Home >
ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଜାମ୍ମୁ-କାଶ୍ମୀର ଗସ୍ତ କରିବେ କେନ୍ଦ୍ରର ୩୬ ମନ୍ତ୍ରୀ
Khabar Odisha:national-odisha-36-ministers-of-union-government-will-visit-jammu-and-kashmir-along-with-pratap-sarangi
ଭୁବନେଶ୍ଵର, ଜାନୁଆରୀ୧୫(ଖବର ଓଡ଼ିଶା):

କେନ୍ଦ୍ର ସରକାର ଦ୍ଵାରା ଜାମ୍ମୁ-କାଶ୍ମୀର ବିକାଶ ଲାଗି ଚଲାଯାଉଥିବା ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସରକାରଙ୍କ ୩୬ ମନ୍ତ୍ରୀ କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବେ। କେନ୍ଦ୍ରର ୩୬ ଜଣ ମନ୍ତ୍ରୀ ୧୮ ରୁ ଜାନୁଆରୀ ୨୫ ମଧ୍ୟରେ ଜାମ୍ମୁ-କାଶ୍ମୀର ଭିନ୍ନ ଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହା ବ୍ୟତୀତ ଏହି ସବୁ ମନ୍ତ୍ରୀ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳ ପରିଦର୍ଶନ କରି ସାକ୍ଷାତ କରିବେ ଓ କେନ୍ଦ୍ରର ଯୋଜନା ବିଷୟରେ ସୂଚନା ଦେବେ। ଏହି ମନ୍ତ୍ରୀଙ୍କ ମଧ୍ୟରେ ସାମିଲ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ ୨୦ ଓ ୨୧ ତାରିଖରେ ଜାମ୍ମୁ-କାଶ୍ମୀରର ଦୁଇଟି ସ୍ଥାନ ଗସ୍ତ କରି ସ୍ଥାନୀୟ ଲୋକଙ୍କୁ ସରକାର ଉଠାଇଥିବା ଅନେକ ଜନକଲ୍ୟାଣକାରୀ ପଦକ୍ଷେପର ସୂଚନା ଦେବେ।

ସୂଚନା ଅନୁସାରେ, କେନ୍ଦ୍ର ମନ୍ତ୍ରୀ ଜାମ୍ମୁ-କାଶ୍ମୀରରେ ଲୋକଙ୍କୁ ଉକ୍ତ କାର୍ଯ୍ୟକ୍ରମ, ଜନକଲ୍ୟାଣକାରୀ ଯୋଜନା ଓ ଅଭିଯାନର ସୂଚନା ଦେବେ, ଯାହା ସବୁ ଯୋଜନା ଧାରା ୩୭୦ ଉଚ୍ଛେଦ ପରଠୁ ରାଜ୍ୟବାସୀଙ୍କ ପାଇଁ ଲାଗୁ କରାଯାଇଥିଲା।  ଏହା ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଜାମ୍ମୁ-କାଶ୍ମୀରରେ ଲାଗୁ ହେବାକୁ ଥିବା ସମସ୍ତ ଯୋଜନାର ସୂଚନା ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚାଯିବ। 

ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁସାରେ କେନ୍ଦ୍ର ମନ୍ତ୍ରୀମାନଙ୍କ ୫୧ ଗସ୍ତ ଜାମ୍ମୁ ଡିଭିଜନ ଏବଂ ୮ ଗସ୍ତ କାଶ୍ମୀରରେ ହେବ। କେନ୍ଦ୍ର ମନ୍ତ୍ରୀ ସ୍ମୁତି ଇରାନୀ ଜାନୁଆରୀ ୧୯ରେ କଟରା  ଗସ୍ତ କରିବେ। ଏହି ଦିନ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଶ୍ରୀନଗର ଗସ୍ତ କରିବେ। ଏହା ପରେ ଜାନୁଆରୀ ୨୦ରେ ମନ୍ତ୍ରୀ  ଜେନେରାଲ ଭିକେ ସିଂହ ଉଧମପୁର ଯିବେ ଏବଂ ୨୧ ତାରିଖରେ କିରେନ ରିଜିଜୁ ଜାମ୍ମୁ ସଲଂଗ୍ନ ସୀମାନ୍ତ ଇଲାକା ସୁଚେତଗଢ଼ ଯାତ୍ରା କରିବେ। ୨୦ ଓ ୨୧ ତାରିଖରେ ପ୍ରତାପ ଷଡ଼ଙ୍ଗୀ ଜାମ୍ମୁ-କାଶ୍ମୀରର ଦୁଇଟି ସ୍ଥାନ ଗସ୍ତ କରି ସ୍ଥାନୀୟ ଲୋକଙ୍କୁ ସରକାର ଉଠାଇଥିବା ଅନେକ ଜନକଲ୍ୟାଣକାରୀ ପଦକ୍ଷେପର ସୂଚନା ଦେବେ। ଏହି ସବୁ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ରମେଶ ପୋଖରିୟାଲ ନିଶଙ୍କ, ଜିତେନ୍ଦ୍ର ସିଂହ ସମେତ ଅନେକ ନେତା ମଧ୍ୟ ରାଜ୍ୟ ଗସ୍ତ କରିବେ। 

ସେହି ପରି ଗୃହ ରାଜ୍ୟ ମନ୍ତ୍ରୀ ଜି. କିଶନ ରେଡ୍ଡୀ ଜାନୁଆରୀ ୨୨ରେ ଗାନ୍ଦରବଲ ଓ ଜାନୁଆରୀ ୨୩ରେ  ମନିଗାମ ଗସ୍ତ କରିବେ। ଏହା ପରେ ଜାନୁଆରୀ ୨୪ରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ବାରାମୂଲାର ସୋପୋର ଗସ୍ତ କରିବେ। ଏହି ପରି କେନ୍ଦ୍ର ମନ୍ତ୍ରୀ ଆରକେ ସିଂହ ଡୋଡା ଓ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାଇକ ଶ୍ରୀନଗର ଗସ୍ତ କରିବେ। ମନ୍ତ୍ରୀଙ୍କ ଏହି ଗସ୍ତର ଚୂଡାନ୍ତ କାର୍ଯ୍ୟକ୍ରମ ଜାନୁଆରୀ ୧୭ରେ ହେବାକୁ ଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ସ୍ଥିର ହେବ।

Subscribe

National International State Sports Entertainment