Home >
ଭିକାରୀ ତାଲିକା ଦେଲେ ସରକାର, ରାଜ୍ୟରେ ଚିହ୍ନଟ ହେଲେ ୬୯୭୦ ଭିକାରୀ
Khabar Odisha:list-of-beggars-was-given-by-the-government-and-6970-beggars-were-identified-in-the-state
ଭୁବନେଶ୍ୱର, ଡିସେମ୍ବର ୪(ଖବର ଓଡିଶା):

ରାଜ୍ୟରେ ଭିକାରୀ ତାଲିକା ଦେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯୭୦ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୪୧୨୮ ପୁରୁଷ ଭିକାରୀ ଓ ୨୮୪୨ ଜଣ ମହିଳା ଭିକାରୀ ରହିଛନ୍ତି । 

ତେବେ କଟକରେ ସର୍ବାଧିକ ଭିକାରୀ ରହିଥିବା ଜଣାପଡିଛି । କଟକରେ ୧୦୬୦ ଜଣ ଭିକାରୀ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ବରଗଡ । ବରଗଡରେ ୫୯୫ ଜଣ ଭିକାରୀ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ରହିଛି ଗଞ୍ଜାମ । ଗଞ୍ଜାମରେ ୫୪୫ ଜଣ ଭିକାରୀ ରହିଛନ୍ତି । ସେହିପରି ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ଭିକାରୀ ଅର୍ଥାତ ୫ ଜଣ ରହିଛନ୍ତି । 

ଆଜି ବିଧାନସଭାରେ ବିଧାୟକ ନାଉରୀ ନାଏକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା । ତେବେ ଚିହ୍ନଟ ହୋଇଥିବା ଭିକାରୀଙ୍କ ପାଇଁ ସହାୟ ନାମକ ଏକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ପ୍ରଥମ ପର୍ଯ୍ୟାୟରେ ପୁରୀର ନୀଳାନ୍ଦ୍ରୀ ନିଳୟ ଓ ଭୁବନେଶ୍ୱର ଠାରେ ଏକାମ୍ର ନିଳୟ ନାଁରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ସହରରୁ ଭିକାରୀମୁକ୍ତ କରିବାକୁ କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment