Home >
ରୁଷର ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା, ପୁତିନ କହିଲେ ବିଫଳ ଥିଲା କ୍ୟାବିନେଟ୍
Khabar Odisha:international-odisha-russian-pm-medvedev-with-cabinet-submits-resignation-to-putin
ମସ୍କୋ, ଜାନୁଆରୀ୧୫(ଖବର ଓଡ଼ିଶା):

 ରୁଷର ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ ନିଜର ପୂରା କ୍ୟାବିନେଟ୍ ସହିତ ପଦରୁ ଇସ୍ତଫା ଦେଇଛନ୍ତି। ରୁଷ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ରାଷ୍ଟ୍ରପତି ପୁତିନ ମେଦଭେଦେଭଙ୍କୁ ଧନ୍ୟବାଦ ଜଣାଇଛନ୍ତି, ମାତ୍ର ତାଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ଲକ୍ଷ୍ୟକୁ  ହାସଲ କରିବାରେ ବିଫଳ ହୋଇଥିବା କହିଛନ୍ତି। ଅନ୍ୟପକ୍ଷେ କୁହାଯାଉଛି ଯେ, ରାଷ୍ଟ୍ରପତି ପୁତିନଙ୍କ ପକ୍ଷରୁ ସମ୍ବିଧାନ ପରିବର୍ତ୍ତନ କରାଯିବାର ପ୍ରସ୍ତାବ ରହିଛି। ଏଥିପାଇଁ ସଂପ୍ରତି ସରକାର ଇସ୍ତଫା ଦେଇଛି। 

ମେଦଭେଦେଭଙ୍କୁ ସୁରକ୍ଷା ପରିଷଦର ଅଧ୍ୟକ୍ଷ କରାଯାଇଛି। ସେ ୨୦୧୨ରୁ ରୁଷର ପ୍ରଧାନମନ୍ତ୍ରୀ ଥିଲେ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିକଟତର ହୋଇ କାମ କରୁଥିଲେ। ସେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ରୁଷର ରାଷ୍ଟ୍ରପତି ଥିଲେ। ପୁତିନ ମେଦଭଦେଭଙ୍କ କ୍ୟାବିନେଟକୁ ନୂତନ କ୍ୟାବିନେଟ୍ ଗଠନ ନହେବା ପର୍ଯ୍ୟନ୍ତ କାମ କରିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ବୁଧବାର ରାଷ୍ଟ୍ରପତି ପୁତିନଙ୍କ ଦ୍ଵାରା ଦେଶକୁ ସମ୍ବୋଧିତ କରାଯିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଭାଷଣ ସମୟରେ ରାଷ୍ଟ୍ରପତି ସମ୍ବିଧାନ ସଂଶୋଧନର ପ୍ରସ୍ତାବ ରଖିଥିଲେ। ଏଥିରେ କ୍ୟାବିନେଟର ଶକ୍ତି ବିସ୍ତାର ନେଇ ପ୍ରସ୍ତାବ ରହିଛି। 

ଏହା ମଧ୍ୟ କୁହାଯାଉଛି ଯେ, ପୁତିନ ନିଜକୁ କ୍ଷମତାରେ ରଖିବା ପାଇଁ ଏହି ପ୍ରସ୍ତାବ ରଖିଛନ୍ତି, ଯଦି ସେ ପ୍ରଧାନମନ୍ତ୍ରୀ ବି ହୁଅନ୍ତି ତେବେ ଲମ୍ବା ସମୟ ଧରି କ୍ଷମତାକୁ ହାତରେ ରଖିପାରିବେ। ୨୦୨୪ରେ ତାଙ୍କର ରାଷ୍ଟ୍ରପତି କାର୍ୟ୍ୟୁକାଳ ସମାପ୍ତ ହେଉଛି। ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ। ପୁତିନ ନିଜର ଭାଷଣରେ ଏହା ମଧ୍ୟ କହିଥିଲେ ଯେ, ଭବିଷ୍ୟତରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଦୁଇ ଥର ପାଇଁ ସୀମିତ କରାଯିବା ଉଚିତ୍।

Subscribe

National International State Sports Entertainment