ବାଲେଶ୍ବର: ବନ୍ୟା ପାଣି ଭିତରେ ପଶି ଶବ ଗଲା ମଶାଣୀ । ବନ୍ୟା ତ୍ସୋତରେ କାନ୍ଧରେ ମୃତଦେହ ନେଇ ଶବ ସଂସ୍କାର କରିବାକୁ ଗଲେ ସର୍ମ୍ପକୀୟ । ବାଲେଶ୍ବର ବାଲିଆପାଳ ବ୍ଲକ ଚୌଧୁରୀକିଦ୍ ଗାଁରୁ ଆସିଛି ଏଭଳି ଦୃଶ୍ୟ । ଗାଁର ମଧୁ ପ୍ରରମାଣିକଙ୍କ ମୃତ୍ୟୁ ହୋଇଥିଲା। ବନ୍ୟା ପାଣି ଗାଁ ଚାରି ପାଖରେ ଜମି ରହିଥିବା ସହ ଶ୍ମଶାନରେ ମଧ୍ୟ ୨ ଫୁଟ ଉପରେ ପାଣି ଜମି ରହିଥିଲା। ସଂସ୍କାର ପାଇଁ ଜାଗା ନମିଳିବାରୁ ପରିବାର ଲୋକେ ତାଙ୍କୁ ପୁରୀ ସ୍ଵର୍ଗଦ୍ଵାରକୁ ସଂସ୍କାର ପାଇଁ ନେବାକୁ ଚାହିଁଥିଲେ । ହେଲେ ଗାଁରୁ ସ୍ବର୍ଗରଥ ଗାଡି ପର୍ଯ୍ୟନ୍ତ ନେବା ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ୫ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ସ୍ରୋତରେ ସମ୍ପର୍କୀୟ ମାନେ କାନ୍ଧେଇ ନେବା ପରେ ସ୍ବର୍ଗରଥକୁ ମୃତଦେହ ଅଣାଯାଇଥିଲା।
ସୁବର୍ଣ୍ଣରେଖା ନଦୀରେ ଲଗାତାର ଚାରିଥର ବନ୍ୟା ଆସି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଏହାରି ଭିତରେ ଶ୍ମଶାନରେ ଦୁଇ ଫୁଟରୁ ଉର୍ଦ୍ଧ୍ବ ବନ୍ୟା ପାଣି ପ୍ରଭାବିତ ଯୋଗୁଁ ଶବ ସତ୍କାର ହୋଇ ନପାରିବା ଘଟଣା ସବୁଠାରୁ ବେଶୀ ଦୁଃଖ ଦେଇଛି । ସୁବର୍ଣ୍ଣରେଖା ନଦୀର ଗୋଟିଏ ମାସରେ ୪ ଥର ବନ୍ୟା ଆସି ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଗତ ଜୁନ୍ ମାସ ୧୭ ତାରିଖ ଠାରୁ ଜୁଲାଇ ମାସ ୧୮ ତାତାରିଖ ପର୍ଯ୍ୟନ୍ତ ନିରନ୍ତର ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଗ୍ରାମବାସୀ ଡଙ୍ଗା ସାହାଯ୍ୟରେ ଯାତାୟତ କରୁଛନ୍ତି।