ଭୁବନେଶ୍ୱର: ଝାରୁସୁଗୁଡ଼ାରେ ବାଂଲାଦେଶୀ ଶ୍ରମିକଙ୍କୁ ଅଟକ ରଖିବା ମାମଲାରେ ଓଡ଼ିଶା ସରକାରଙ୍କୁ ଧମକ ଦେଇଥିବା ପଶ୍ଚିମବଙ୍ଗ କ୍ରୀଷ୍ଣାନଗର ସାଂସଦ ତଥା ବିଜେଡ଼ି ନେତା ପିନାକୀ ମିଶ୍ରଙ୍କ ପତ୍ନୀ ମହୁଆ ମୋଇତ୍ରଙ୍କୁ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୂରିନି ଶଶୁର ଘରକୁ ଧମକ ଦେଉଛନ୍ତି । ଇଂରେଜମାନେ ଓଡ଼ିଶାକୁ ଧମକାଇ ପାରିଲେ ନାହିଁ, ମହୁଆ କିଏ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ ମହୁଆଙ୍କୁ ତାତ୍ସଲ୍ୟ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ମହୁଆ ମୋଇତ୍ର ଯାହା କୁହନ୍ତି ସେ ନିଜେ ବୁଝନ୍ତି ନାହିଁ । ମହୁଆ ଲୋକସଭାରୁ ବିତାଡ଼ିତ ହୋଇଥିଲେ, ସେ କ'ଣ ଓଡ଼ିଶାକୁ ଧମକ ଦେବେ । ମନ୍ତ୍ରୀ ଆହୁରି କହିଛନ୍ତି ଓଡ଼ିଆ ପୁଅକୁ (ପିନାକୀ ମିଶ୍ର) ବିବାହା କରିଛନ୍ତି, ମାସେ ନ ପୁରୁଣୁ ଶଶୁର ଘରକୁ ଧମକ ଦେଉଛନ୍ତି । ଶାଶୂ ଘର ଓଡ଼ିଶାରେ କଲେ କିନ୍ତୁ ମହୁଆଙ୍କ ମନ ଓ ଶରୀର ବଙ୍ଗଳାରେ ଅଛି । ଯେଉଁଠି ଇଂରେଜମାନେ ଓଡ଼ିଶାକୁ ଧମକାଇ ପାରିଲେ ନାହିଁ ମହୁଆ କିଏ ବୋଲି ପଚାରିଛନ୍ତି ସୁରେଶ ପୂଜାରୀ । ସେ ଓଡ଼ିଶା ପ୍ରତି ଦୃଷ୍ଟି ନ ଦେଇ ଯଦି ବେଙ୍ଗଲ ପ୍ରତି ଦୃଷ୍ଟି ଦିଅନ୍ତେ ମଙ୍ଗଳ ହୁଅନ୍ତା ବୋଲି କଟାକ୍ଷ କରିଛନ୍ତି ମନ୍ତ୍ରୀ ।
ଗତ କିଛି ଦିନ ତଳେ ଝାରୁସୁଗୁଡ଼ାରେ ଏସଟିଏଫ୍ ଦ୍ୱାରା ଅଟକ ଥିବା ବଙ୍ଗୀୟ ଶ୍ରମିକଙ୍କୁ ତୁରନ୍ତ ଛାଡ଼ିବାକୁ ମହୁଆ ଓଡ଼ିଶା ସରକାରଙ୍କୁ ଧମକ ଦେଇଥିଲେ । ସେମାନଙ୍କୁ ବେଆଇନଭାବେ ଅଟକ ରଖାଯାଇଛି । ଅଟକ ଶ୍ରମିକଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ଦାବି କରିଥିଲେ । ଯଦି ସେମାନଙ୍କୁ ଛଡ଼ା ନ ଯାଏ ସେ କୋର୍ଟରେ ମାମଲା ରୁଜୁ କରିବା ସହିତ ନିଜେ ଘଟଣା ସ୍ଥଳକୁ ଆସିବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମେ ମାସରେ ମହୁଆ ମୋଇତ୍ର ଏବଂ ପିନାକୀ ମିଶ୍ର ପରସ୍ପରକୁ ଜର୍ମାନୀରେ ବିବାହ କରିଥିବାରୁ ଖବର ଆସିଥିଲା । ଉଭୟଙ୍କ ବିବାହ ଫଟୋ ଏବଂ ଏକାଠି ନାଚର ଭିଡ଼ିଓ ଜୁନ ମାସରେ ଭାଇରାଲ ହୋଇଥିଲା ।