି ଅପରାଧରେ ଚିଦାମ୍ବରମଙ୍କ ସକ୍ରିୟ ଭୂମିକା ରହିଛି। ଜଷ୍ଟିସ ସୁରେଶ କହିଥିଲେ ଯେ, ଯଦି ତାଙ୍କୁ ଜାମିନ ଦିଆଯାଏ ତେବେ ସମାଜକୁ ଭୁଲ ସନ୍ଦେଶ ଯିବ।

କଣ ଏହି ମାମଲା

ୟୁପିଏ-୧ ସରକାରରେ ଅର୍ଥମନ୍ତ୍ରୀ ରୂପେ ଚିଦାମ୍ବରମଙ୍କ କାର୍ଯ୍ୟ କାଳ ସମୟରେ ଏଫଆଇପିବି ଦୁଇଟି ଉପକ୍ରମକୁ ମଞ୍ଜରୁୀ ଦେଇଥିଲେ। ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ୨୦୧୭ ମେ ୧୫ରେ ପ୍ରାଥମିକ ମାମଲା ରୁଜୁ କରିଥିଲା। ଏଥିରେ ଆରୋପ ଲଗାଯାଇଥିଲା ଯେ ଅର୍ଥମନ୍ତ୍ରୀ ରୂପେ ଚିଦାମ୍ବରମଙ୍କ କାର୍ଯ୍ୟକାଳ ସମୟରେ ୨୦୦୭ରେ ୩୦୫ କୋଟି ଟଙ୍କାର  ବିଦେଶୀ ଧନରାଶି ପାଇବା ପାଇଁ ଆଇଏନଏକ୍ସକୁ ଦିଆଯାଇଥିବା ଏଫଆଇବି ମଞ୍ଜୁରୀରେ ଅନିୟମିତତା ହୋଇଛି। ଏହା ପରେ ଇଡି ଗତ ବର୍ଷ ଏହି ସମ୍ବନ୍ଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିଲା।

Subscribe

National International State Sports Entertainment